କରୋନା ସହ ଲଢି ହାରିଗଲେ, ମୃତ୍ୟୁ ପୂର୍ବରୁ ପତ୍ନୀ ଏବଂ ପିଲାଙ୍କ ପାଇଁ ଲେଖିଥିଲେ ହୃଦୟ ବିଦାରକ ଚିଠି…

Published By : Prameya-News7 Bureau | April 25, 2020 IST

ଓ୍ବାଶିଂଟନ୍ ୨୫।୪: କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣେ ୩୨ ବର୍ଷ ବୟସ୍କ ଯୁବକ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ଉଦ୍ଦେଶ୍ୟରେ ଏକ ହୃଦୟ ବିଦାରକ ଚିଠି ଲେଖିଥିଲେ । ଯୁବକଙ୍କର ମୃତ୍ୟୁ ପରେ ପତ୍ନୀ ତାଙ୍କ ଜିନିଷପତ୍ର ଯାଞ୍ଚ କରୁଥିବାବେଳେ ସେ ମୋବାଇଲ୍ ଫୋନରେ ମୃତ ସ୍ବାମୀଙ୍କ ଚିଠି ପାଇଥିଲେ । ଏଭଳି ଘଟଣା ଘଟିଛି ଆମେରିକାର କନେକ୍ଟିକଟର ଡେନବରୀରେ ।

ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ମାସ ଧରି କରୋନା ସହିତ ଲଢେଇ କରିବା ପରେ ଅପ୍ରେଲ ୨୨ତାରିଖରେ ଜନ୍ କୋଏଲହୋଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଦୀର୍ଘ ୨୦ ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା । ଜନ୍ ସ୍ଥାନୀୟ କୋର୍ଟରେ କାମ କରୁଥିଲେ । ଜନ୍ କାମ କରିବା ସମୟରେ କରୋନା ସଂକ୍ରମଣ ହୋଇଥିଲା । ସେ ତାଙ୍କ ପତ୍ନୀଙ୍କ ସହ ୨ ବର୍ଷର ପୁଅ ଏବଂ ୧୦ ମାସର ଝିଅଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଥିଲେ ।

{"id":259925,"sizeSlug":"large"}

ପତ୍ନୀ କେଟି କହିଛନ୍ତି ଯେ ଜନ୍ଙ୍କଠାର ପ୍ରଥମେ କରୋନା ଲକ୍ଷଣ ନଥିଲା । ମାତ୍ର ପରେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା । ଶେଷ ମୁହୂର୍ତ୍ତରେ ପତ୍ନୀ ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ, କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା ।

ମୃତ୍ୟୁ ପୂର୍ବରୁ ଜନ୍ ତାଙ୍କ ଫୋନ୍ ନୋଟରେ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ଲେଖିଥିଲେ – “ମୁଁ ତୁମକୁ ହୃଦୟରୁ ଭଲ ପାଏ । ତୁମେ ମୋତେ ଏକ ଉତ୍ତମ ଜୀବନ ଦେଇଛ । ମୁଁ ବହୁତ ଭାଗ୍ୟଶାଳୀ ଏବଂ ମୁଁ ଗର୍ବିତ ଯେ ମୁଁ ତୁମର ସ୍ବାମୀ ଏବଂ ବ୍ରେଡିନ-ପେନିଙ୍କ ବାପା । କେଟି, ମୁଁ ଜୀବନରେ ଯେତେ ଲୋକଙ୍କୁ ଭେଟିଛି ସେମାନଙ୍କ ମଧ୍ୟରୁ ତୁମେ ସବୁଠାରୁ ସୁନ୍ଦର ଏବଂ ଯତ୍ନଶୀଳ । ତୁମେ କେବଳ ଏକମାତ୍ର ।

{"id":259926,"sizeSlug":"large"}

ଏହା ନିଶ୍ଚିତ କର ଯେ ତୁମେ ନିଜର ଜୀବନକୁ ଖୁସିରେ ବଞ୍ଚୁଛ ଏବଂ ସେହିଭଳି ବଞ୍ଚ ଯେଉଁ କାରଣରୁ ମୁଁ ତୁମକୁ ଭଲ ପାଇଥିଲି । ପିଲାମାନଙ୍କ ପାଇଁ ସର୍ବୋତ୍ତମ ମା’ ଭାବରେ ତୁମକୁ ଦେଖିବା ଏକ ଭଲ ଅନୁଭୂତି ଥିଲା ।

ବ୍ରେଡିନଙ୍କୁ କହିବା ଯେ ସେ ମୋର ଭଲ ସାଙ୍ଗ । ତା ବାପା ହୋଇ ମୁଁ ଗର୍ବିତ । ପେନେଲୋପଙ୍କୁ ମଧ୍ୟ କହିବ ଯେ ସେ ଜଣେ ରାଜକୁମାରୀ । ସେ ଯାହା ଚାହାଁନ୍ତି ତାହା ହାସଲ କରିପାରନ୍ତି । ମୁଁ ବହୁତ ଭାଗ୍ୟଶାଳୀ । ଯଦି ତୁମକୁ କେହି ସାଥୀ ମିଳିଯିବ ତେବେ ନିଜକୁ ଅଟକାଇବ ନାହିଁ । ସେ କେବଳ ତୁମକୁ ଏବଂ ପିଲାମାନଙ୍କୁ ଭଲ ପାଉ । ମୁଁ ଏଥିପାଇଁ ତୁମକୁ ଭଲ ପାଇବି । ଯାହା ବି ହେଉ ସବୁବେଳେ ଖୁସିରେ ରହିବ ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.