Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଅଜବ ମଣିଷ ! ୩୨ ବର୍ଷ ହେଲା ଖାଉଛନ୍ତି ପଥର, ପ୍ରତିଦିନ ଦରକାର ୨୫୦ ଗ୍ରାମ୍

8/03/2021 at 8:38 PM

ମୁମ୍ବାଇ ୦୮/୦୩ : ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ, ବଞ୍ଚିବା ପାଇଁ ଖାଦ୍ୟ ନିତାନ୍ତ ଆବଶ୍ୟକ । ଅନେକ ସମୟରେ ଲୋକମାନେ ଅଦ୍ଭୁତ ଜିନିଷ ଖାଉଥିବା ଦେଖିବାକୁ ମିଳେ । ସେହିଭଳି ମହାରାଷ୍ଟ୍ରର ଜଣେ ବୃଦ୍ଧ ଦୀର୍ଘ ୩୨ ବର୍ଷ ହେଲା ପଥର ଖାଉଛନ୍ତି । ବଞ୍ଚିବା ପାଇଁ ପଥର ଖାଇବା ତାଙ୍କ ପାଇଁ ଜରୁରୀ । ସତ୍ରା ଜିଲ୍ଲା ଅଦର୍କୀ ଗାଁରେ ରହୁଥିବା ୭୮ ବର୍ଷୀୟ ବୃଦ୍ଧ ରାମଦାସ ବୋଡକେ ପ୍ରତିଦିନ ପଥର ଖାଇ ରୁହନ୍ତୁ ।

ଆଶ୍ଚର୍ଯ୍ୟର କଥା ହେଉଛି ଗଲା ୩୨ ବର୍ଷ ହେଲା ପଥର ଖାଉଥିବା ବୃଦ୍ଧ ରାମଦାସ ବୋଡକେଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ । ଅନ୍ୟମାନଙ୍କ ଭଳି ସେ ମଧ୍ୟ ସାଧାରଣ ଭାବେ ଜୀବନଯାପନ କରୁଛନ୍ତି । ଖାଦ୍ୟ ବଦଳରେ ସେ ଖାଉଛନ୍ତି କେବଳ ପଥର । ଏଭଳି ଭାବେ ପ୍ରତିଦିନ ସେ ୨୫୦ ଗ୍ରାମ୍‌ ପଥର ଖାଉଥିବା କହିଛନ୍ତି ।

ପଥର ଖାଇବା ପଛର କାରଣ ମଧ୍ୟ କହିଛନ୍ତି ରାମଦାସ । ସେ କହିଛନ୍ତି, ୩୩/୩୪ ବର୍ଷ ପୂର୍ବେ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା । ବହୁ ଦିନ ଧରି ମେଡିସିନ୍‌ ଖାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯନ୍ତ୍ରଣା ବଢିବାରୁ ଗାଁର ଜଣେ ମହିଳା ତାଙ୍କୁ ପଥର ଖାଇବା ପାଇଁ କହିଥିଲେ । ଏହା ପରେ ସେ ପଥର ଖାଇବା ଆରମ୍ଭ କରିଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପଥର ଖାଇବା ପରେ ତାଙ୍କର ପେଟ ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବେ କମିଯାଇଥିଲା । ସେବେଠାରୁ ସେ ପ୍ରତିଦିନ ପଥର ଖାଉଛନ୍ତି । ସେ ପଥର ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳମାତ୍ରାରେ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

   Related Posts