ନୂଆଦିଲ୍ଲୀ ୧୯/୧୧: ବୟସ ମାତ୍ର ୨୨। କିନ୍ତୁ ଚତୁର୍ଥ ବିବାହ କରିବାକୁ ଇଚ୍ଛା। ୧୬ ବର୍ଷ ବୟସରେ କଲେଜ୍ରେ ପଢ଼ୁଥିବା ବେଳେ କରିଥିଲେ ପ୍ରଥମ ବିବାହ। ୧୮ ବର୍ଷରେ ଦ୍ବିତୀୟ ବିବାହ। ୨୦୧୯ରେ ତୃତୀୟ ବିବାହ କରିଥିଲେ ଯୁବକ। ପୁଣି ଥରେ ଏବେ ବିବାହ କରିବାକୁ ଚାହୁଁଛନ୍ତି। ଚତୁର୍ଥ ପତ୍ନୀ ଖୋଜିବାକୁ କାମରେ ଲାଗିଛନ୍ତି ୩ ପତ୍ନୀ। ସବୁ ପତ୍ନୀଙ୍କ ନାଁ ଏସ୍ ଅକ୍ଷରରୁ ଆରମ୍ଭ ହୋଇଥିବା ବେଳେ ଚତୁର୍ଥ ପତ୍ନୀଙ୍କ ନାଁ ‘ଏସ୍’ରେ ହେବା ଦରକାର ବୋଲି ଯୁବକ ଦାବି କରିଛନ୍ତି।
୨୨ ବର୍ଷୀୟ ପାକିସ୍ତାନୀ ଯୁବକ ଅଦନାନ। ୩ ପତ୍ନୀଙ୍କ ସହ ଅୟସ ଆରାମରେ ଜୀବନ ବିତାଉଛନ୍ତି। କିନ୍ତୁ ଏବେ ଏସ୍ ଅକ୍ଷର ଜଣେ ଯୁବତୀଙ୍କୁ ନିଜର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଛନ୍ତି। ଏଭଳି ଜଣେ ଯୁବତୀଙ୍କୁ ଖୋଜିବାକୁ ପଣ କରିଛନ୍ତି ପ୍ରଥମ ୩ ପତ୍ନୀ। ୩ ପତ୍ନୀଙ୍କ ନାଁ ଶୁମ୍ବାଲ, ଶୁଭାନା ଓ ଶହିଦା। ଅଦନାନଙ୍କ ଏବେ ୫ ପିଲା ଅଛନ୍ତି। ୩ଟି ସନ୍ତାନ ତାଙ୍କ ପ୍ରଥମ ପତ୍ନୀଙ୍କ ହୋଇଥିବା ବେଳେ ଦ୍ବିତୀୟ ପତ୍ନୀଙ୍କର ଜଣେ ପିଲା ଓ ତୃତୀୟ ପତ୍ନୀ ଶହିଦା ଜଣେ ପିଲାକୁ ଆଡପ୍ଟ କରିଥିବା ଜଣାପଡ଼ିଛି।
ପ୍ରଥମ ବିବାହ କରିବା ପରେ ଧନ ରେଖା ଖୋଲିଥିବା ଅଦନାନ କହିଛନ୍ତି। ତାଙ୍କ ପାଖରେ ଏବେ ୬ ବେଡ୍ରୁମ୍ ବିଶିଷ୍ଟ ଏବ ବଡ଼ ଘର ରହିଛି । ସେଠାରେ ୩ ପତ୍ନୀଙ୍କ ସହ ଖୁସିରେ ଥିବା ଅଦନାନ କହିଛନ୍ତି। ସେମାନେ ଅଦନାନଙ୍କୁ ଭଲ ପାଉଥିବା ବେଳେ ସେ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି ବୋଲି କହିବା ସହ କେବେ ବି ଘରେ ଝଗଡ଼ା ହେଉନଥିବା କହିଛନ୍ତି ଅଦନାନ।
ପ୍ରତିମାସରେ ଘର ଖର୍ଚ୍ଚ ୧-୨ ଲକ୍ଷ ହେଉଥିବା ବେଳେ ପତ୍ନୀମାନେ ସବୁ କାମ ଭାଗ କରି କରୁଛନ୍ତି। ସେମାନେ ତାଙ୍କୁ ଖୁବ ଭଲ ପାଉଥିବା ବେଳେ କୌଣସି କଥାରେ କିଛି ଅଭିଯୋଗ କରନ୍ତିନି ବୋଲି ଅଦନାନ କହିଛନ୍ତି।