ଆରମ୍ଭରୁ ମଣ୍ଡି ଅଚଳ - ତାତିଲେ ଚାଷୀ

Published By : Prameya-News7 Bureau | November 22, 2019 IST

ନୂଆପଡା ୨୨।୧୧ - ଆରମ୍ଭରୁ ମଣ୍ଡି ଅଚଳ । ନୂଆପଡା ଜିଲ୍ଲାରେ ୨ ଦିନ ତଳେ ମଣ୍ଡି ଖେ।ଲିଥିବା ବେଳେ  ମିଲର୍ସଙ୍କ ଦେଖା ନାହିଁ । ଯାହାକୁ ନେଇ ତାତିଛନ୍ତି ଚାଷୀ । ଏପଟେ ସରକାରଙ୍କ ଟେ।କନ ବ୍ୟବସ୍ଥା ଚାଷୀଙ୍କ ଅସନ୍ତେ।ଷକୁ ଦ୍ବିଗୁଣା କରିଛି ।

{"id":188292,"sizeSlug":"large"}

ଦୁଇ ଦିନ ହେଲାଣି ମଣ୍ଡି ଖେ।ଲିଲାଣି । କିନ୍ତୁ ମିଲର୍ସଙ୍କ ଦେଖା ନାହିଁ । ଖେ।ଲା ଆକାଶ ତଳେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟା ଧାନ । ଦିନ ରାତି ଧାନକୁ ଜଗି ରହୁଛନ୍ତି ଚାଷୀ । ଯାହାକୁ ନେଇ ଧିରେ ଧିରେ ଚାଷୀଙ୍କ ଭିତରେ କୁହୁଳିଛି ଅସନ୍ତେ।ଷ । ଧାର ଉଧାର କରି ବହୁ କଷ୍ଟରେ ଅମଳ କରିଥିବା ଧାନ ବିକ୍ରି ପାଇଁ ଚିନ୍ତାରେ ପଡିଛନ୍ତି ନୂଆପଡା ଜିଲ୍ଲାର ଚାଷୀ ।

{"id":188293,"sizeSlug":"large"}

ସେପଟେ ଚାଷୀଙ୍କ ଟେନସନ ବଢାଇଥିଲା ସରକାରଙ୍କ ଟେ।କନ ବ୍ୟବସ୍ଥା । ସାରାବଙ୍ଗ ମଣ୍ଡିରେ ୨୬ ଜଣ ଚାଷୀଙ୍କ ୭୮୦ କ୍ବିଣ୍ଟାଲ ଧାନ କିଣିବା ପାଇଁ ଟୋକନ ଆସିଥିବା ବେଳେ ମଣ୍ଡିରେ ମାତ୍ର ୧୪ ଜଣ ଚାଷୀଙ୍କ ୧୧ଶହ ବସ୍ତା ଧାନ ପଡିଛି । ଯାହାକୁ ନେଇ ସୃଷ୍ଟି ହେ।ଇଛି ଅଚଳାବସ୍ଥା ।

{"id":188294,"sizeSlug":"large"}

ଚଳିତ ବର୍ଷ ଜିଲ୍ଲାର ୫ଟି ବ୍ଲକରେ ୫୬ଟି ସ୍ଥାନରେ ପେକ୍ସ ଜରିଆରେ ଧାନ କିଣିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ୮.୩୮ ହଜାର କ୍ବିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ଯାହାପାଇଁ ୨୩ ହଜାର ୫୯୫ ଚାଷୀ ପଞ୍ଜିକରଣ କରିଛନ୍ତି ।

{"id":188295,"sizeSlug":"large"}

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୨୦ ଟି ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ କୌଣସି ସ୍ଥାନରେ ଧାନ କିଣା ଯାଇ ନ ଥିବା ବେଳେ ପେକ୍ସ ଜରିଆ ରେ ସାରା ଜିଲ୍ଲା ରେ ପାଞ୍ଚଟି ମଣ୍ଡିରୁ ମାତ୍ର ୩୧୬ କ୍ବୁଣ୍ଟାଲ ଧାନ ଉଠାଯାଇଛି । ତେବେଳ ନିର୍ଦ୍ଧାରିତ ଟୋକନ ବ୍ୟବସ୍ଥା ପାଇଁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯେ।ଗ କରିଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.