Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

“ମାନବ ସେବା ସଂଘର ସଭାପତି ସୁଭାଷ ସାହାରେଙ୍କ ବିୟୋଗ”

28/04/2021 at 9:49 PM

ଝାରସୁଗୁଡା, ୨୮/୦୪: ଆଜି ସକାଳେ ଝାରସୁଗୁଡା ଜିଲ୍ଲା ଡାକ୍ତରଖାନାରେ ମାନବ ସେବା ସଂଘର ସଭାପତି ସୁଭାଷ ସାହାରେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ମୁତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।

ଶ୍ରୀ ସାହାରେ ଜଣେ ଯୁବ ସମାଜ ସେବୀ ତଥା ଗରିବ ଓ ନିଷ୍ପେସିତ ଦିନ ମଜୁରିଆଙ୍କ ପାଇଁ ଭଗବାନଙ୍କ ଦୂତ ସଦୃଶ ଥିଲେ । ସେ ସଦାବେଳେ କହୁଥିଲେ, ମାନବ ସେବା ହିଁ ଭଗବାନଙ୍କ ସେବା । ସେ ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାରେ, କିଛି ନା କିଛି ସହଯୋଗ କରିଛନ୍ତି । ଯେପରି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଶୀତ କାକରରେ କମ୍ବଳ ବଣ୍ଟନ, ଖରା ମାସରେ ବୃଦ୍ଧ ବୃଦ୍ଧାଙ୍କୁ ଚପଲ, ଛତା, ଟ୍ରାଫିକ ଓ ରିକ୍ସାବାଲାଙ୍କୁ ପାଣିବୋତଲ, ଗାମୁଛା, ଡାକ୍ତରଖାନାକୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ ସିଲେଇ ମେସିନ ପ୍ରଦାନ, ଡାକ୍ତରଖାନାରେ ଅସହାୟ ରୋଗୀଙ୍କୁ ଔଷଧ ଓ ଆର୍ଥିକ ସହାୟତା ପ୍ରଦାନ, ବିବାହ-ବତ୍ର ପାଇଁ ଗରିବମାନଙ୍କୁ ସାହାଯ୍ୟ ପ୍ରଦାନ କରିଥିଲ୍ ।

ଏଥିସହିତ ସେ ୫୦ରୁ ଉର୍ଦ୍ଧ୍ବ ଅଜଣା ଶବ ସତ୍କାର କରି ଲୋକଙ୍କ ହୃଦୟ ଜିଣିଥିଲେ । ସେ କରୁଣର ବାହକ ଥିଲେ,ସେ ଯେଉଁ ପରୋଉପକାରର ଦିଗ ଦେଖାଇ ଯାଇଛନ୍ତି, ତାହା ସବୁବେଳେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇ ରହିବ । ସୁଭାଷଙ୍କ ପାଇଁ  ନ୍ୟୁଜ7ର ଶ୍ରଦ୍ଧାଞ୍ଜଳି ।

   Related Posts