Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝିଅମାନେ ସବୁଠୁ ଅଧିକ ଏହି ଅକ୍ଷରରୁ ଆରମ୍ଭ ନାଁ ର ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି

13/05/2019 at 2:21 PM

ବିବାହ ସମୟରେ ଝିଅମାନେ ସର୍ବଦା ଭାବି ଚିନ୍ତି ପୁଅ ବାଛନ୍ତି। ଜୀବନସାଥି ରୂପରେ ଭଲ ସ୍ବଭାବ ଓ ଭଲ ବ୍ୟକ୍ତିତ୍ବର ମଣିଷ ଖୋଜନ୍ତି। ସାଧାରଣତଃ ଝିଅମାନେ ଏମିତି ପୁଅଙ୍କୁ ପସନ୍ଦ କରନ୍ତି ଯେଉଁମାନେ ନିଜ କାମରେ ଅଧିକ ଧ୍ୟାନ ଦିଅନ୍ତି। ଏମିତି ପୁଅମାନେ ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି। ତେବେ ଜାଣନ୍ତୁ କେଉଁ ଅକ୍ଷରରୁ ନାଁ ଆରମ୍ଭ ହଉଥିବା ବ୍ୟକ୍ତିଙ୍କୁ ଝିଅମାନେ ଅଧିକ ପସନ୍ଦ କରନ୍ତି।
P (ପି):  ଯେଉଁ ଲୋକଙ୍କ ନାଁ ଇଂରାଜୀ ପି ଅକ୍ଷରରୁ ଆରମ୍ଭ ହୁଏ, ଝିଅମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି। ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ପୁରୁଷମାନଙ୍କର ବହୁତ ଭଲ ଗୁଣ ଥାଏ। ସୁଃଖ ଦୁଃଖରେ ନିଜ ଜୀବନସାଥି ସହ ସବୁସମୟରେ ଥାନ୍ତି। ପି ଅକ୍ଷରରୁ ଆରମ୍ଭ ହେଉଥିବା ପୁରୁଷଙ୍କୁ ବିବାହ କରିଲେ ଖୁବ ଭାଗ୍ୟବାନ ହେବେ।

S (ଏସ୍‌): ଏସ ଅକ୍ଷର ଥିବା ନାଁର ପୁଅମାନେ ଦେଖିବାକୁ ଅଧିକ ସୁନ୍ଦର ନଥାନ୍ତି କିନ୍ତୁ ଖୁବ ଦାଇତ୍ବବାନ ଥାନ୍ତି। ଏହି ଲୋକଙ୍କ ବୁଝିବା ଶକ୍ତି ଖୁବ୍‌ ଭଲ ଥାଏ। ଏମାନେ ଶାନ୍ତ ସ୍ବଭାବ ପ୍ରକୃତିର ଥାନ୍ତି । ନିଜ ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାକୁ ଦେଖନ୍ତି ନାହିଁ। । ଜୀବନସାରା ନିଜ ସ୍ତ୍ରୀଙ୍କ ସହ ସୁଖ ଦୁଃଖରେ ଥାନ୍ତି। ସବୁବେଳେ ନିଜ କାର୍ଯ୍ୟ ଭଲ ଭାବେ କରନ୍ତି ଏସ ଅକ୍ଷରର ପୁରୁଷମାନେ।   

D(ଡି): ଡି ଅକ୍ଷରରୁ ଆରମ୍ଭ ହୋଇଥିବା ନାଁର ପୁଅମାନେ ଦେଖିବା ପାଇଁ ଯାହା ହୁଅନ୍ତୁ ନା କାହିଁକି ସେମାନେ ବେଶ ଦୟାବାନ, ପରୋଉପକାରୀ ହେବା ସାଙ୍ଗକୁ ସେମାନଙ୍କ ସେନ୍ସ ଅଫ ହ୍ୟୁମର ଭଲ ଥାଏ। ଏମାନେ ନିଷ୍କପଟ ଭାବେ ବ୍ୟବହାର କରିଥାନ୍ତି। ଏମାନେ ଅଧିକ ଦେଖେଇହେବା ବା ଉପରେ ପଡି କହିବା ଭଳି ପ୍ରକୃତିର ହୋଇନଥାନ୍ତି। ତେଣୁ ଝିଅମାନେ ଏମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ।  

M (ଏମ୍‌): ଏମ୍‌ ଅକ୍ଷରରୁ ଆରମ୍ଭ ହୋଇଥିବା ନାଁର ପୁଅମାନେ ଅନ୍ୟ ମାନଙ୍କୁ ବହୁତ ସାହାଯ୍ୟ କରନ୍ତି। ଏମାନଙ୍କ ସ୍ବଭାବ ସଂବେଦଶୀଳ ଥାନ୍ତି।ନିଜ ଜୀବନସାଥିକୁ ସବୁବେଳେ ଖୁସିରେ ରଖନ୍ତି ଏମ୍‌ ଅକ୍ଷରରୁ ନାଁ ଆରମ୍ଭ ହେଉଥିବା ଲୋକମାନେ।ଏହି କାରଣରୁ ଝିଅମାନେ ଏମାନଙ୍କୁ ଅଧିକ ପସନ୍ଦ କରନ୍ତି ।

   Related Posts