Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଆଲ୍ଲା ଜବ୍ ଦେତା ହେ ଛପର୍ ଫାଡ୍ କେ… ଭୁଲରେ କିଣିଥିବା ଲଟେରୀ ଟିକେଟ୍ କଲା ଧନ ବର୍ଷା, ପରିମାଣ ଶୁଣିଲେ ଆଖି ଖୋସି ହୋଇଯିବ

16/07/2020 at 3:37 PM

ଓ୍ୱାଶିଂଟନ, ୧୬|୦୭: ବେଳେବେଳେ ଭୁଲ କରିବା ଦ୍ୱାରା ମଧ୍ୟ ଅନେକ କିଛି ଭଲ ହୋଇଥାଏ । ଜଣେ ଯୁବକଙ୍କୁ ଏକ ଲଟେରୀ ବ୍ୟବସାୟୀ ଭୁଲ ଲଟେରୀ ପ୍ରଦାନ କରିଥିଲେ । କିନ୍ତୁ ଯୁବକଜଣଙ୍କ ଭାଗ୍ୟବାନ ଥିଲେ । ସଂଯୋଗ ବଶତଃ ସେ ୧୫ କୋଟି ଚଙ୍କା ଜିତି ପାରିଲେ । ଏପରି ଭାବେ ଯୁବକଜଣଙ୍କ ରାତାରାତି କୋଟିପତି ହୋଇଯାଇଥିଲେ ।

ଏହି ଘଟଣା ଆମେରିକାର ଓ୍ୱାଶିଂଟନରେ ଘଟିଛି । ଯେଉଁ ଯୁବକ ଲଟେରୀ ଜିତିଛନ୍ତି ସେ ନିଜ ଟ୍ରକକୁ ସଜାଡିବା ପାଇଁ ଯାଇଥିଲେ । ସେ ଖୁଚୁରା ପଇସା ନେବାକୁ ଷ୍ଟେସନ୍ କ୍ଲର୍କ ପାଖକୁ ଯାଇଥିଲେ । ଏହାପରେ ସେ ୧୦ ଡଲାରର ଲକି ୭ ଟିକେଟ୍ ନେଇଥିଲେ । ଭୁଲରେ ସେ ତାଙ୍କୁ ୨୦ ଡଲାରର ଲଟେରୀ ଦେଇଦେଲେ । ପରେ ଦୋକାନୀ ଏହାକୁ ବଦଳାଇବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ସେ ଏହାକୁ ରଖିନେଇଥିଲେ । ପରେ ଏହି ଟିକେଟ୍  ହିଁ ଲକି ଟିକେଟ୍ ସାବ୍ୟସ୍ତ ହୋଇଥିଲା ।

ଏହି ଯୁବକଜଣଙ୍କ ନିଜ ନାଁ କହିନଥିଲେ ମଧ୍ୟ ଏହି ଅର୍ଥରାଶିକୁ କଣ କରିବେ କହିଛନ୍ତି । ସେ ଏଥିରେ ପ୍ରଥମେ ଏକ ଘର କିଣିବେ । ଏକଥରେ ସବୁ ଟଙ୍କା ଉଠାଇଲେ ତାଙ୍କୁ ପ୍ରାୟ ୯ କୋଟି ଚଙ୍କା ମିଳିବ । ବାକି ଅର୍ଥ ଟିକସ୍ ବାବଦରେ କଟିଯିବ । ସେ ଯଦି କ୍ଲର୍କଙ୍କୁ ଲଟେରୀ ଟିକେଟ୍ ଫେରାଇ ଦେଇଥାନ୍ତେ ତେବେ ସେ କୋଟିପତି ହୋଇପାରିନଥାନ୍ତେ । ଏହି ଅର୍ଥରାଶି ଜିତିବା ପରେ ସେ ବହୁତ ଖୁସି ଥିବା କହିଛନ୍ତି ।

   Related Posts