Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

୮ଟି ରାଜ୍ୟର ୨୦ ବ୍ୟାଙ୍କରେ ବୁଲାଇଥିଲା କଳାକନା, ଜୁଆ ଖେଳୁଥିଲା ଓ ଅୟସ କରୁଥିଲା: ଏବେ ଧରା ପଡ଼ିଗଲା

27/10/2020 at 5:31 PM

ଜୟପୁର ୨୭/୧୦:  ନାଁ ଗଜରାଜ କୁମାର। ନିଶା ଜୁଆ ଖେଳିବା, ପେଶା ବ୍ୟାଙ୍କ ଡକାୟତି। ଜୁଆରେ ସର୍ବସ୍ବ ହାରିବା ପରେ ଋଣ ସୁଝିବାକୁ ବ୍ୟାଙ୍କ ଚୋରିକୁ ପନ୍ଥା ଭାବେ ଆପଣାଇଥିଲା ଗଜରାଜ। ୮ ରାଜ୍ୟରେ ୨୦ ବ୍ୟାଙ୍କ ଲୁଟି ଋଣ ସୁଝିବା ସହ ନିଜର ଜୀବନଶୈଳୀ ପରିବର୍ତ୍ତନ କରିଥିଲା କୁମାର। ତେବେ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ଦୁଇ ବର୍ଷ ଧରି ଥିବା ଗଜରାଜ ରବିବାର ଦିନ ଜୟପୁରରୁ ଗିରଫ ହୋଇଥିବା ପୋଲିସ କହିଛି।

ମିଳିଥିବା ସୂଚନା ଅନୁସାରେ, ଗଜରାଜ କୁମାର ରାଜସ୍ଥାନର କାରୋଲି ଗାଁର ବାସିନ୍ଦା। ଜୁଆ ଖେଳିବା ତାର ନିଶା। କିନ୍ତୁ ଜୁଆ ପାଇଁ ସମସ୍ତ ପୁଞ୍ଜି ହରାଇବା ପରେ ସମ୍ପର୍କୀୟଙ୍କୁ ପାଖରୁ ଆଣିଥିଲା ମୋଟାଅଙ୍କର ଋଣ। କିନ୍ତୁ ଋଣ ଟଙ୍କା ସୁଝି ନପାରି ଆପଣାଇଥିଲା ଅପରାଧର ରାସ୍ତା। ଜୁଆ ପାଇଁ କରିଥିବା ଋଣ ସୁଝିବାକୁ ସ୍ଥାନୀୟ ଅପରାଧିଙ୍କ ସହ ହାତ ମିଳାଇଥିଲା ଗଜରାଜ। ପ୍ରଥମେ ବ୍ୟାଙ୍କରୁ ଛୋଟମୋଟ ଚୋରି କରୁଥିଲା ଗଜରାଜ ଓ ତାର ଗ୍ୟାଙ୍ଗ। ପ୍ରଥମେ ନିଜ ଅଞ୍ଚଳରେ ଗୋଟିଏ ବ୍ୟାଙ୍କରୁ ଚୋରି କରିବାକୁ ଉଦ୍ୟମ କରିଥିଲା ଗଜରାଜ। କାନ୍ଥ ତାଡ଼ି ବ୍ୟାଙ୍କକୁ ପଶିଥିଲେ ହେଁ ଚାରି ଘଣ୍ଟା ପରେ ବି ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍‌ ଭିତରେ ପ୍ରବେଶ କରି ନପାରିବରୁ ଫେରିଆସିଥିଲା।

ସେହିଭଳି ଦ୍ବିତୀୟ ଚେଷ୍ଟା ମଧ୍ୟ ଗଜରାଜର ବିଫଳ ହୋଇଥିଲା। କିନ୍ତୁ ୨୦୦୮ରୁ ଆରମ୍ଭ କରିଥିବା ଏହି ଡକାୟତିରେ ଧିରେଧିରେ ପୋଖତ ଖେଳାଳି ପାଲଟିଗଲା ଗଜରାଜ। ସେହିବର୍ଷ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ହରିୟାଣା, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ପାଖାପାଖି ୯ ବ୍ୟାଙ୍କ ଲୁଟ କରିଥିଲା ଗଜରାଜ।

ଏପରିକି ଗିରଫ ହେବାର ସପ୍ତାହେ ପୂର୍ବରୁ ଗଜରାଜ ଓ ଗ୍ୟାଙ୍ଗ ମଧ୍ୟପ୍ରଦେଶର ଏକ ବ୍ୟାଙ୍କରୁ ସୁନା ଓ ନଗଦ ୧୦ ଲକ୍ଷ ଟଙ୍କା ଲୁଟ କରିଥିଲେ। ଏ​ବେ ଏହି ଟଙ୍କା ପାଇବାକୁ ପୋଲିସ ଚେଷ୍ଟା କରୁଥିବା ଜଣାପଡ଼ିଛି। ୨୦୦୮ରୁ ଯାତ୍ରା ଆରମ୍ଭ କରିଥିବା ଗଜରାଜକୁ ୨୦୧୧ରେ ରାଜସ୍ଥାନରେ ବ୍ୟାଙ୍କ ଚୋରି କରି ଫେରାର ହୋଇଥିବା ବେଳେ ହରିୟାଣା ପୋଲିସ ଗିରଫ କରିଥିଲା। ପରେ ଏକ ବର୍ଷ ଜେଲ୍‌ରେ ଥିଲା ଗଜରାଜ। ଜେଲ୍‌ରେ ଥିବା ବେଳେ ବହୁ ଅପରାଧିଙ୍କ ସହ ସମ୍ପର୍କ ବଢ଼ାଇଥିଲା କୁମାର। ଜେଲ୍‌ରୁ ମୁକୁଳିବା ପରେ ଝାନ୍ସୀ, ଗ୍ବାଲିୟର, ଅଲିଗଡ଼, ହରିଦ୍ବାର,   ଆହ୍ଲାବାଦ, ଜୟପୁର, ରାୟପୁର, ତାମିଲନାଡ଼ୁର ତିରୁପୁର, ମଧ୍ୟପ୍ରଦେଶର ସେଓପୁର, ଭ୍ରମଣ ବାହାନରେ ଯିବା ସହ ସେଠାକର ବ୍ୟାଙ୍କ ଲୁଟ କରୁଥିଲା ବୋଲି ଏଏସପି ପ୍ରୀତ ପଲ ସଙ୍ଗଓ୍ବନ କହିଛନ୍ତି।

ସୁନା ଚୋରି କରିବା ସହ ସେଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲା ୩୫ ବର୍ଷୀୟ କୁମାର। ଟଙ୍କା ଚୋରି କରିବା ପରେ ନିଜର ଋଣ ସୁଝିବା ସହ ରାଜସ୍ଥାନରେ ଜମି ମଧ୍ୟ କିଣୁଥିଲା ଗଜରାଜ। କିନ୍ତୁ ସେ ନିଜ ଆକାଉଣ୍ଟରେ ୨୫ ହଜାରରୁ ଅଧିକ ଟଙ୍କା ରଖୁନଥିଲା। ଯେଉଁଥିପାଇଁ ପୋଲିସ୍‌ ସ୍କାନରରୁ ଖସିଯାଉଥିଲା ଗଜରାଜ। କିନ୍ତୁ ଗିରଫ ହେବା ପରେ ପୋଲିସ ତାକୁ ରିମାଣ୍ଡରେ ନେଇଛି। ସେପଟେ ତାମିଲନାଡୁ ପୋଲିସ ପହଞ୍ଚି ଗଜରାଜକୁ ପଚରା ଉଚରା କରିବ ବୋଲି ମଧ୍ୟ ଜଣାପଡ଼ିଛି।

   Related Posts