Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ଏ ଯୁଗର କୃଷ୍ଣ-ସୁଦାମା : ୧୬୪ କୋଟି ଟଙ୍କାର ଲଟେରୀ ବିଜେତା ଅଧା ଟଙ୍କା ସାଙ୍ଗକୁ ଦେଲେ, ୨୮ ବର୍ଷ ତଳେ ଦେଇଥିଲେ ପ୍ରତିଶ୍ରୁତି

24/07/2020 at 7:13 PM

ନ୍ୟୁୟର୍କ, ୨୪|୦୭:   ରାତା ରାତି କୋଟିପତି ହେବା ପରେ କିଛି ଲୋକ ନିଜ ପରିବାରକୁ ଭୁଲିଯାଆନ୍ତି । ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଆଦି ସେମାନଙ୍କୁ ଗୌଣ ନଜର ଆସନ୍ତି । କିନ୍ତୁ ଆମେରିକାର ଓ୍ୱିସକନସିଅନରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଲଟେରୀ ଜିତିବା ପରେ ତାଙ୍କ ବନ୍ଧୁଙ୍କୁ ପୁରସ୍କାର ରାଶିର ଅଧା ଟଙ୍କା ଦେବେ ବୋଲି କହିଛନ୍ତି । ଏହି ଖବରଟି ପଢିଲା ପରେ ଆମକୁ ଭାରତୀୟଙ୍କ ଦୃଢ ବିଶ୍ୱାସର ପୌରାଣିକ କଥା କୃଷ୍ଣ-ସୁଦାମାଙ୍କ ସମ୍ପର୍କ ମନେପଡେ । ଗରିବ ସୁଦାମାଙ୍କୁ ଦ୍ୱାରକାଧିପତି କୃଷ୍ଣ ଅମାପ ସମ୍ପତ୍ତି ଦାନ କରିଥିଲେ । କେବଳ ବନ୍ଧୁତ୍ୱର ପ୍ରତିଶ୍ରୁତି ରଖି । ଠିକ୍ ଯେମିତି ଆମେରିକୀୟ ଜଣଙ୍କ କରିଛନ୍ତି ।

ଘଟଣାଟି ଏହିପରି, ଟମ୍ କୁକ୍ ଓ ଜୋସେଫ୍ ଫିନେ ନାମକ ଦୁଇ ବନ୍ଧୁ ୧୯୯୨ ମସିହାରେ ପରସ୍ପରକୁ କଥା ଦେଇଥିଲେ । ଯଦି ଭବିଷ୍ୟତରେ ଉଭୟଙ୍କ ମଧ୍ୟକୁ କେହି ଲଟେରୀ ଜିତନ୍ତି ତେବେ ଅନ୍ୟକୁ ଅଧା ଅର୍ଥ ଦେବେ ବୋଲି କହିଥିଲେ । ଗତ ମାସରେ କୁକ୍ ଏକ ଲଟେରୀ ଜିତିଥିଲେ । ଏହାସହ ସେ ନିଜ ବନ୍ଧୁ ଫିନେଙ୍କୁ ଏବାବଦରେ କହିଥିଲେ । ପ୍ରଥମେ ଫିନେ ଏକଥା ବିଶ୍ୱାସ କରିପାରି ନଥିଲେ । କୁକ୍ ୨୨ ମିଲିୟନ ଡଲାର ଅର୍ଥାତ ୧୬୪ କୋଟିର ଅର୍ଥ ଜିତିଥିଲେ ।

କୁକ୍ ଓ ଫିନେ ଉଭୟ ଚାକିରୀରୁ ଅବସର ନେଇ ଗରେ ରହିଛନ୍ତି । ସେମାନେ ଏହି ଅର୍ଥରାଶିକୁ କଣ ଖର୍ଚ୍ଚ କରିବେ କହିନାହାଁନ୍ତି । ତେବେ ସେମାନେ ପରିବାର ସହ ସମୟ କାଟିବେ ବୋଲି କହିଛନ୍ତି । ପରିବାର ସଦସ୍ୟଙ୍କୁ ଧରି କେଉଁ ସ୍ଥାନକୁ ସେମାନେ ବୁଲିଯିବେ ବୋଲି ଚିନ୍ତା କରୁଛନ୍ତି ।

ପୁରସ୍କାର ରାଶି ବାବଦରେ ସେମାନେ ୧୬.୭ ମିଲିୟନ ଟଙ୍କା ପାଇଛନ୍ତି । କାରଣ ୨୨ ମିଲିୟନରୁ ବିଭିନ୍ନ ଟ୍ୟାକ୍ସ କଟିବା ପରେ ଏତିକି ଟଙ୍କା ହିଁ କୁକଙ୍କ ପ୍ରଦାନ କରାଯାଇଥିଲା । ଏବେ କୁକ୍ ଫିନେଙ୍କୁ ୫.୭ ମିଲିୟନ ଅର୍ଥ ଦେବେ ବୋଲି କହିଛନ୍ତି ।

   Related Posts