ଏବେବି ବଞ୍ଚିଛି ସଚ୍ଚୋଟପଣିଆ : ATMରେ ଟଙ୍କା ଉଠାଇବା ପୂର୍ବରୁ ପାଇଲେ ୫ହଜାର, ଫେରାଇବାକୁ ସୋସିଆଲ୍ ମିଡିଆରେ ଦେଇଛନ୍ତି ସୂଚନା ଓ ନମ୍ବର

Published By : Prameya-News7 Bureau | October 24, 2020 IST

ଭୁବନେଶ୍ବର ୨୪।୧୦: ଏବେବି ବଞ୍ଚିଛି ମଣିଷ ପଣିଆ । ଯଦି ଚାହିଁଥାନ୍ତେ ଟଙ୍କା ପକେଟରେ ପୁରାଇ ଛୁ ହୋଇଯାଇଥାନ୍ତେ । କିନ୍ତୁ ଏପରି କରିବା ପରିବର୍ତ୍ତେ ଟଙ୍କା କାହାର ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଜଣ ସହୃଦୟ ବ୍ୟକ୍ତି ।

{"id":350077,"sizeSlug":"large"}

ସୂଚନା ଅନୁସାରେ, ଭୁବନେଶ୍ବର ସ୍ଥିତ ୟୁନିଟ୍-୪ ହାଟ ନିକଟରେ ଥିବା ଏସବିଆଇ ଏଟିଏମରେ କେହି ବ୍ୟକ୍ତି ଟଙ୍କା ଉଠାଇବା ପରେ ୫ ହଜାର ଟଙ୍କା ଏଟିଏମ ମେସିନରେ ଛାଡି ଚାଲିଯାଇଥିଲେ । ତାପରେ ସେହି ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ କୈଳାଶ ରଥ ନାମକ ବ୍ୟକ୍ତି । ଏଟିଏମ ଭିତରେ ୫ଜହାର ଟଙ୍କାକୁ ଦେଖିଥିଲେ କୈଳାଶ । ତେବେ ସେ ଏହି ଟଙ୍କା ପ୍ରତି ଲୋଭ ନକରି କାହାର ଟଙ୍କା ଜାଣିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଏଟିଏମ ନିକଟରେ କାହାରିକୁ ପାଇ ନଥିଲେ । ଫଳରେ ଟଙ୍କା କାହାର ସେ ଜାଣିପାରିନଥିଲେ । ତେବେ ଏଟିଏମ ମେସିନରୁ ସଂଗ୍ରହ କରିଥିବା ଟଙ୍କାକୁ ସେ ଫେରାଇବାକୁ ଚାହୁଁଛନ୍ତି । ଏ ନେଇ ସେ ଗଣମାଧ୍ୟମର ସାହାଯ୍ୟ ମଧ୍ୟ ଲୋଡିଛନ୍ତି ।

{"id":350078,"sizeSlug":"large"}

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ନିଜ ମୋବାଇଲ ନମ୍ବର ୯୯୩୭୦୭୧୧୦୯ ଉଲ୍ଲେଖ କରିଛନ୍ତି । ତେବେ ଏହି ନମ୍ବରରେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଏହାସହ ଉପଯୁକ୍ତ ପ୍ରମାଣ ଦେଇ ଯାହାର ଟଙ୍କା ସେ ଫେରସ୍ତ ପାିପାରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.