Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅନଲାଇନ କ୍ଲାସ୍ ପାଇଁ ପାଖରେ ନଥିଲା ସ୍ମାର୍ଟ ଫୋନ୍, ତଥାପି ମାଟ୍ରିକରେ ୯୮.୮ ପ୍ରତିଶତ ରଖି ମନଦୀପ ବନିଛନ୍ତି ଜିଲ୍ଲା ଟପ୍ପର

4/07/2021 at 3:32 PM

ଜାମ୍ମୁ ୪/୭: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ କରି ଦେଖାଇଛନ୍ତି ଜାମ୍ମୁ କାଶ୍ମୀର ଉଧମପୁରର ଜଣେ ଛାତ୍ର । କରୋନା କାଳରେ ପିଲାଙ୍କର ଅନଲାଇନ ପାଠପଢା ଚାଲୁରହିଛି । କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁଠି ମୋବାଇଲ ନଥିବାରୁ ପିଲା ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ତେବେ କିଛି ନଥାଇ ବି ଜଣେ ଛାତ୍ର ମାଟ୍ରିକରେ ଭଲ ରେଜଲ୍ଟ କରିବା ସହ ଜିଲ୍ଲାରେ ବି ରେକର୍ଡ କରିଛନ୍ତି ।

ସେ ହେଉଛନ୍ତି ମନଦୀପ ସିଂହ । ଲକଡାଉନ ପାଇଁ ସ୍କୁଲ ଥିଲା ବନ୍ଦ । ଅନଲାଇନ କ୍ଲାସ ପାଇଁ ପାଖରେ ନଥିଲା ମୋବାଇଲ, ନଥିଲା କମ୍ପ୍ୟୁଟର । କେବଳ ତାଙ୍କ ପାଖରେ ଥିଲା ମନୋବଳ ଓ ଇଚ୍ଛାଶକ୍ତି । ଯେଉଂଥିପାଇଁ ହାସଲ କରିଛନ୍ତି ସଫଳତା । ନିଜର ପରିଶ୍ରମ ଏବଂ ପରିବାର ତଥା ଶିକ୍ଷକଙ୍କ ସହାୟତାରେ କେବଳ ଭଲ ପାଠ ପଢିନାହାନ୍ତି । ବରଂ ପରୀକ୍ଷାରେ କରିଛନ୍ତି ଟପର ।

ଡାକ୍ତର ହେବାକୁ ଇଚ୍ଛା ରଖିଥିବା ମନଦୀପ ଗାଁରେ ରୁହନ୍ତି । ତାଙ୍କ ବାପା ଶ୍ୟାମ ସିଂହ ଜଣେ କୃଷକ ହୋଇଥିବା ବେଳେ ମାଆ ଗୃହୁଣୀ । ତେବେ ମନଦୀପ ନିଜର ସଫଳତା ପାଇଁ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ମନଦୀପ କୁହନ୍ତି ମୁଁ ଶିକ୍ଷକଙ୍କ ନିକଟରେ ଋଣୀ । ସେମାନେ ମୋତେ ସହାୟତା କରିଥିବାରୁ ଅଶେଷ ଧନ୍ୟବାଦ । ମାଟ୍ରିକ ପରୀକ୍ଷାରେ ମନଦୀପ ୯୮.୬ ପ୍ରତିଶତ ନମ୍ୱର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

   Related Posts