Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୃତ୍ୟୁ ପୂର୍ବରୁ ଭିଡିଓ କରି ହତ୍ୟାକାରୀଙ୍କ ନାଁ କହି ଆଖି ବୁଜିଲେ ଯୁବକ : ସୋସିଆଲ ମିଡିଆରେ କରିଦେଇଥିଲେ ଅପଲୋଡ

6/08/2020 at 1:24 PM

ସାହାରନପୁର ୬/୮: ଉତ୍ତର ପ୍ରଦେଶର ସାହାରନପୁରରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର କାରଣ ଏବଂ ଅଭିଯୁକ୍ତଙ୍କ ନାଁ କହି ଏକ ଭିଡିଓ କରିଥିଲେ ଏବଂ ସୋସିଆଲ୍ ମିଡିଆରେ ଅପଲୋଡ କରି ଦେଇଥିଲା ଯାହା ଜୋରସୋରରେ ଭାଇରାଲ୍ ହୋଇଛି।

ସାହାରନପୁର ଥାନା ସରସାଓ୍ବା ଅଞ୍ଚଳର କୁଣ୍ଡି ଗାଁରେ ରହୁଥିବା ପଙ୍କଜ ମୃତ୍ୟୁ ପୂର୍ବରୁ ନିଜର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଛନ୍ତି। ଭିଡିଓରେ ପଙ୍କଜ ନିଜର ୨ଜଣ ମାଉସୀ,ଜଣେ ଡାକ୍ତର ଏବଂ ଜଣେ ବ୍ୟକ୍ତିଙ୍କୁ ତାକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

ପଙ୍କଜ ନିଜ ମୃତ୍ୟୁ ପୂର୍ବରୁ ନିଜ ମୃତ୍ୟୁ ପାଇଁ ଦାୟୀ ଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ପୋଲିସ୍ ଏବଂ ପ୍ରଶାସନ ଏମାନଙ୍କୁ ଫାଶୀ ଦଣ୍ଡ ଦିଅନ୍ତୁ।

ଏହା କହିବାର କିଛି ସମୟ ପରେ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଥିଲା। କୁହାଯାଉଛି ଯେ ପଙ୍କଜ କିଛି ଦିନ ହେଲା ତାଙ୍କ ମାଉସୀଙ୍କ ଘରେ ରହୁଥିଲେ।

ପୋଲିସ୍ ପଙ୍କଜଙ୍କ ଶବକୁ ପୋଷ୍ଟମର୍ଟମ କରି ତାଙ୍କ ୨ମାଉସୀ,ଜଣେ ଡାକ୍ତର ଏବଂ ୪ଜଣଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୨ ଅନୁସାରେ ମାମଲା ରୁଜୁ କରିଛି।


   Related Posts