Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ମୃତ୍ୟୁର ୩୦ବର୍ଷ ପରେ ବି ବୁଲୁଛି ଅତୃପ୍ତ ଆତ୍ମା : ଯାତ୍ରୀଙ୍କୁ ମାଗିଥାଏ ମିନେରାଲ ଓ୍ବାଟର ଏବଂ ସିଗାରେଟ

17/07/2019 at 3:23 PM

ମନାଲି ୧୭/୭: ପାହାଡ଼ ପର୍ବତରେ ଭରା ହିମାଚଳ ପ୍ରଦେଶରେ ଭୂତପ୍ରେତର ରହସ୍ୟ ଲୁଚି ରହିଥାଏ। ହିମାଚଳ ପ୍ରଦେଶରେ ଏକ କାହାଣୀ ରହିଛି ଯାହା ବିଗତ ୩୦ବର୍ଷ ତଳର। କୁହାଯାଏ ଆଜି ବି ସେହି ସ୍ଥାନରେ ଜଣେ ଯୁବକର ଆତ୍ମା ବୁଲୁଛି। ସେହି ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ସେ ସିଗାରେଟ ଏବଂ ମିନେରାଲ ଓ୍ବାଟର ମାଗିଥାଏ। କୁହାଯାଏ ଯଦି ଯୁବକର ଇଚ୍ଛାକୁ କେହି ପୂରଣ କରିନଥାଆନ୍ତି ତେବେ ସେମାନଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ।

ମନାଲିର ଲେହ ରାସ୍ତାରେ ଏହି ଘଟଣା ଘଟିଥାଏ। ଏହି ରାସ୍ତାରେ ଭୂତର ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି। ଏହା ୧୭ହଜାର ଫୁଟ ଉପରେ ଗାଟା ଲୁପ୍ସରେ ରହିଛି। କୁହାଯାଏ ଏହି ରାସ୍ତାରେ ଅତୃପ୍ତ ଆତ୍ମା ଲୋକଙ୍କୁ ମିନେରାଲ ଓ୍ବାଟର ଏବଂ ସିଗାରେଟ ମାଗି ହଇରାଣ କରିଥାଏ ଯାହା ଦ୍ବାରା ଏଠାରେ ସବୁବେଳେ ଦୁର୍ଘଟଣା ଘଟିଥାଏ। କିନ୍ତୁ ପରେ ମନ୍ଦିର ହେବାରୁ ଦୁର୍ଘଟଣା ସଂଖ୍ୟା କମିଯାଇଥିଲା।

ଭୂତ ବିଷୟରେ ଏତେ କଥା ଜାଣିବା ପରେ ଏବେ ସମସ୍ତଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ ଏହି ଅତୃପ୍ତ ଆତ୍ମା ଆସିଲା କେଉଁଠୁ ? ଏହି ଘଟଣାଟି ଦୀର୍ଘ ୩୦ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣା ସହ ଜଡ଼ିତ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଦୀର୍ଘ ୩୦ବର୍ଷ ତଳେ ଏହି ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଖରାପ ହୋଇଯାଇଥିଲା। ଏହାପରେ ବରଫ ଝଡ଼ ହୋଇଥିଲା ଏବଂ ଟ୍ରକ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ କାହାରି ସାହାଯ୍ୟ ମିଳିପାରିନଥିଲା। କିଛି ସମୟ ଅପେକ୍ଷା କରିବା ପରେ ଟ୍ରକ୍ ଡ୍ରାଇଭର ତା’ର ସାଥୀକୁ ଛାଡ଼ି ଗାଁରେ ସାହାଯ୍ୟ ମାଗିବାକୁ ଚାଲିଯାଇଥିଲା। ଗାଁ ସେହି ସ୍ଥାନରୁ ପାଖାପାଖି ୪୦କିଲୋମିଟର ଦୂର ଥିଲା ଏବଂ ଡ୍ରାଇଭରକୁ ସେଠାକୁ ପହଞ୍ଚିବାକୁ ଅନେକ ଘଣ୍ଟା ଲାଗିଯାଇଥିଲା। ବରଫ ଝଡ଼ ଯୋଗୁଁ ରାସ୍ତା ବି ଖରାପ ହୋଇଯାଇଥିଲା। ଚାଳକ ଫେରିବାକୁ ଉଦ୍ୟମ କରିଥିଲା କିନ୍ତୁ ବରଫ ଝଡ଼ ଯୋଗୁଁ ଯାଇପାରିନଥିଲା। ପାଖାପାଖି ଗୋଟିଏ ସପ୍ତାହ ପରେ ଯେତେବେଳେ ଚାଳକ ନିଜ ଟ୍ରକ ପାଖକୁ ଫେରିଥିଲା ସେତେବେଳେ କଣ୍ଡକ୍ଟର ଭୋକ ଉପାସରେ ଏବଂ ଖରାପ ପାଗ ଯୋଗୁଁ ମୃତ୍ୟୁବରଣ କରିଥିଲା ଏବଂ ତାଙ୍କ ଶବ ଟ୍ରକ୍ ଭିତରେ ପଡ଼ିଥିଲା। ଚାଳକ ତାଙ୍କ ଶବକୁ ସେଠାରେ ପୋତି ଦେଇଥିଲେ । ସେଦିନଠାରୁ ଏଠାରେ ଏପରି ଘଟଣା ଘଟୁଛି। ଯୁବକଙ୍କ ଅତୃପ୍ତ ଆତ୍ମା ବାଟରେ ଯାଉଥିବା ଲୋକଙ୍କୁ ଡରାଇଥାଏ।

   Related Posts