Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ମହାବାତ୍ୟା ପରେ ନିଖୋଜ ହୋଇଯାଇଥିଲେ ପୁନିଆ, ୨୦ ବର୍ଷ ପରେ ସ୍ତ୍ରୀ ଅନୀତା ଫେରି ପାଇଲେ ସ୍ବାମୀଙ୍କୁ… ପୂରା ଘଟଣା ଜାଣିଲେ ଆପଣଙ୍କ ଆଖି କୋଣରେ ଜକେଇ ଆସିବ ଲୁହ…

11/08/2019 at 3:02 PM

ଅନୁଗୋଳ (ପାର୍ଥସାରଥୀ ଦାସ) ୧୧|୮: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୁଇ ଦଶନ୍ଧି(୨୦ ବର୍ଷ) ଧରି ନିଖୋଜ ହୋଇଥିବା  ନିଜର ମଣିଷକୁ ଜଣେ ଯେତେବେଳେ ଅଚାନକ ପାଇଯାଏ। ସେତେବେଳେ ତିଆରି ହୁଏ କେମିତିକା ଭାବାବେଗ ।… କୋହ ଭର୍ତ୍ତି ଆନନ୍ଦାଶ୍ରୃଭିଜା ଆଖି, କି ପ୍ରକାର କଥା କୁହେ?  ତାହା ଅବର୍ଣ୍ଣନୀୟ…ଆପଣ ହୁଏତ ଏମିତି କାହାଣୀ ଫିଲ୍ମ ରେ ଦେଖି ଥିବେ । କିନ୍ତୁ ଆମେ ଦେଖାଉଛୁ ଅନଗୁଳରୁ ଏପରି ଏକ ରିଓଲିଟି ରିପୋର୍ଟ।

କଥାରେ ଅଛି ରଖେ ହରି ମାରେ କିଏ। ଆଉ ଦୀର୍ଘ ବର୍ଷ ପରେ ନିଜର ଆପଣାର ହଜିଲା ମଣିଷକୁ ପାଇଲେ କେତେ ଆନନ୍ଦ ମିଳିଥାଏ ତାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ପୁନିଆର କାହାଣୀ।

ପୁନିଆ ଓରଫ ପୂର୍ଣଚନ୍ଦ୍ର ବେହେରା । ଏବେ ବୟସ ୪୫ ବର୍ଷ । ପୁରୀ ବାଟ ମଙ୍ଗଳା ନିକଟସ୍ଥ ଆଳିକିଆ ଶବର ସାହିରେ ଘର। ୧୯୯୯ ମହାବାତ୍ୟା ପରେ ନିଖୋଜ ହୋଇଯାଇଥିବା ପୁନିଆ, କିଛିଦିନ ତଳେ ଠାବ ହୁଅନ୍ତି ଅନଗୁଳ ଲିଙ୍ଗରାଜୋଡ଼ି ଗ୍ରାମରେ। ମାନସିକ ଭାରସାମ୍ୟ ହରାଇ ପାଗଳ ପ୍ରାୟ ଅବସ୍ଥା। ଘୂରି ବୁଲୁଥିଲେ ଏଣେ ତେଣେ । ଠାବ ହେଲାବେଳକୁ ବର୍ଷାରେ ସମଗ୍ର ଶରୀର ଓଦା ହୋଇ ଥରୁଥାନ୍ତି।

ତାଙ୍କୁ ଠାବ କରିଥିଲେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ‘ସାଥୀ ପରିବାର’। ପଚାରୁ ପଚାରୁ  ସେ ମହାବାତ୍ୟା ପରେ ମାନସିକ ଭାରସାମ୍ୟ ହରାଇ ଏପଟ ସେପଟ ବୁଲୁଛନ୍ତି ବୋଲି ଜଣାପଡିଥିଲା। ଜରାଜୀର୍ଣ୍ଣ ଶରୀର । ଘରକୁ ଯିବାର ଇଛା ଥାଇ ମଧ୍ୟ ଯାଇ ପାରୁନାହାନ୍ତି। ମାନସିକ ଦୁଶ୍ଚିନ୍ତା ତାଙ୍କୁ ଏଠି ସେଠି ଅଟକାଇ ଦେଉଛି।

ଏସବୁ ଜାଣିବା ପରେ ପୁନିଆଙ୍କୁ ତାଙ୍କ ପରିବାର ସହ ମିଶାଇବା ଅଭିଯାନ ଆରମ୍ଭ କଲା ସାଥୀ ପରିବାର। ପୁନିଆଁକୁ ଖାଇବା ପିଇବା ଦେଇ ନୂଆ ବସ୍ତ୍ର ପିନ୍ଧାଇ ପୁରୀ ଅଭିମୁଖେ କାରରେ ଆରମ୍ଭ ହେଲା ଯାତ୍ରା। ରାତି ପ୍ରାୟ ଅଢେଇଟା । ଘର ଆଗରେ ଠିଆ ହୋଇ ପୁନିଆ ଡାକ ପକାଇଲେ ଅନିତା..ଅନିତା ! ଅନେକ ବର୍ଷ ତଳର ଏକ ପରିଚିତ ଡାକ କାନରେ ପଡୁ ପଡୁ ଘରୁ ବାହାରି ଆସିଲେ ଅନିତା ଆଉ ତାଙ୍କ ପୁଅ ଆଲୋକ।

 ଆଉ ଯେତେବେଳେ ଅନିତା ଦେଖନ୍ତି ହଜିଯାଇଥିବା ନିଜ ମନର ମଣିଷ ପୁନିଆକୁ ନିଜ ଆଖି ସାମ୍ନାରେ ସେତେବେଳର କୋହ କହିଲେ ନ ସରେ। ପୁଅ ଆଲୋକକୁ କୁହେ- ଆରେ, ଇଏ ତୋ ବାପା।

ମହାବାତ୍ୟା ପରେ ଦୀର୍ଘ ୨୦ବର୍ଷ ନିଖୋଜ ହୋଇଯାଇଥିଲେ ପୁନିଆ। ଆଉ ପାଖରେ ପାଇଲା ପରେ ପରିବାରର ସମସ୍ତଙ୍କର ମୁହଁରେ ଆନନ୍ଦ କହିଲେ ନ ସରେ।

ଖାଲି ପୁନିଆ କାହିଁକି,  ଆପଣଙ୍କ ଚାରିପାଖରେ ଘୁରି ବୁଲୁଛନ୍ତି ଅନେକ ବାଟବଣା ମଣିଷ। ସାଥୀ ପରିବାର ଭଳି ଆପଣ ମଧ୍ୟ ସହଯୋଗ କରନ୍ତୁନା। ଦେଖିବେ ଏହି ସହଯୋଗ କେତେ ଆନନ୍ଦ ଦେଉଛି ସମସ୍ତଙ୍କୁ।

   Related Posts