ଗର୍ଭବତୀ ପତ୍ନୀଙ୍କୁ ମେଡିକାଲରେ ବସିବାକୁ ଜାଗା ମିଳିଲାନି କିନ୍ତୁ ସାଙ୍ଗେ ସାଙ୍ଗେ କଣ କଲେ ସ୍ବାମୀ.. ଭାଇରାଲ ହେଲା ଦୃଶ୍ୟ

Published By : Prameya-News7 Bureau | December 08, 2019 IST

ବେଜିଂ୦୮।୧୨: ମେଡିକାଲକୁ ଚେକଅପ ପାଇଁ ଆସିଥିବା ମହିଳାଙ୍କୁ ବସିବା ପାଇଁ ସ୍ଥାନ ନମିଳିବାରୁ ବହୁସମୟ ଧରି ଛିଡା ହୋଇରହିଥିଲେ । ପତ୍ନୀଙ୍କୁ ବହୁସମୟ ଧରି ଛିଡା ହେବା ଦେଖି ସ୍ବାମୀ ଜଣଙ୍କ ଭୂମିରେ ବସିଯାଇଥିଲେ , ପରେ ଛିଡା ହୋଇଥିବା ସ୍ତ୍ରୀକୁ ନିଜ ପିଠିରେ ଠିଆ ହୋଇଥିବା ବସାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ମେଡିକାଲରେ ସ୍ତ୍ରୀଙ୍କୁ ନିଜ ପିଠିରେ ସ୍ବାମୀ ବସାଇବାର ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।  

{"id":195183,"sizeSlug":"large"}

 ସୂଚନାଯୋଗ୍ୟ ଯେ, ଚୀନର ହେଙ୍ଗାଗ ସହରର ଏକ ମେଡିକାଲରେ ଚେକଅପ କରିବା ପାଇଁ ଆସିଥିବା ଗର୍ଭବତୀ ମହିଳାଙ୍କୁ ସ୍ଥାନ ନମିଳିବାରୁ ବହୁ ସମୟ ଧରି ଛିଡା ହୋଇ ରହିଥିଲେ । ନିଜ ସ୍ତ୍ରୀଙ୍କୁ ଏପରି ଅବସ୍ଥାରେ ଛିଡାହେବାର ଦେଖି ସ୍ବାମୀ ନିଜେ ଭୂମିରେ ବସିଥିଲେ, ପରେ ସେ ଛଡା ହୋଇଥିବା ସ୍ତ୍ରୀକୁ ନିଜ ପିଠି ଉପରେ ବସିବାକୁ କହିଥିଲେ । ସ୍ବାମୀଙ୍କ ପିଠିରେ ସ୍ତ୍ରୀ ବସିବାର ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଏହି ଭିଡିଓକୁ ହେଙ୍ଗାଗ ସହରର ପୋଲିସ ନିଜ ଅଧିକାରୀକ ଆକାଉଣ୍ଟରୁ ସେୟାର କରିଛନ୍ତି । ସାତ ଦିନରେ ଏହି ଭିଡିଓକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟି କେଉଁ ମେଡିକାଲର ତାହା ସ୍ପଷ୍ଟ ହୋଇାନାହିଁ । ୟୁଜର୍ସମାନେ ସୋସିଆଲ ମିଡିଆରେ ପିଠିରେ ବସାଇଥିବା ସ୍ବାମୀଙ୍କୁ ପ୍ରଶଂସାରେ କରୁଛନ୍ତି ।  

{"id":195184,"sizeSlug":"large"}

ପୋଲିସ କହିବାନୁଯାୟୀ,  ମହିଳା ସହାୟତା ରୁମରେ ଥିଲେ , ରୁମ୍‌ରେ ଥିବା ସମସ୍ତ ବେଞ୍ଚରେ ପୂର୍ବରୁ ଲୋକମାନେ ବସିରହିଥିଲେ , ହେଲେ କୌଣସି ବ୍ୟକ୍ତି ମହିଳାଙ୍କୁ ବସିବାକୁ ସ୍ଥାନ ଦେଇନଥିଲେ । ସେହିସମୟରେ ମହିଳାଙ୍କ ସ୍ବାମୀ ଭୂମିରେ ବସିଯାଇ ନିଜ ସ୍ତ୍ରୀଙ୍କୁ ପୀଠି ଉପରେ ବସାଇଥିଲେ । କିଛି ସମୟ ପରେ ସ୍ବାମୀ ଜଣଙ୍କ ନିଜ ସ୍ତ୍ରୀଙ୍କୁ ପାଣି ପିଇବାକୁ ବୋତଲ ଦେଇଥିଲେ, ବହୁ ସମୟ ଧରି ଅପେକ୍ଷା କରିବା କାରଣରୁ ମହିଳାଜଣଙ୍କୁ ଶୋଷ ଲାଗୁଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.