ବ୍ୟକ୍ତିଙ୍କ ପେଟରୁ ବାହାରିଲା ୮ଟି ଚାମଚ, ୨ଟି ସ୍କୃ ଡ୍ରାଇଭର, ୨ଟି ବ୍ରସ୍ ଓ ଗୋଟିଏ ଛୁରୀ : ଡାକ୍ତର ଆଶ୍ଚର୍ଯ୍ୟ

Published By : Prameya-News7 Bureau | May 25, 2019 IST

ମଣ୍ଡୀ ୨୫/୫ :  ହିମାଚଳ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ପେଟରୁ ୮ଟି ଚାମଚ, ୨ଟି ସ୍କୃ ଡ୍ରାଇଭର, ୨ଟି ବ୍ରସ୍ ଓ ଗୋଟିଏ ଛୁରୀ ବାହାରିଛି । ଉକ୍ତ ବ୍ୟକ୍ତିଙ୍କ ବୟସ ୩୫ ବର୍ଷ । ଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ମେଡିକାଲ କଲେଜରେ ତାଙ୍କର ଅପରେସନ କରାଯାଇ ଏହିସବୁ କଢାଯାଇଛି ।

{"id":115807}
{"id":115803}

ଅପରେସନ କରିଥିବା ଡାକ୍ତର କହିଛନ୍ତି, ବ୍ୟକ୍ତିଙ୍କ ପେଟରେ ଏହିସବୁ ଧାତବୀୟ ଜିନିଷ ଥିବା ଜାଣିବା ପରେ ତୁରନ୍ତ ତାଙ୍କର ଅପରେସନ କରାଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ଏହି ଅପରେସନ କରିଥିଲା । ବ୍ୟକ୍ତି ଜଣକ ଏବେ ସମ୍ପୂର୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଉକ୍ତ ବ୍ୟକ୍ତି ଜଣେ ମାନସିକ ରୋଗୀ ବୋଲି କହିଛନ୍ତି ଡାକ୍ତର ନିଖିଲ । ଏହା ଏକ ଅଜବ ଘଟଣା ବୋଲି ମଧ୍ୟ କହିଛନ୍ତି ଡାକ୍ତର ନିଖିଲ ।

{"id":115804}

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ମାନସିକ ରୋଗୀ ଏହିସବୁ ଜିନିଷ ଖାଇଲେ କେମିତି ।

{"id":115805}
{"id":115808,"width":584,"height":324}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.