Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଭାବି ପତ୍ନୀ ଓ ଶାଳୀ ସହ ଆରମ୍ଭ କରିଥିଲେ ଠକେଇ କାରବାର: ୧୦ ହଜାର ଲୋକଙ୍କ ଠାରୁ ଠକେଇ କରିଛନ୍ତି ୧୦ କୋଟି ଟଙ୍କା

13/09/2020 at 3:13 PM

ଭୋପାଲ ୧୩/୦୯ : ମଧ୍ୟ ପ୍ରଦେଶ ଭୋପାଲରେ ସାଇବର କ୍ରାଇମ ପୋଲିସ ଏକ ଏକ ଏମିତି ଗ୍ୟାଙ୍ଗର ପର୍ଦାଫାଶ କରିଛି ଯେଉଁମାନେ ଶସ୍ତାରେ ଋଣ ଦେବା ମାମଲାରେ ଏବେ ସୁଦ୍ଧା ୧୦ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ କରି ସାରିଥିଲେ । ଏଥିପାଇଁ ଏହି ଗ୍ୟାଙ୍ଗ ନୋଏଡାରେ ଏକ କଲ ସେଣ୍ଟର ଓ ୱେବସାଇଟ ତିଆରି କରିଥିଲେ । ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଫେରାର ଅଛି । ୩ଜଣଙ୍କୁ ପୋଲିସ ନୋଏଡାରୁ ଗିରଫ କରିଛି ।

ଏହି ଗ୍ୟାଙ୍ଗ ଲୋକଙ୍କୁ ନିଜ କଲ ସେଣ୍ଟର ଓ ୱେବସାଇଟ ଭରସା ଦେଇ ବିଶ୍ୱାସ ଜିତୁଥିଲେ ଓ ପରେ ଶସ୍ତାରେ ଋଣ ଦେବା କହି ଠକେଇ କରୁଥିଲେ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଡେଭିଡ କୁମାର ଜାଟବ, ପ୍ରବନ୍ଧକ ମନୀଷା ଭଟ୍ଟ ଓ ତାଙ୍କ ଭଉଣୀ ନେହା ଭଟ୍ଟକୁ ପୋଲିସ ଗିରଫ କରିଛି । ଏଡିଜି ଉପେନ୍ଦ୍ର ଜୈନ କହିଛନ୍ତି ଯେ ସାଇବର ପୋଲିସ ପାଖକୁ ବ୍ୟକ୍ତିଗତ ଋଣ ନାଁରେ ଠକେଇ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଠକେଇ ପାଇଁ ଗ୍ୟାଙ୍ଗ ନୋଏଡାରେ କଲ ସେଣ୍ଟର ଖୋଲିଥିଲା । ସେଠାରେ ୨୫-୩୦ ଯୁବତୀ କାମ କରୁଥିଲେ । କଲ୍ ସେଣ୍ଟରରୁ ଲୋକଙ୍କୁ ଫୋନ୍ କରି କମ୍ ସୁଧରେ ଋଣ ଦେବାକୁ କହି ଲୋଭ ଦେଉଥିଲେ । ଗ୍ୟାଙ୍ଗରେ କୁମାର ଜାଟବ, ମନୀଷା ଭଟ୍ଟ ଓ ତାଙ୍କ ଭଉଣୀ ନେହା ଭଟ୍ଟଙ୍କ ସହ କମଲ କଶ୍ୟପ ଥିଲେ । କମଲ ଫେରାର ଅଛି । ଗ୍ରାହକଙ୍କ ଠାରୁ ଟଙ୍କା ନେବା ପାଇଁ କମଲ ଫେକ୍ ବ୍ୟାଙ୍କ ଆକାଉଣ୍ଟ ଓ ସିମ୍ କାର୍ଡ ଉପଲବ୍ଧ କରାଉଥିଲା । ଫେକ୍ ୱେବସାଇଟ୍ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଗ୍ୟାଙ୍ଗ୍ ଗୁଗଲରେ ଆଡ଼୍ ଦେଉଥିଲା । କଲ୍ ସେଣ୍ଟରର ଦୁଇଟି ଫ୍ଲାଟ୍ ଭଡାରେ ନେଇଥିଲେ । ଫୋନ କରୁଥିବା ଯୁବତୀମାନେ ପ୍ରତ୍ୟେକ ଗ୍ରାହକଙ୍କ ରେକର୍ଡ ମେଣ୍ଟେନ କରି ତାକୁ ଏକ୍ସେଲ୍ ନୋଟରେ ସେଭ୍ କରୁଥିଲେ । ଏକ୍ସେଲ ଫାଇଲ ଯାଞ୍ଚ ପରେ ଜଣାପଡିଥିଲା ଗ୍ୟାଙ୍ଗ ୧୦ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ କରିସାରିଛନ୍ତି । 

ମାମଲାର ଯାଞ୍ଚ ପାଇଁ ସାଇବର୍ ପୋଲିସ ନୋଡାଲ୍ ଅଧିକାରୀ ନିଯୁକ୍ତ କରିଛି । ଠକେଇର ଶିକାର ହୋଇଥିବା ଲୋକେ ଏହି ଅଧିକାରୀଙ୍କୁ ସୂଚନା ଦେଇପାରିବେ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୬ଟି ଲାପଟପ୍, ୨୫ଟି ମୋବାଇଲ୍ ଫୋନ୍, ୨୧୯୮ ଆକ୍ଟିଭ୍ ସିମ୍ କାର୍ଡ, ୧୯ଟି ଡେବିଟ୍ କାର୍ଡ, ୩ଟି ରେଂଟ ଏଗ୍ରିମେଣ୍ଟ ସମ୍ବନ୍ଧୀୟ ଦସ୍ତାବିଜ, ଏକ ରେଜିଷ୍ଟର, ଇଣ୍ଟରନେଟ୍ କନଭର୍ଟର୍, ଵଲେନୋ କାର୍ ଜବତ କରିଛି ।

   Related Posts