ATM ଭିତରେ ଯୁବକଙ୍କ ଲଜ୍ଜାଜନକ କାଣ୍ଡ: ଭିତରେ ପଶି ଯୁବତୀଙ୍କ ସାମ୍ନାରେ ଡଷ୍ଟବିନରେ କଲେ ପରିସ୍ରା, ଭିଡିଓ ଭାଇରାଲ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ମଜାଦାର ଭିଡିଓ ଲୋକେ ବାରମ୍ବାର ସେୟାର କରିଥାନ୍ତି। ଏମିତି ଏକ ଭିଡିଓ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଗୋଟିଏ ଏଟିଏମର ସିସିଟିଭିରେ କଏଦ କରାଯାଇଛି। ଭିଡିଓରେ ଜଣେ ଯୁବକ ଏଟିଏମ ଭିତରେ ପରିସ୍ରା କରୁଥିବା ନଜର ଆସିଛି।

{"id":553737,"sizeSlug":"full","linkDestination":"none"}

ଗୋଟିଏ ମିନିଟର ଏହି ଭିଡିଓକୁ ହଜାର ହଜାର ୟୁଜର୍ସ ଦେଖିସାରିଛନ୍ତି। ଟ୍ୱିଟରରେ ଆଇ ଲାଭ ସିଲିଗୁରି ନାମକ ପେଜରେ ଏହି ଭିଡିଓ ସେୟାର କରାଯାଇଛି। ଭିଡିଓ ଏକ ଶପିଂ ମଲର ଏଟିଏମରେ ଶୁଟ କରାଯାଇଛି ବୋଲି କୁହାଯାଉଛି। ପ୍ରଥମେ ଏଟିଏମରେ ଦୁଇଜଣ ଯୁବତୀ ଟଙ୍କା ଉଠାଉଥିବା ନଜର ଆସିଛନ୍ତି। ଭିତରେ ଜଣେ ବ୍ୟକ୍ତି ଆସିଥାନ୍ତି। ତାପରେ ସେ ଯେଉଁ କାଣ୍ଡ କଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି। 

ବ୍ୟକ୍ତି ଜଣକ ଏଟିଏମ ଭିତରେ ଥିବା ଡଷ୍ଟବିନ ଆଣିଲେ, ତାକୁ ସାଇଡରେ ରଖିଲେ ଓ ତା ଭିତରେ ପରିସ୍ରା କରିବାକୁ ଲାଗିଲେ। ଆଶ୍ଚର୍ଯ୍ୟର କଥା ହେଲା ସେତେବେଳେ ଯୁବତୀମାନେ ବି ସେଠାରେ ଛିଡା ହୋଇଥିଲେ। ଭିଡିଓ ଦେଖିବା ପରେ ଜଣାପଡୁଛି ଯୁବତୀମାନେ ଉକ୍ତ ବ୍ୟକ୍ତିଙ୍କୁ ଜାଣିଥିଲେ। ଭିଡିଓ ଭାଇରାଲ ହେବାପରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି।

wp:embed {"url":"https://twitter.com/ILoveSiliguri/status/1464245658404196352?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1464245658404196352%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fhindi.news18.com%2Fnews%2Fajab-gajab%2Fdisgusting-video-man-urinating-inside-atm-dustbin-goes-viral-sankri-3880069.html","type":"rich","providerNameSlug":"twitter","responsive":true}
https://twitter.com/ILoveSiliguri/status/1464245658404196352?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1464245658404196352%7Ctwgr%5E%7Ctwcon%5Es1_&ref_url=https%3A%2F%2Fhindi.news18.com%2Fnews%2Fajab-gajab%2Fdisgusting-video-man-urinating-inside-atm-dustbin-goes-viral-sankri-3880069.html
/wp:embed

ଜଣେ ୟୁଜର୍ସ ଲେଖିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ। ଆଉ ଜଣେ ୟୁଜର ଲେଖିଛନ୍ତି ଏଟିଏମ ଭିତରେ ବାଥରୁମ ବ୍ୟବସ୍ଥା ରହିବା ଉଚିତ। ଆଉ କିଛି ଏହାକୁ ଜାଣିଶୁଣି ଭାଇରାଲ କରିବାକୁ କରାଯାଇଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.