ପ୍ରେମିକାର ମାଆଙ୍କୁ ଭଲପାଇ ବସିଲା ପ୍ରେମିକ, ଶେଷରେ ଉଭୟ ନେଲେ ଏହି ନିଷ୍ପତ୍ତି...

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩।୦୯: ପ୍ରେମିକା ଥାଇ ବି ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖନ୍ତି ପ୍ରେମିକ । ଯେଉଁଥି ଲାଗି ବ୍ୟକ୍ତିଗତ ଜୀବନରେ ବିବାଦ ଆସିଥାଏ । କିନ୍ତୁ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଝିଅର ମାଆ ଏମିତି ଜଣେ ଯୁବକଙ୍କୁ ବିବାହ କରିବାକୁ ଯାଉଛନ୍ତି , ଯେଉଁ ଯୁବକ ଜଣଙ୍କ ସେହି ଝିଅର ପ୍ରେମିକ ରହିସାରିଛି । କିନ୍ତୁ ଏବେ ସେ ଝିଅ ଓ ପୁଅ ମଧ୍ୟରେ କୌଣସି ସଂପର୍କ ନାହିଁ । ତେବେ କିପରି ତାଙ୍କ ମାଆ ସେହି ପୂର୍ବତନ ପ୍ରେମିକଙ୍କ ନିକଟତର ଆସିଲେ, ତାଙ୍କୁ ଏ ବିଷୟରେ ସେ କିଛି ହିଁ ଜାଣିନାହାନ୍ତି । ଏବେ ସେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁଯାୟୀ, ଯୁବତୀଙ୍କ ନାମ ମୋରିସା ଅଟେ, ସେ ଜଣେ ଯୁବକଙ୍କ ଭଲ ପାଉଥିଲେ । ଯୁବକ ଓ ଯୁବତୀ କ୍ଲାସମେଣ୍ଟ ଥିଲେ । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଜାରି ରହିଥିଲା । ମଝିରେ ମଝିରେ ଯୁବତୀ ଜଣଙ୍କ ନିଜ ପ୍ରେମିକଙ୍କୁ ଘରକୁ ଡାକନ୍ତି । ଏହି ସମୟରେ ସେ ନିଜ ମାଆଙ୍କ ସହିତ ଯୁବକଙ୍କ ସାକ୍ଷାତ ମଧ୍ୟ କରାଇଥିଲେ ।  କିନ୍ତୁ ଉଭୟଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କରେ ଫାଟ ଆସିଥିଲା । ଉଭୟଙ୍କ ପ୍ରେମ ସଂପର୍କରେ ଲାଗିଥିଲା ପୂର୍ଣ୍ଣଚ୍ଛେଦ ।  ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଭାଙ୍ଗିଯିବା ପରେ ବି ଯୁବତୀଙ୍କ ମାଆ , ସେହି ଯୁବକଙ୍କୁ ଘରକୁ ଡାକନ୍ତି । କିନ୍ତୁ ଯୁବତୀ ଜଣଙ୍କ ଏହାକୁ ବିରୋଧର କରିଥିଲେ ।  ତେବେ  ଏହାର କିଛି ଦିନ ପରେ  ହଠାତ୍‌ ସେହି ପୂର୍ବତନ ପ୍ରେମିକ ସହିତ  ତାଙ୍କ ମାଆଙ୍କର ପ୍ରେମ ସଂପର୍କ ଚାଲିଥିଲା ।  ଏହା ଦେଖି ଯୁବତୀ ଜଣଙ୍କ ଚକିତ ହୋଇଯାଇଥିଲେ ।

ଯୁବତୀଙ୍କ ବୟାନ ଅନୁସାରେ, ତାଙ୍କ ମାଆ ଓ ସେହି ଯୁବକ ଜଣଙ୍କ ମଝିରେ ମଝିରେ ଦେଖା ସାକ୍ଷାତ କରନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ କେତେବେଳେ ପ୍ରେମ ସଂପର୍କ ଗଢିଉଠିଲା । ତାହା ସେ ଜାଣିପାରିଲେନି ।  ପୁଣି ଏକ ଦିନ ଯୁବତୀଙ୍କ ମାଆ ସେହି ଯୁବକଙ୍କ ବିବାହ କରିବାକୁ ଘୋଷଣା କରିଥିଲେ । ଯୁବତୀ ନିଜ ମାଆଙ୍କ ଏପରି ନିଷ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେ କିପରି ଏଭଳି ଏକ କଠିନ ପଦକ୍ଷେପ ନେଲେ । ବର୍ତ୍ତମାନ ଉଭୟେ ବିବାହ କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.