ପିଏମ ମୋଦିଙ୍କ ଫିଟିଲା ଗୁମର: 'ମ୍ୟାନ ଭର୍ସେସ ଓ୍ବାଇଲ୍ଡ' 'ସୋ'ର ଉପସ୍ଥାପକ ବେୟର ଗ୍ରିଲ୍ସ ହିନ୍ଦୀ ବୁଝି ପାରୁନଥିଲେ ତାଙ୍କ ସହ କିପରି ହେଉଥିଲେ କଥା, ଜାଣନ୍ତୁ...

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ୨୫|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନ ଭର୍ସେସ ଓ୍ବାଇଲ୍ଡ 'ସୋ' ର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିଲା। ଏହି ସୋ ପ୍ରସାରଣ କରି ବହୁ ଟିଭି ଚ୍ୟାନେଲ ମଧ୍ୟ ନିଜର ଭଲ ଟିଆରପି ଉଠାଇଥିଲେ। ବେୟର ଗ୍ରିଲ୍ସ ହିନ୍ଦୀ ବୁଝି ପାରନ୍ତି ନାହିଁ ହେଲେ ପିଏମ ମୋଦି କହୁଥିବା ହିନ୍ଦୀ ଭାଷାକୁ କିପରି ବୁଝିଲେ ବୋଲି ବିଭିନ୍ନ ମିଡିଆରେ ଚର୍ଚ୍ଚା ଚାଲିଥିଲା।

{"id":148811}

ସୂଚନାଯୋଗ୍ୟ ଯେ, ପିଏମ ମୋଦି ଏହି କଥାର ପର୍ଦ୍ଦାଫାଶ ନିଜେ କରିଛନ୍ତି। ସେ କହିଛନ୍ତି , ତାଙ୍କ ହିନ୍ଦୀ ଭାଷାକୁ ବେୟର ଗ୍ରିଲ୍ସ କିପରି ବୁଝିଥିଲେ ଜାଣିବା ପାଇଁ ସମସ୍ତଙ୍କ ମନରେ ନିଶ୍ଚିତ ଆଗ୍ରହ ଥିବ। ମୋଦି କହୁଥିବା ହିନ୍ଦୀ ଭାଷାକୁ ମେସିନ ମାଧ୍ୟମରେ ଟ୍ରାନ୍ସଲେସନ କରି ଇଂରାଜୀ ଭାଷା କରାଯାଉଥିଲା। ସେହିପରି ବେୟର ଗ୍ରିଲ୍ସ କହୁଥିବା ଇଂରାଜୀ ଭାଷାକୁ ମଧ୍ୟ ମେସିନ ମାଧ୍ୟମରେ ଟ୍ରାନ୍ସଲେସନ କରି ହିନ୍ଦୀ ଭାଷା କରାଯାଉଥିଲା।

{"id":148819,"width":582,"height":306}

ପିଏମ ମୋଦି ଆହୁରି କହିଛନ୍ତି ଯେ, ମିଡିଆ ବନ୍ଧୁମାନେ ଓ ସାଧାରଣ ଲୋକମାନେ ଏହିକଥାକୁ ନେଇ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି। ଆପଣ କିପରି ଇଂରାଜୀ ଭାଷା ବୁଝୁଥିଲେ? କେତେ ଥର ସୁଟ୍‌ କରାଯାଇଥିଲା? ସୁଟିଂ କିପରି ହୋଇଥିଲା? ଏହଭଳି ଅନେକ ପ୍ରଶ୍ନ ପଚରା ଯାଇଥିଲା।

{"id":148812}

 ମୋଦି କହିଥିଲେ ଯେ, ଏହି କଥାର କିଛି ରହସ୍ୟ ନାହିଁ। ବେୟର ଗ୍ରିଲ୍ସଙ୍କ ସହ କଥା ହେବା ପାଇଁ ଟ୍ରାନ୍ସଲେଟର ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ଉଭୟଙ୍କ ଭାଷାର ଆଦାନ ପ୍ରଦାନ ପାଇଁ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ସହଯୋଗ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.