Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନକାମନା ମନ୍ଦିର

28/05/2018 at 11:28 AM

ବିଶ୍ବାସ ମୂଳେ ଏ ଜଗତ । ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ତ ଏ ଜୀବନକୁ ରୋମାଂଚମୟ କରିଛି । ସେଇ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟ କେବଳ କିଛି ଶବ୍ଦ ମାତ୍ର ନୁହଁନ୍ତି, ସେସବୁର ପ୍ରାମାଣିକତା ବି ରହିଛି । କ୍ୟାମେରାର ଲେନ୍ସରେ ସେସବୁ କଏଦ୍ ହେଇଛନ୍ତି । ବିଜ୍ଞାନର ପ୍ରଭାବ ଅ।ମକୁ ଏଥିରେ ସହାୟକ ହେଉଛନ୍ତି । ‘କ୍ୟାମେରା ଯାହା ଦେଖିଛି’ ଅ।ମେ ସେଇସବୁ ଦୃଶ୍ୟ ଅବିକଳ ଦେଖିବାର ସୁଯୋଗ ପାଉଛେ, ଯାହା ଅ।ଧ୍ୟାତ୍ମିକତାକୁ ଅନୁଭବ କରିବାର ଅ।ୟୁଧ ପାଲଟିଛି । ତେବେ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟର ଦୃଶ୍ୟ ଦେଖିବା ପାଇଁ ଟିକେ କଷ୍ଟ କରିବାକୁ ପଡ଼ିବ । କେବଲ୍ କାର ବା ରୋପ୍ ଓ୍ବେରେ ଅ।ପଣଂକୁ ଅଢେଇରୁ ତିନି କିଲୋମିଟର ଯିବାକୁ ପଡ଼ିବ । ତଳେ ଦେଖିବେ ସୁନ୍ଦର, ମନୋରମ ଦୃଶ୍ୟ । ପାହାଡ଼, ନଦୀ, ଝରଣାର ସନ୍ଦର୍ଶନ ଅ।କାଶମାର୍ଗରୁ ଅ।ପଣ କରିବେ । ଉପରୁ ଲକ୍ଷ୍ୟ କରିବେ ପ୍ରକୃତି କେତେ ମନୋହର, କେତେ ଅପରୂପା । କିଛି ସମୟର ଯାତ୍ରା ପରେ ଅ।ପଣଙ୍କୁ ମିଳିଯିବ ସେଇ ବିଶ୍ବାସର ଦୃଶ୍ୟ ।


ନେପାଳର ଗୋର୍ଖା ଜିଲାରେ ଏ ମନ୍ଦିରର ଅବସ୍ଥିତି । ନାଁ ହେଉଛି ‘ମନକାମନା ମନ୍ଦିର’। କାଠମାଂଡ଼ୁରୁ ୧୦୪ କିଲୋମିଟରର ରାସ୍ତା।। ଏଠି ଦେବୀ ଭଗଓ୍ବତୀଙ୍କୁ ପୂଜା କରାଯାଉଛି । ଭଗଓ୍ବତୀ ହଉଛନ୍ତି ଦେବୀ ପାର୍ବତୀଙ୍କ ଅ।ଉ ଏକ ଅବତାର । ସପ୍ତଦଶ ଶତାଦ୍ଦୀରେ ସ୍ଥାପିତ ହୋଇଥିଲା ଏ ମନ୍ଦିର। ବିଶ୍ବାସ କରାଯାଏ, ଯେଉଁ ଭକ୍ତମାନେ ଦେବୀ ଭଗଓ୍ବତୀଙ୍କ ଦର୍ଶନ କରିବାକୁ ଏଠିକି ଅ।ସିଥାନ୍ତି, ସେମାନଙ୍କର ମନସ୍କାମନା ପୂରଣ ହେଇଯାଏ । ଦୁଇଟି ଶବ୍ଦ ‘ମନ’ ଓ ‘କାମନା’ ଅର୍ଥାତ୍ ‘ହୃଦୟ’ ଓ ‘ଇଚ୍ଛା’କୁ ନେଇ ନାମକରଣ କରାଯାଇଛି ଏଇ ମନକାମନା ମନ୍ଦିରର । ସମୁଦ୍ର ପତ୍ତନର ୪,୨୭୨ ଫୁଟ୍ ଉଚ୍ଚରେ ଅଛି ଏ ଅ।ଧ୍ୟାତ୍ମିକ ପୀଠ । ପୌରାଣିକ ମତାନୁସାରେ, ସପ୍ତଦଶ ଶତାଦ୍ଦୀରେ ଗୋର୍ଖାର ରାଜା ଥିଲେ ରାମ ଶାହ। ତାଂକର ରାଣୀଙ୍କର କିଛି ଅଲୌକିକ ଅ।ଧ୍ୟାତ୍ମିକ ଶକ୍ତି ରହିଥିଲା, ଯାହା କେବଳ ତାଂକର ଭକ୍ତ ଲଖନ ଥାପ୍ପା ଜାଣିଥିଲେ। ଦିନେ ରାଜା ଏ ବିଷୟ ଜାଣିଲେ। ରାଣୀଙ୍କୁ ଠାକୁରାଣୀ ବେଶରେ ଏବଂ ଲଖନଙ୍କୁ ସିଂହବେଶରେ ଦେଖିବା ପରେ ରାଜାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଲା। ଏହାପରେ ସେତେବେଳର ପ୍ରଥା ବା ପରମ୍ପରା ଅନୁସାରେ ରାଣୀଙ୍କୁ ସତୀ ହେବାକୁ ପଡ଼ିଲା । ନିଜ ସ୍ବାମୀଙ୍କ ଜଳୁଥିବା ଜୁଇକୁ ଡେଇଁ ସେ ଅ।ତ୍ମବିସର୍ଜନ କଲେ। ତେବେ ମୃତ୍ୟୁ ପୂର୍ବରୁ ରାଣୀ ତାଂକର ଭକ୍ତ ଲଖନଙ୍କୁ କହିଯାଇଥିଲେ ଯେ, ‘ଦୁଃଖ କରନାହିଁ, ନିକଟ ଭବିଷ୍ୟତରେ ମୁଁ ପୁଣି ଅ।ବିର୍ଭାବ ହେବି ’। ଏ ଘଟଣାର ୬ ମାସ ପରେ ଦେଖିବାକୁ ମିଳିଲା, ଜଣେ କୃଷକ ଚାଷ କରୁଥିବାବେଳେ ତାଂକ ଲଂଗଳ ଗୋଟେ ପଥରରେ ଧକ୍କା ହେଇ ଅଟକିଗଲା। କୃଷକ ଜଣକ ସେଇ ପଥରରୁ ରକ୍ତ ଓ କ୍ଷୀର ବାହାରୁଥିବାର ଦେଖିଲେ । ସେ ଅ।ଶ୍ଚର୍ଯ୍ୟ ହେଇଗଲେ, ଏମିତି ଅଲୌକିକତା କେମିତି ହେଲା! ଏ ଘଟଣା ତୁଣ୍ଡ ବାଇଦ ସହସ୍ରକୋଶ ଭଳି ବ୍ୟ।ପିଗଲା । ଲଖନ ଏ ଖବର ପାଇ ତୁରନ୍ତ ସେଠାରେ ପହଂଚିଗଲେ ଏବଂ ହିନ୍ଦୁ ଧର୍ମର ତାଂତ୍ରିକ ରୀତିନୀତି, ପୂଜାପାଠ ସେଠାରେ କରାଇଲେ । ଏହାପରେ ସେଇ ପଥରରୁ ରକ୍ତ ଓ କ୍ଷୀର ବାହାରିବା ବନ୍ଦ ହେଲା। ସେଇଠି ଗଢାହେଲା ମନକାମନା ମନ୍ଦିର। ଲଖନ ହେଲେ ସେଇ ମନ୍ଦିରର ପ୍ରଥମ ପୂଜକ। ତା’ପରେ ତାଂକର ବଂଶଧରମାନେ ସେଇ ପରମ୍ପରାକୁ ନିର୍ବାହ କରୁଛନ୍ତି।

ଏହି ପୀଠର ଅଲୌକିକତା ସଂପର୍କରେ ଗତ ୨୦୧୫ ମସିହାରେ ମିଳିଥିଲା ଏକ ବଳିଷ୍ଠ ପ୍ରମାଣ। ଅ।ପଣ ଜାଣିଥିବେ, ୨୦୧୫ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିଲା ପ୍ରଳୟଂକରୀ ଭୂମିକଂପ । ସେଥିରେ ବହୁ ଧନଜୀବନ ନଷ୍ଟ ହେଇଥିଲା, ବିପୁଳ କ୍ଷତି ହେଇଥିଲା। ତେବେ ଅ।ଶ୍ଚର୍ଯ୍ୟର କଥା ବର୍ତିଯାଇଥିଲା ମନକାମନା ମନ୍ଦିର। ଭୂମିକଂପରେ ଥରିଥିଲା ମନ୍ଦିର, କିନ୍ତୁ ଭୁଷୁଡ଼ିପଡ଼ିନଥିଲା। ସିସିଟିଭି କ୍ୟାମେରାରେ ରେକର୍ଡ ହେଇଥିଲା ଏସବୁ । ଭୂମିକଂପର କିଛି ସେକେଂଡ଼ ପୂର୍ବରୁ ପକ୍ଷୀମାନେ ଉଡ଼ିଥିଲେ, କାରଣ ଭୂମିକଂପର ପୂର୍ବାଭାସ ସେମାନେ ଜାଣିପାରନ୍ତି । ସିସିଟିଭି ଫୁଟେଜରୁ ଏସବୁ ସ୍ପଷ୍ଟ ଜଣାପଡ଼ିଥିଲା । ଭୂଇଁ ଥରିଲା, ମନ୍ଦିର ବି ଥରିଲା । ପ୍ରତ୍ୟକ୍ଷଦର୍ଶୀ ଭାବୁଥିଲେ, ଅ।ଉ କିଛି ସମୟ ପରେ ବୋଧହୁଏ ଭୁଷୁଡ଼ି ପଡ଼ିବ ମନକାମନା ମନ୍ଦିର ।

ନାଁ, ଏଭଳି ହୋଇନଥିଲା। ତାହା ହିଁ ଅଲୌକିକ ଥିଲା । ଅ।ଶ୍ଚର୍ଯ୍ୟର କଥା, ଏହି ଭୂମିକଂପରେ ସେହି ଅଂଚଳରେ ଥିବା ଅନ୍ୟ ମନ୍ଦିର ସବୁ ଭୁଷୁଡ଼ିପଡ଼ିଥିଲା, କିନ୍ତୁ ମନକାମନା ମନ୍ଦିର ଭୁଷୁଡ଼ିନଥିଲା । ଏଠାରେ ପୂର୍ବରୁ ହେଇଥିବା ଭୂମିକପଂରେ ମଧ୍ୟ ବିଶେଷ କ୍ଷୟ କ୍ଷତି ହୋଇନି ଏ ମନ୍ଦିରର। ୧୯୩୪ ମସିହାରେ ହେଇଥିବା ଭୂମିକଂପରେ ମନ୍ଦିରର ଦକ୍ଷିଣ-ପଶ୍ଚିମ ଭାଗ ଟିକେ ଢଳିଥିଲା, ତେବେ ମନ୍ଦିରର କିଛି ହୋଇନଥିଲା। ପୁଣି ୨୦୧୧ ମସିହାରେ ଯୋଉ ଭୂମିକଂପ ହେଇଥିଲା, ମନ୍ଦିରର ଭିତ୍ତିଭୂମି ବା ଷ୍ଟ୍ରକଚର ଟିକେ ଦୁର୍ବଳ ହେଇଯାଇଥିଲା, କାରଣ ମନ୍ଦିରର ଅ।ଧାର ବା ବେସ୍ ଟିକେ ତଳକୁ ଦବିଯାଇଥିଲା। ଭୂମିକଂପ ପରେ ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ ଏ ମନ୍ଦିରକୁ ଭାଂଗି ଅ।ଉ ଥରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, କାରଣ ମନ୍ଦିର ୩ଶହ ବର୍ଷ ପୁରୁଣା ହେଲାଣି । ତେବେ ନେପାଳ ସରକାର ଦେଇଥିବା କେଜିଏ ସୁନାରେ ମନ୍ଦିରର ମରାମତି ଓ ରକ୍ଷାଣବେକ୍ଷଣ କାର୍ଯ୍ୟ କେବଳ କରାଯାଇଥିଲା। ଏହାର ୪ ବର୍ଷ ପରେ ପୁଣି ହେଇଥିଲା ଭୂମିକଂପ…ମନ୍ଦିର କେବଳ ଥରିଥିଲା, ବିଶେଷ କିଛି କ୍ଷତି ହେଇଥିଲା । ଗୋଟେ ବର୍ଗକ୍ଷେତ୍ର ଭଳି ଏ ପୀଠର ଅ।କାର…ପାଗୋଡ଼ା ଭଳି ଛାତ । ୪ ମହଲାର ମନ୍ଦିର, କିନ୍ତୁ ୭.୮ ରିକ୍ଟର ସ୍କେଲର ଭୂମିକଂପ ୟାର ବିଶେଷ କ୍ଷତି କରେଇପାରିଲାନି । ଭାବନ୍ତୁ ତ, ଇଏ ବିସ୍ମୟ ନୁହେଁ ତ ଅ।ଉ କ’ଣ? ହଁ ଅ।ଜ୍ଞା ବିସ୍ମୟ ଅ।ଉ ସେଇ ଅ।ଧାରରେ ଲୋକମାନଙ୍କର ଅ।ଧ୍ୟାତ୍ମିକ ବିଶ୍ବାସ ବଢିଛି । ପ୍ରତିବର୍ଷ ଏ ମନ୍ଦିରକୁ ଭକ୍ତ ଓ ତୀର୍ଥଯାତ୍ରୀମାନଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ଅ।ଗରୁ ଭକ୍ତମାନେ ଘଂଟା ଘଂଟା ଚାଲିଚାଲି ଏଠିକି ଅ।ସୁଥିଲେ । ୧୯୯୮ ମସିହାରୁ ଏହି ସ୍ଥାନକୁ କେବୁଲ କାରର ବ୍ୟବସ୍ଥା ହେଇଛି । ଅଷ୍ଟ୍ରିଅ।ରୁ ଅ।ମଦାନୀ ହେଇଅ।ସିଥିବା ଏ କେବୁଲ କାରଗୁଡ଼ିକରେ ଶହେ ପ୍ରତିଶତ ନିରାପତ୍ତା ଗ୍ୟାରେଂଟି ଦିଅ।ଯାଉଛି, ତା’ ସହିତ ଏଥିରେ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ଏକ ଲକ୍ଷ ଟଂକା ବୀମାର ବ୍ୟବସ୍ଥା ମଧ୍ୟ କରାଯାଇଛି । ନେପାଳ ସରକାରଙ୍କ ପ୍ରତ୍ନତତ୍ତ୍ବ ଓ ସଂସ୍କୃତି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏ ମନ୍ଦିର ପରିଚାଳିତ ହେଉଛି।ଉପସ୍ଥାପନା : ସମରେଂଦ୍ର ବଳିଅ।ରସିଂହ

Leave a Reply

   Related Posts