Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୨୦୨୦ -୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟକୁ ଅନୁମୋଦିତ କରାଯିବ

17/11/2020 at 10:00 AM

ପୁରୀ ୧୭।୧୧:  ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ୨୦୨୦ -୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦିତ କରାଯିବ। ଆୟ ଓ ବ୍ୟୟ ଅଟକଳ କରାଯିବ। ସେଥିପାଇଁ ପୂର୍ବରୁ ଫାଇନାନ୍ସ ସବ କମିଟି, ଲ୍ୟାଣ୍ଡ ସବ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ବତନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯିବ ଏବଂ କେଉଁ ବାବଦରୁ ଆୟ ଯଥା ଲ୍ୟାଣ୍ଡରୁ ଆୟ, କର୍ପସ ଫଣ୍ଡରୁ ଆୟ ଏବଂ କେଉଁ ବାବଦରେ ବ୍ୟୟ କରାଯିବ ତାହା ଅଟକଳ କରାଯିବ। ବିଶେଷକରି ସେବାୟତଙ୍କ କଲ୍ୟାଣ ଫଣ୍ଡରେ ସେବାୟତଙ୍କୁ ବାସସ୍ଥାନ ଯୋଗାଇବା, କୋଭିଡ ସମୟରେ ଆର୍ଥିକ ଅନାଟନ ପରିସମାପ୍ତି ପାଇଁ ଅଧିକ ଟଙ୍କା ପ୍ରଦାନ କରାଯିବ। ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ। ସେହିପରି ନାଗାର୍ଜୁନ ବେଶ ଏବଂ ରୂପା ଦ୍ବାର ଡିଜାଇନକୁ ନେଇ ଆଲୋଚନା କରାଯିବ ଏବଂ ପରିଚାଳନା କମିଟି ବୈଠକରେ ମୋହର ଲଗାଯିବ। ଅନ୍ୟପଟେ ଭିତର ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ଆଶଙ୍କ ରହିଛି ।

   Related Posts