Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ – ଅପରାଧ ସ୍ୱୀକାର କଲା ଯୁବକ

7/01/2020 at 2:23 PM

ଭୁବନେଶ୍ୱର ୦୭।୦୧ – ଅପ୍ରକୃତିକ ଯୌନ ସମ୍ପର୍କ ଓ ଟଙ୍କା ଚୋରି ପାଇଁ ରେଳବାଇର ପୂର୍ବତନ କର୍ମଚାରୀଙ୍କୁ ହତ୍ୟା କରିଥିବା ହତ୍ୟା ଅଭିଯୁକ୍ତ ସ୍ୱୀକାର କରିଛି। ଏଥିପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଅଜୟ ପାଣ୍ଡେକୁ ପୁଲିସ ଗିରଫ କରିଛି । ପ୍ରଥମେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଅଜୟକୁ ଅପ୍ରାକୃତିକ ସମ୍ପର୍କ ରଖିବା ପାଇଁ ଡାକିଥିଲେ । ଏଥିପାଇଁ ତାଙ୍କୁ ବିଡା ବିଡା ଟଙ୍କା ଦେଖାଇଥିଲେ ।ଏହି ଟଙ୍କାକୁ ଚୋରି କରିବା ପାଇଁ ଅଜୟ ଚିନ୍ତା କରିଥିଲା ବୋଲି ପୁଲିସ କୁ ସୂଚନା ଦେଇଛି ।

ଏହିପରି ଥିଲା ଘଟଣା ଚକ୍ର-

ନଭେମ୍ବର ୧୯ ତାରିଖ ସମୟ ପ୍ରାୟ ସାଢ଼େ ୧୨ ଟା ହେବ । ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟିବାକୁ ଯୋଜନା କରି ପ୍ଲାଟ୍‌ଫର୍ମରେ ବୁଲୁଥିଲା ଅଜୟ । ଏହି ସମୟରେ ରାଓ ଅଜୟକୁ ଇଶାରା ଦେଇଥିଲେ । ପରସ୍ପର ଅଚିହ୍ନା ହୋଇଥିଲେ ମଧ୍ୟ ରାଓଙ୍କ ଇସାରା ପାଇ ଅଜୟ ତାଙ୍କ ପାଖକୁ ଆସି କଥା ହୋଇଥିଲେ । ଅଜୟ ସହ ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ କଥା ହୋଇଥିଲେ । ଏଥିପାଇଁ ଅଜୟଙ୍କୁ ୨ ହଜାର ଟଙ୍କା ଦେବାକୁ ଲୋଭ ଦେଖାଇଥିଲେ । ପକେଟ୍‌ରୁ ଟଙ୍କା ବିଡ଼ା କାଢ଼ି ଦେଖାଇଥିଲେ । ଏହାଦେଖି ଅଜୟ ରାଜି ହୋଇ ଯାଇଥିଲେ । ଆଉ କିଛି କଥା ନହୋଇ ଅଜୟ ସିଧା ରାଓଙ୍କ ସହିତ ଚାଲିଥିଲେ ୬ ନମ୍ବର ପ୍ଲାଟ୍‌ଫର୍ମ ପଛରେ ଥିବା ସୁକାନ୍ତ ଡର୍ମିଟୋରିକୁ । ସେଠାରେ ଏକ ରୁମ୍‌ ନେଇ କାମ ସାରିଥିଲେ । ଅଜୟ ପୂର୍ବରୁ ଯୋଜନା କରିଥିଲେ ରାଓ ବାଥରୁମ୍‌ ଯିବା ବେଳେ ଟଙ୍କା ତକ ଧରି ଚମ୍ପଟ ମାରିବ । କିନ୍ତୁ ରାଓ ବାଥରୁମ୍‌ କବାଟ ବନ୍ଦ ନ କରି ଗାଧୋଉଥିଲେ । ଏପଟେ ଟଙ୍କା ନେଇ ଖସି ଯିବାକୁ ମଉକା ଖୋଜୁଥିଲା ଅଜୟ । ସୁଯୋଗ ପାଇ ଟଙ୍କା ତକ ନେଇ ଚମ୍ପଟ୍‌ ମାରିଲା । ଏହି ସମୟରେ ରାଓ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଅଜୟ ଛୁରିରେ ତାଙ୍କ ବେକ କାଟି ଟଙ୍କା ନେଇ ପଳାଇଥିଲା ।

ଏହାପରେ ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନା ଘନା । ହେଲେ କିଛି ଟେର ପାଇ ନଥିଲା । ଶବ ବ୍ୟବଚ୍ଛେଦ ପୂର୍ବରୁ ପୁଲିସ୍‌କୁ ଆଭାସ ମିଳିଥିଲା ଅପ୍ରାକୃତିକ ଯୌନ ସମ୍ପର୍କ ମୃତ୍ୟୁର କାରଣ । ଏହାପରେ ଡାକ୍ତରମାନେ ମୃତଦେହକୁ ଯାଞ୍ଚ କରିଥିଲେ । ହେଲେ କିଛି ପାଇ ନଥିଲେ । ଏହାକୁ ନେଇ ପୁଲିସ୍‌ ଅଡୁଆରେ ପଡିଥିଲା । ତଦନ୍ତ ସମୟରେ କେବଳ ଜଣା ପଡ଼ିଥିଲା ରାଓଙ୍କ ଏକ ଏଟିଏମ୍‌ କାର୍ଡ ଚୋରି ହୋଇଛି । ଉକ୍ତ କାର୍ଡ ଚୋରି କରିବା ପରେ କିଛି ଦିନ ଚୁପ୍‌ ରହିଥିଲା ଅଜୟ । ଗତ ୩ ତାରିଖରେ କଟକରେ ଏଟିଏମ୍‌ ବ୍ୟବହାର କରିଥିଲା । ଏହି ସମୟରେ ପୁଲିସ୍‌ ତା’ ବିଷୟରେ ସୂଚନା ପାଇଥିଲା । ଦୁଇ ଦିନ ତଳେ ଭୁବନେଶ୍ୱର ଆସି ସେହି କାର୍ଡକୁ ବ୍ୟବହାର କରୁଥିବା ବେଳେ ରେଳବାଇ ଥାନା ପୁଲିସ୍‌ ଅଜୟକୁ ଧରି ଲକ୍ଷ୍ମୀସାଗର ଥାନା ପୁଲିସକୁ ହସ୍ତାନ୍ତର କରିଥିଲା ।

   Related Posts