Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଚୋରିର ଅପଡେଟେଡ୍ ଫର୍ମୁଲା : ବ୍ୟାଙ୍କ ଷ୍ଟ୍ରଙ୍ଗ୍‌ ରୁମ କାନ୍ଥ ଡ୍ରିଲ କରି ଲୁଟିନେଲେ ୫୫ ଲକ୍ଷ ଟଙ୍କା

22/06/2021 at 9:47 PM

ନୂଆଦିଲ୍ଲୀ ୨୨/ ୦୬ : ଚୋରି ପାଇଁ ଏବେ ଡକାୟତମାନେ ମଧ୍ୟ ନିଜକୁ ଅପଡେଟ୍‌ କରୁଛନ୍ତି । ଡକାୟତି କରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି । ଦିଲ୍ଲୀରେ ଏକ ବ୍ୟାଙ୍କରୁ ମଧ୍ୟ ସେହିଭଳି ଏକ ଅଭିନବ ଢଙ୍ଗରେ ଚୋରି ହୋଇଛି । ସାହାଦରାରେ ଥିବା ୟୁନିଅନ ବ୍ୟାଙ୍କରେ କାନ୍ଥକୁ ଡ୍ରିଲ ମେସିନ ସାହାଯ୍ୟରେ ଖୋଳି ଭିତରୁ ୫୫ ଲକ୍ଷ ଟଙ୍କା ଚୋରିକରିନେଇଥିବା ଜଣେ ଚୋରକୁ ଶେଷରେ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଗତ ରବିବର ଦିନ ବ୍ୟାଙ୍କରୁ ଚୋରି ହୋଇଥିଲା । ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବା ପରେ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ସେପଟେ ବ୍ୟାଙ୍କ କାନ୍ଥର ଯେଉଁସ୍ଥାନରୁ ଡ୍ରିଲ କରି ଖୋଳାଯାଇଥିଲା ସେଠାରୁ ତାହାକୁ ମରାମତି କରିବା ପାଇଁ ସ୍ଥାନୀୟ ଜଣେ କାରିଗରଙ୍କୁ ଡକାଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ବ୍ୟକ୍ତି ଚୋରି କରିଥିଲା ସେ ହିଁ କାରିଗର ଥିଲା । ଅର୍ଥାତ ଚୋର ହିଁ କାରିଗର ଥିଲା ।

ଚୋରି କରିବା ସମୟରେ ଚୋର ଜଣକ ମୁଣ୍ଡରେ ହେଲମେଟ ପିନ୍ଧିଥିଲା । ଘଟଣାରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ହରିରାମ ଏବଂ କାଳିଚରଣ । ଗତ ରବିବାର ରାତିରେ ବ୍ୟାଙ୍କ କାନ୍ଥ ତାଡି ଲୁଟ କରିବା ପରେ ସୋମବାର ଦିନ ବ୍ୟାଙ୍କ ଖୋଲିବା ପରେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ଏହାପରେ ଥାନା ପୋଲିସକୁ ଖବର ଦିଆଯାଇଥିଲା ।

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ସେଠାରେ ପୋଲିସ ଦେଖିବାକୁ ପାଇଥିଲା ଯେ ବ୍ୟାଙ୍କ କାନ୍ଥକୁ ଲାଗି ଆଉ ଏକ ଗାତ ଖୋଳାଯାଇଛି ଯାହାକି ନିକଟରେ ନୂଆକରି ତିଆରି ହୋଇଥିବା ଏକ ବିଲ୍ଡିଂ ଭିତରକୁ ଯାଇଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ଉକ୍ତ ସିସିଟିଭ କ୍ୟାମେରାରୁ ହିଁ କିଛି ସୁରାକ ପାଇଥିଲା ପୋଲିସ  ।

ପୋଲିସ ଡିସିପି ଆର୍ ସତ୍ୟସୁନ୍ଦରମ କହିଛନ୍ତି, ଗିରଫ ମୁଖ୍ୟ ଅଭିଯୁକ୍ତ ହରିରାମ ପ୍ରଥମେ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା । ଅଭିଯୁକ୍ତ କହିଥିଲା ଯେ, ଜଣେ ବ୍ୟକ୍ତି କେବଳ ସିସିଟିଭି କ୍ୟାମେରାକୁ ଅନ୍ୟ ଦିଗକୁ ବୁଲାଇଦେବାକୁ ତାଙ୍କୁ ହଜାରେ ଟଙ୍କା ଦେଇଥିଲା । କିନ୍ତୁ ପରେ ପୋଲିସ ସାମ୍ନାରେ ସବୁ ସତ ମାନିଥିଲା ଅଭିଯୁକ୍ତ ହରିରାମ ।

ଅଭିଯୁକ୍ତ ଜଣକ ପୋଲିସକୁ କହିଥିଲା ଯେ, ୬ ମାସ ପୂର୍ବରୁ ମରାମତି ପାଇଁ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା । ସେଠାରେ ସେ ତଥ୍ୟ ସଂଗ୍ରହ କରିବା ସହିତ କେଉଁଠାରେ ଟଙ୍କା ମହଜୁଦ ଅଛି ଏବଂ କେଉଁପଟେ ବ୍ୟାଙ୍କ ମଧ୍ୟରୁ ପଶିହେବ ସେ ନେଇ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ତେବେ ସେ ଗତ ୩ ମାସ ହେଲା ଚୋରି ପାଇଁ ଉଦ୍ୟମ କରିଥିଲା କିନ୍ତୁ ଲକଡାଉନ କାରଣରୁ ସେ ଚୋରି କରିପାରିନଥିଲା । ଚୋରି ପାଇଁ ଶେଷରେ ବ୍ୟାଙ୍କ ପଛ ପଟେ ତିଆରି ହେଉଥିବା ଏକ ବିଲ୍ଡିଂକୁ ଢାଲ କରିଥିଲା ହରିରାମ ।

ଏହାପରେ ସୁବିଧା ଦେଖି ସେ ଅର୍ଦ୍ଧନିର୍ମିତ କୋଠାରେ ଏକ ହୋଲ୍ କରିବା ସହିତ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମକୁ ମଧ୍ୟ ଏକ ହୋଲ କରିଥିଲା । ପରେ ଷ୍ଟ୍ରଙ୍ଗ ରୁମ ମଧ୍ୟକୁ ପଶି ପ୍ରାୟ ୫୫ ଲକ୍ଷ ଟଙ୍କା ଚୋରିକରି ନେଇଥିଲା । ତେବେ ପୋଲିସ ତା ନିକଟରୁ ସମସ୍ତ ଟଙ୍କା ଜବତ କରିଥିବା ସୂଚନା ଦେଇଛି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।  

   Related Posts