ଲଟେରୀ ଜିତିଲେ, କିନ୍ତୁ ଭୟରେ ଭିଲିଆନ୍ ହୋଇ ଆସିଲେ : ୯୫ ନିୟୁତ ଡଲାର ଲଟେରୀ ବିଜେତାଙ୍କ ବେଶ ଦେଖି ତାଜୁବ ହୋଇଗଲେ ପୁରସ୍କାରଦାତା

Published By : Prameya-News7 Bureau | July 21, 2020 IST

ଜାମାଇକା, ୨୧|୦୭: ଯଦି ଆପଣ କେବେ ଲଟେରୀ ଜିତନ୍ତି ତେବେ ଏହି ବିଷୟରେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କୁ କହିବେ କି । କାରଣ ଭାଗ୍ୟ.ରେ ହଠାତ ପରିବର୍ତ୍ତନ ହେଲେ ଲୋକମାନେ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାନେଇ ଅନେକ ନଜିର ରହିଛି ।  ଏପରି ଏକ ଘଟଣା ଘଟିଛି ଜାମାଇକାରେ । ଏଠାରେ ଜଣେ ବ୍ୟକ୍ତି ଲଟେରୀ ଅର୍ଥ ନେବା ସମୟରେ ନିଜର ପରିଚୟ ଲୁଚାଇଛନ୍ତି । କିନ୍ତୁ ସେ ଯେଉଁ ବେଶରେ ଲଟେରୀ ଅର୍ଥ ନେବାକୁ ଆସିଥିଲେ ତାହା ସମସ୍ତଙ୍କ ନଜରରେ ଆସିଯାଇଛି ।

ଲଟେରୀ ଅର୍ଥ ନେବା ବେଳେ ବ୍ୟକ୍ତିଜଣଙ୍କ ଚଳଚ୍ଚିତ୍ର ଜଗତର ଭିଲିଆନ୍ ଡର୍ଥ ଭାଡେର ବେଶରେ ଆସିଥିଲେ । ବ୍ୟକ୍ତିଜଣଙ୍କ ଲଟେରୀ ଅର୍ଥ ବାବଦରେ ୯୫ ମିଲିୟନ ଡଲାର ପାଇବେ । ତେବେ ତାଙ୍କର ଏହି ରୂପ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

{"id":303805,"width":624,"height":468,"sizeSlug":"large"}

ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଡବ୍ଲ୍ୟୁ ବ୍ରୋନ୍ । ସେ ଚଳିତ ମାସ ଆରମ୍ଭରେ ଡି ଏଣ୍ଡଜ୍ ନାମକ ଏକ ସ୍ପୋର୍ଟସ୍ ବାରରୁ ଏକ ଲଟେରୀ କିଣିଥିଲେ । ସେ ଜ୍ୟାକପଟରେ ବିଜୟୀ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ବିନା ପରିଚୟ ପ୍ରଘଟ କରି ଅର୍ଥ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଅର୍ଥ ଆଣିବାକୁ ଯିବା ସମୟରେ ସେ ଡାର୍ଥ ଭାଡେର୍ ରୂପ ଧାରଣ କରିଥିଲେ । ଏହି ରୂପରେ ହିଁ ସେ ଲଟେରୀ ଅର୍ଥ ବାବଦରେ ଚେକ୍ ଗ୍ରହଣ କରିଥିଲେ । ଏହି ରୂପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ରୋନ୍ କହିଛନ୍ତି ଯେ, ସେ ଲଟେରୀ ଅର୍ଥରେ ଏକ ଘର ଓ ବସ୍ କିଣିବେ । ଆହୁରି ଅନେକ କିଛି ଇଚ୍ଛା ଅଛି । ସେ ସାଧାରଣତଃ ଓଲ୍ଡ ହାବରରୁ ଟିକେଟ୍ କିଣିଥାନ୍ତି । କିନ୍ତୁ ଚଳିତ ଥର ସ୍ପୋର୍ଟସ୍ ବାରରୁ ଟିକେଟ୍ କିଣିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଭାଗ୍ୟ ତାଙ୍କର ସାଥ୍ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.