ଶାନ୍ତିର ସନ୍ଧାନରେ ସ୍ବାମୀ: ସ୍ତ୍ରୀ ସହ ଝଗଡ଼ା ହେବାରୁ ମୁଣ୍ଡ ଥଣ୍ଡା କରିବାକୁ ୪୫୦ କି.ମି. ଚାଲି ଚାଲି ପଳାଇଲେ ବ୍ୟକ୍ତି

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨: କଥାରେ ଅଛି ସଂସାର ଭିତରେ ଘର କରିଥି​‌ଲେ ପଥର ପଡ଼ିଲେ ସହି ! ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୁଏ। ପୁଣି ସମାଧାନ ବି ହୁଏ। ବେଳେ ବେଳେ ଝଗଡ଼ା ଉଗ୍ର ରୂପ ନେବା ପରେ ବିବାହ ବିଚ୍ଛେଦ ମଧ୍ୟ ହେଉଥିବା ଦେଖିବାକୁ ମିଳେ। କିନ୍ତୁ ସ୍ତ୍ରୀ ସହ ଝଗଡ଼ା ହେଲା ପରେ ନିଜ ମନ ଶାନ୍ତ କରିବାକୁ ସ୍ବାମୀ ୪୫୦ କି.ମି ଚାଲିବା ହୁଏତ ଇତିହାସରେ ପ୍ରଥମ।

୪୮ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ସହ ଝଗଡ଼ା ହେବା ପରେ ୪୫୦ କିଲୋମିଟର ଚାଲି ଚାଲି ନିଜ ରାଗ ଶାନ୍ତ କରିଛନ୍ତି। ସପ୍ତାହେ ଚାଲି ଚାଲି ଯିବା ପରେ ଲକ୍‌ଡାଉନ୍‌ ନିୟମ ଭଙ୍ଗ ଅଭିଯୋଗରେ ତାଙ୍କୁ ପୋଲିସ ଧରିଥିଲା । ଏଭଳି ଏକ ଘଟଣା ଇଟାଲିର କୋମୋରେ ଘଟିଛି। ଗୋଟିଏ ସପ୍ତାହ ଚାଲିବା ପରେ ଫାନୋ ବିଚ୍‌​‌ରେ ପହଞ୍ଚିଥିଲେ ବ୍ୟକ୍ତି। ଅଶାନ୍ତ ମନୋଭାବରେ ସମୁଦ୍ରକୂଳରେ ବୁଲୁଥିବା ବେଳେ ତାଙ୍କୁ ପୋଲିସ ଧରିଥିଲା।

ତେବେ ପୋଳିସ ସବୁ ଘଟଣା ଶୁଣିବା ପରେ ଡାଟାବେସ୍‌ ଘାଣ୍ଟିଥିଲା। ପରେ ଜଣାପଡ଼ିଥିଲା ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ , ସ୍ବାମୀ ନିଖୋଜ ଥିବା ନେଇ ସପ୍ତାହେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ସେପଟେ ଲକ୍‌ଡାଉନ୍‌ ନିୟମ ଭଙ୍ଗ ଅଭିଯୋଗରେ ବ୍ୟକ୍ତିଙ୍କ ଉପରେ ୪୮୫ ଡଲାର ଫାଇନ୍‌ ଲଗାଇଛି। ଇଟାଲିର ଏକ ଖବର କାଗଜ ଅନୁସାରେ, ବ୍ୟକ୍ତି ଜଣଙ୍କ କହିଛନ୍ତି ସେ ଜାଣିପାରନଥିଲେ ଏତେ ବାଟ ଚାଲି ଚାଲି ପଳାଇଛନ୍ତି। ସପ୍ତାହବ୍ୟାପୀ ଯାତ୍ରା ମଧ୍ୟରେ ତାଙ୍କୁ ପଥଚାରୀ ମାନେ ଖାଇବାକୁ ଦେଇଥିବା ବ୍ୟକ୍ତିଜଣଙ୍କ କହିଛନ୍ତି।

ସେଠାକାର ପୋଲିସ ତାଙ୍କୁ ଏକ ହୋଟେଲ୍‌ରେ ରଖି ଖାଇବାକୁ ଦେଇଥିଲା। ସେପଟେ ତାଙ୍କ ସ୍ତ୍ରୀ ଖବର ପାଇଁ ୪୫୦ କିମି ଯାତ୍ରା କରିବା ସହ ସ୍ବାମୀଙ୍କୁ ସାଥିରେ ନେଇଆସିଥିଲେ। ସେପେଟେ ଏବେ ଇଟାଲିରେ ରାତି ୧୦ରୁ ସକାଳ ୫ ଯାଏଁ ରାତ୍ରୀ କର୍ଫ୍ୟୁ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.