ରାମ ମନ୍ଦିର ଭୂମି ପୂଜନର ବିଶେଷ ଅତିଥୀ ମହମ୍ମଦ ଶରୀଫ, ୨୫ ହଜାର ଅପରିଚିତ ଶବ ସତ୍କାର ଭଳି ମହତ କାମ କରିଛନ୍ତି ସେ

Published By : Prameya-News7 Bureau | August 04, 2020 IST

ଅଯୋଧ୍ୟା, ୦୪|୦୮:   ଅଯୋଧ୍ୟାରେ ବୁଧବାର ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ କିଛି ସ୍ୱତନ୍ତ୍ର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅତିଥୀଙ୍କ ମଧ୍ୟରେ ମହମ୍ମଦ ଶରୀଫ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ଶରୀଫଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି ।

ଶରୀଫ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଏବେସୁଦ୍ଧା ପ୍ରାୟ ୨୫ ହଜାରରୁ ଅଧିକ ଅଚିହ୍ନା ମୃତଦେହକୁ ସତ୍କାର କରିସାରିଛନ୍ତି । ସେ ସମ୍ପୂର୍ଣ୍ଣ ରୀତିନୀତିରେ ଅଚିହ୍ନା ମୃତଦେହକୁ ସତ୍କାର କରିଥାନ୍ତି ।

wp:html /wp:html

ଏବେ ଶରୀଫଙ୍କୁ ୮୦ ବର୍ଷ ହେଲାଣି । ତାଙ୍କର ୪ ପୁତ୍ରଙ୍କ ମଧ୍ୟରୁ ୨ଜଣ ପ୍ରାଣ ମଧ୍ୟ ହରାଇ ସାରିଛନ୍ତି । ୨ ପୁତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ହେଉଥି ରଇସ୍ । ରଇସ୍ କୌଣସି କାମରେ ୨୮ବର୍ଷ ପୂର୍ବରୁ ସୁଲତାନପୁର ଯାଇଥିଲେ । ସେଠାରୁ ସେ ନିଖୋଜ ହୋଇଯାଇଥିଲେ । ସେହି ସମୟରେ ଅଯୋଧ୍ୟାରେ ବିବାଦୀୟ ବାବ୍ରି ଢାଞ୍ଚାକୁ ଭାଙ୍ଗି ଦିଆଯାଇଥିଲା ।  ଏହାପରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗାର ସେ ଶିକାର ହୋଇଥିବା କୁହାଯାଏ ।

ଏହି ଘଟଣା ପରେ ଶରୀଫଙ୍କ ଜୀବନର ମୋଡ ବଦଳିଯାଇଥିଲା । ସେ ଜିଲ୍ଲାରେ ସମସ୍ତ ଅଚିହ୍ନା ମୃତଦେହର ସତ୍କାର ଦାୟିତ୍ୱ ନେଇଥିଲେ । ଅଭାବ ଅନଟନରେ ଗତି କରୁଥିଲେ ମଧ୍ୟ ସେ ଏହି ମହାନ କାର୍ଯ୍ୟ ଜାରି ରଖିଥିଲେ । ପରେ ଲୋକମାନେ ଏହି କାମ ପାଇଁ ତାଙ୍କୁ କିଛି ମାତ୍ରାରେ ଆର୍ଥିକ ସାହାଯ୍ୟ କରିଥିଲେ ।

ମହମ୍ମଦ ଶରୀଫ କହିଛନ୍ତି ଯେ, ସେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିଭେଦ ଦେଖନ୍ତି ନାହିଁ । ତେଣୁ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ, ଯାହା ବହୁତ ବଡ ସମ୍ମାନ । ଏବେ ମୋଦୀ ଅଯୋଧ୍ୟା ଆସୁଛନ୍ତି । ମୋଦୀଙ୍କ ସହ ସାକ୍ଷାତ କରିବାକୁ ମଧ୍ୟ ତାଙ୍କର ଅଭିଳାଶ ରହିଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.