Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଯୌତୁକ ଆଗ ସ୍ତ୍ରୀ ଇଜ୍ଜତ ପଛ: ଟଙ୍କା ଲୋଭରେ ନବ ବିବାହିତ ପତ୍ନୀର ଅଶ୍ଲୀଳ ଫଟୋ ଛାଡିଲା ସ୍ୱାମୀ

5/06/2020 at 8:43 PM

ଆଜମଗଡ, ୦୫|୦୬: ସୋସିଆଲ ମିଡିଆର ଦୁରୁପଯୋଗ ଏବେ ବଢିବାରେ ଲାଗିଛି । ଏପରିକି ସୋସିଆଲ ମିଡିଆରେ ସାଇବର୍ କ୍ରାଇମର ଅନେକ ମାମଲା ଦିନକୁ ଦିନ ସାମ୍ନାକୁ ଆସୁଛି । କିଛି ବ୍ୟକ୍ତି ଅନ୍ୟ କାହାକୁ ବଦନାମ କରିବା ପାଇଁ ସୋସିଆଲ୍ ନେଟଓ୍ୱର୍କିଂ ସାଇଟକୁ ବ୍ୟବହାର କରୁଛନ୍ତି । ଏପରି ଏକ ମାମଲା ଉତ୍ତର ପ୍ରଦେଶର ଆଜମଗଡରେ ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶର ଆଜମଗଡରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଯାହାର  କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନାନୁସାରେ, ଆଜମଗଡରେ ରହୁଥିବା ପୁନୀତ କୁମାର ନିଜ ପତ୍ନୀଙ୍କୁ ସର୍ବଦା ଯୌତୁକ ଦାବି କରୁଥିଲେ । କିନ୍ତୁ ପତ୍ନୀ ମନା କରୁଥିଲେ । ଫଳରେ ବ୍ୟକ୍ତିଜଣଙ୍କ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିଲେ । ଏହାପରେ ମଧ୍ୟ ପତ୍ନୀଜଣଙ୍କ ରାଜି ନହେବାରୁ ସେ ତାଙ୍କର ମୋବାଇଲ ନମ୍ବର ଓ ଅଶ୍ଲୀଳ ଫଟୋ ଫେସବୁକରେ ପୋଷ୍ଟ କରିଦେଇଥିଲେ ।

ସୋସିଆଲ ମିଡିଆରେ ଫୋନ ନମ୍ବର ଅପଲୋଡ ହେବା ପରେ ଅନେକ ବ୍ୟକ୍ତି ଖରାପ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଦିନ ରାତି କଲ୍ କରୁଥିଲେ । ଫଳରେ ବାଧ୍ୟ ହୋଇ ମହିଳାଜଣଙ୍କ ତାଙ୍କ ପତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ମାମଲାର ଯାଂଚ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହାସହ ଆଇଟି ଆକ୍ଟ୍ ଆଧାରରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଘଟଣାକୁ ନେଇ ଆଜମଗଡ ଏସପି କହିଛନ୍ତି ଯେ, ଅଭିଯୁକ୍ତ ପୁନୀତ କୁମାର ନିଜ ପତ୍ନୀଙ୍କ ଫଟୋ ଓ ନମ୍ବର ଫେସବୁକରେ ଅପଲୋଡ କରିଥିଲେ । ଏହାପରେ ପୁନୀତଙ୍କୁ ଗିରଫ କରାଯାଇଛି ।

   Related Posts