ଫନି ବାତ୍ୟାରେ ଭାଙ୍ଗିଗଲା ଚାଳ ଛପର, ପକ୍କା ଘରଟିଏ ପାଇଁ ଦୌଡି ଦୌଡି ନୟାନ୍ତ ହେଲେ, ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | September 25, 2020 IST

ସାଲେପୁର ୨୫।୯: ପକ୍କାଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ । ଲୋକଙ୍କୁ ସହାୟତା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ପ୍ରଶାସନ ଓ ରାଜନେତାଙ୍କ ସଲାସୁତରାରେ ବଳି ପଡିଯାଉଛନ୍ତି ସାଧାରଣ ଲୋକେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଅନ୍ତର୍ଗତ କିଶନ ନଗର ତହସିଲ ଅଂଚଳର ବାଲିଶୁକ୍ରୀ ଗ୍ରାମରେ । ବହି ଚେଷ୍ଟା ପରେ ବି ଏହି ଗ୍ରାମର କୟୁମ ଖାଁକୁ ଏବେ ଯାଏଁ ମିଳିପାରୁନାହିଁ ସରକାରଙ୍କ ଯୋଜନାରେ ଥିବା ଖଣ୍ଡିଏ ପକ୍କା ଘର ।

{"id":334394,"sizeSlug":"large"}

କିଶନ ନଗର ତହସିଲ ଅନ୍ତର୍ଗତ ବାଲିଶୁକ୍ରୀ ଗ୍ରାମର କୟୁମ ଖାଁ ଏବଂ ତାଙ୍କ ପରିବାର । ଭଙ୍ଗା ଦଦରା ଘରେ ରୁହନ୍ତି କୟୁମଙ୍କ ପରିବାର । ସରକାରଙ୍କ ଯୋଜନା କୟୁମଙ୍କ ପାଇଁ ପାଲିଟିଛି ସାତସପନ । ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଲେଣି କୟୁମ । ହେଲେ ସରକାରଙ୍କ ଯୋଜନାରେ ଥିବା ପକ୍କା ଘର ଖଣ୍ଡିଏ ମିଳିପାରୁନାହିଁ । ଶେଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡିଏ ପକ୍କା ଘର ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଚିଠି ଲେଖିଛନ୍ତି କୟୁମ ଖାଁ ।

{"id":334395,"sizeSlug":"large"}

ଦୀର୍ଘ ୧୪ ମାସ ତଳେ ପ୍ରଳୟକାରୀ ଫନି ବାତ୍ୟାରେ ତାଙ୍କ ଚାଳ ଛପର ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ସହାୟତା ମିଳିନଥିଲା । ଏ ନେଇ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ ବି କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ସେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏକ ଚିଠି ଲେଖିଥିଲେ । ଆଉ କିଛି ଦିନ ପରେ ଚିଠିର ଅନଲାଇନ୍ ଷ୍ଟାଟସ୍ ଯାଞ୍ଚ୍ କରିଥିଲେ କୟୁମ । ଆଉ ଜାଣିବାକୁ ପାଇଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ ପାଖକୁ ତଦନ୍ତ ନିର୍ଦ୍ଦେଶ ଆସିଛି । ହେଲେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ତାଙ୍କ ଘରକୁ ଆସିନାହାଁନ୍ତି ବୋଲି କୟୁମ ଅଭିଯୋଗ କରିଛନ୍ତି ।

{"id":334396,"sizeSlug":"large"}

ଅନ୍ୟପଟେ ରହିବା ପାଇଁ ତାଙ୍କର ଘର ନଥିବାରୁ କୟୁମଙ୍କ ପରିବାର ଲୋକଙ୍କୁ ବାରଦୁଆର ହେବାକୁ ପଡୁଛି । କେବେ କେବେ ନିଜ ଶ୍ବଶୁର ଘରେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଥାନ୍ତି କୟୁମ । ଗ୍ରାମବାସୀମାନେ ମଧ୍ୟ ପ୍ରଶାସନ ନିକଟରେ କୟୁମଙ୍କୁ ପକ୍କାଘର ଖଣ୍ଡେ ଯୋଗାଇଦେବାକୁ ନିବେଦନ କରିଛନ୍ତି । କୟୁମଙ୍କୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ । ଏବେ ଦେଖିବାକୁ ବାକି ରହିଲା କୟୁମଙ୍କୁ କେବେ ମିଳୁଛି ସରକାରଙ୍କ ଯୋଜନାରେ ଥିବା ପକ୍କା ଘର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.