ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସହ ମେସେଜ ଭାଇରାଲ, ଭାଙ୍ଗିଗଲା ବାହାଘର

Published By : Prameya-News7 Bureau | April 16, 2019 IST

wp:heading {"level":5}
ବିବାହ ବନ୍ଦ କରିବା ପାଇଁ ଜଣେ ଯୁବତୀଙ୍କର ଅଶ୍ଳିଳ ଫଟୋ ଓ ମେସେଜ ସୋସିଆଲ ମିଡିଆରେ ପୋଷ୍ଟ କରିଆସୁଥିବା ସୋହେଦ ନାମକ ଜଣେ ଯୁବକ ବିରୋଧରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଉଦବେଗର ବିଷୟ ହୋଇଛି । ଅପରପକ୍ଷରେ ଏଭଳି ଅଶ୍ଳିଳ ଫଟୋ ଓ ମେସେଜ ସୋସିାଲ ମିଡିଆରେ ଘୂରି ବୁଲିବାପରେ ସଂପୃକ୍ତ ଯୁବତୀଙ୍କ ବାହାଘର ଭାଙ୍ଗି ଯାଇଛି । ଯୁବତୀଙ୍କୁ ଏହି ବିଷୟରେ ଜଣା ପଡିବାପରେ ତାଙ୍କ ହୋସ ଉଡିଯାଇଥିଲା। ସେ ବିଶ୍ୱାସ କରିପାରୁନଥିଲେ ଯେ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏ ନେଇ ଯୁବତୀ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କର କୌଣସି କଥା ଶୁଣିନଥିଲେ।
/wp:heading wp:heading {"level":5}
ଫେକ୍‌ ଫେସବୁକ୍‌ ଆକାଉଣ୍ଟ କରି ସେ ଯୁବତୀଙ୍କ ଅଶ୍ଳିଳ ଫଟୋ ଭାଇରାଲ କରିଥିଲେ। ଯୁବକ କାନପୁରର ବାସିନ୍ଦା । ପୋଲିସ ତାଙ୍କ କଥା ଶୁଣିନଥିବାରୁ ପନକିର ଏହି ପିଡୀତା ଏଡିଜି ପ୍ରେମ ପ୍ରକାଶଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ପନକି ପୋଲିସ ମାମଲା ରୁଜୁ କରିଥିଲେ।
/wp:heading wp:heading {"level":5}
ପିଡୀତାଙ୍କ ଅନୁସାରେ ୨୦୧୮ ମସିହାରେ ସେ ଅଭିଯୁକ୍ତ ସୋହେଦଙ୍କ ବିରୋଧରେ ପୋଲିସ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅଭିଯୁକ୍ତ ଅଶ୍ଳିଳ ମେସେଜ କରି ତାଙ୍କୁ ବରାବର ହଇରାଣ କରୁଥିଲା ଏବଂ ଏବେ ମଧ୍ୟ ତାହା ଜାରୀ ରହିଛି। ବିବାହ ଅଟକାଇବା ପାଇଁ ସୋହେଦ ଫେସବୁକ୍‌ ଆକାଉଣ୍ଟରେ ତାଙ୍କ ଫଟୋ ଭାଇରାଲ କରିଥିଲା। କେବଳ ସେତିକି ନୁହେଁ ଫଟୋ ସହ ମେସେଜ ମଧ୍ୟ ଅପଲୋଡ କରିଆସୁଛି।
/wp:heading wp:heading {"level":5}
ଚଳିତ ବର୍ଷ ଫେବୃଆରି ମାସରେ ଯୁବତୀଙ୍କ ବିବାହ ହେବାର ଥିଲା । ଏହାକୁ ବନ୍ଦ କରିବା ପାଇଁ ସେଏହି କାରନାମା କରିଛି। ବିବାହ ବନ୍ଦ କରିବା ପରେ ମଧ୍ୟ ସେ ଶୋହେଦଙ୍କ ପାଇଁ ଅନେକ ଅସୁବିଧାର ସାମ୍ନା କରିଛନ୍ତି । ତେଣୁ ଏହି ବିଷୟରେ ସେ ଏଡିଜିଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏଁ ପୋଲିସ କିଛି ବି ପଦକ୍ଷେପ ନେଇନାହିଁ । ମାମଲାର ଅନୁସଂଧାନ କରୁଥିବା କଲ୍ୟାଣପୁର ସିଓ ଅଜୟ କୁମାର କହିଛନ୍ତି ଯେ, ଆଇଡିର ୟୁଆରଏଲ ସହ ଅନ୍ୟ ସାଇବର ସେଲକୁ ପଠାଯାଇଛି।  ୟୁଆରଏଲ, କମ୍ପ୍ୟୁଟରର ଆଇପି ଏଡ୍ରେସ ଓ ମୋବାଇଲ ନମ୍ୱର ଦ୍ୱାରା ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ କରିବାପରେ ଅଭିଯୁକ୍ତକୁ  ଗିରଫ କରାଯିବ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.