ଅମାନିଆଙ୍କୁ ପାଠ ପଢାଇଲେ ତହସିଲଦାର: ସଟଡାଉନ୍ ବେଳେ ବୁଲୁଥିଲେ, ରାସ୍ତାରେ ପକାଇଥିବା ଛେପକୁ ନିଜେ ସଫା କଲେ

Published By : Prameya-News7 Bureau | June 14, 2020 IST

ବ୍ରହ୍ମପୁର, ୧୪|୦୬ :  ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । ତେବେ କିଛି ଅମାନିଆ ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ଗାଇଡଲାଇନ୍‌କୁ ମଧ୍ୟ ପାଳନ କରୁନାହାଁନ୍ତି । ତେବେ ବ୍ରହ୍ମପୁର ସହରରେ ଆଜି ଜଣେ ଅମାନିଆଙ୍କୁ ଆଇନା ଦେଖାଇଛନ୍ତି ତହସିଲଦାର୍ ।

ସୂଚନାନୁସାରେ, ସଟଡାଉନ୍ ଥିବା ସତ୍ତ୍ୱେ ବ୍ରହ୍ମପୁର ସହରରେ ବୁଲୁଥିବା ଜଣେ ଅମାନିଆ ଗାଡି ଚାଳକଙ୍କୁ ତହସିଲଦାର ଅଟକାଇଥିଲେ । କଥା ହେଉଥିବା ସମୟରେ ଚାଳକ ଜଣଙ୍କ ରାସ୍ତାରେ ଛେପ ପକାଇଥିଲେ । ଏହା ଦେଖି ଚାଲକଙ୍କୁ ତାଗିଦ କରିବା ସହ ଛେପ ନିଜେ ଧୋଇବା ପାଇଁ କହିଥିଲେ ତହସିଲଦାର । ପରେ ଚାଳକଜଣଙ୍କ ପାଣି ଆଣି ରାସ୍ତାରେ ପକାଇଥିବା ଛେପ ନିଜେ ଧୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.