Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡଙ୍ଗା ନିକଟକୁ ଆସିଲା ୧୭ ଫୁଟ ଲମ୍ବ ଆନାକୋଣ୍ଡା : ଲାଞ୍ଜକୁ ଧରି ଟାଣିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ହଠାତ…

29/06/2020 at 3:48 PM

ନ୍ୟୁୟର୍କ ୨୯/୦୬ : ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି | ଭିଡିଓରେ କିଛି ଲୋକ ଏକ ବଡ ଆନାକୋଣ୍ଡା ସାପକୁ ଟାଣିବାକୁ ଚେଷ୍ଟା କରୁଛନ୍ତି | ଏହି ଭିଡିଓ ୨୦୧୪ ମସିହାର କିନ୍ତୁ ଏହାକୁ ବର୍ତ୍ତମାନ @menlivesless ଟ୍ୱିଟର ହେଣ୍ଡଲରେ ସେୟାର କରାଯାଇଛି | ଡେଲି ମେଲ ଖବର ଅନୁଯାୟୀ, ଘଟଣା ବ୍ରାଜିଲର | ଗୋଟିଏ ଡଙ୍ଗାରେ ୩ ଜଣ ବସିଛନ୍ତି ଓ ଜଣେ ଛିଡା ହୋଇ ଆନାକୋଣ୍ଡାର ଲାଞ୍ଜକୁ ଧରି ତାକୁ ଟାଣିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଭିଡିଓରେ ଦେଖା ଯାଉଥିବା ଆନାକୋଣ୍ଡାର ଲମ୍ବ ୧୭ ଫୁଟ |

୨୦୧୪ ମସିହାରେ ସାନ୍ତା ମାରିଆ ନଦୀରେ ଏହି ଭିଡିଓ କରାଯାଇଥିଲା | ଭିଡିଓରେ ଜଣେ ବ୍ୟକ୍ତି ଆନାକୋଣ୍ଡାର ଲାଞ୍ଜ ଧରି ତାକୁ ଟାଣିବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ଆନାକୋଣ୍ଡା କୌଶଳକ୍ରମେ ଲାଞ୍ଜ ଛଡାଇ ଡଙ୍ଗାରୁ ଦୁରକୁ ଚାଲିଯାଇଥାଏ | ଭିଡିଓକୁ ୩ ଦିନ ପୂର୍ବରୁ ଟ୍ୱିଟରରେ ସେୟାର କରାଯାଇଥିଲା | ପୁରୁଣା ହୋଇଥିଲେ ମଧ୍ୟ ଭିଡିଓ ବହୁତ ଭାଇରାଲ ହୋଇଛି | ଭିଡିଓକୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି |

ଫ୍ଲସ ନ୍ୟୁଜ ଅନୁଯାୟୀ, ‘ମାଟୋ ଗ୍ରୋସୋ ଡୋ’ର ପର୍ଯାବରଣ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କ ଉପରେ ଜରିମାନା ଲଗାଇଥିଲା | ଜରିମାନା ହିସାବରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୬୦୦ ଡଲାର (୪୫ ହଜାର) ଦେବାକୁ ପଡିଥିଲା |

ଆନାକୋଣ୍ଡା ଦକ୍ଷିଣ ଆମେରିକାରେ ଦେଖାଦେଉଥିବା ବୃହତକାୟ ସାପର ଏକ ପ୍ରଜାତି | ଭିଡିଓରେ ଯେଉଁ ସାପ ଦେଖାଯାଉଛି ତାହା ଆନାକୋଣ୍ଡା | ଏହା ଦୁନିଆର ସବୁଠାରୁ ବଡ ସାପ ମଧ୍ୟରୁ ଗୋଟିଏ | ଏହା ପାଣିରେ ରହିବାକୁ ପସନ୍ଦ କରେ | ଆନାକୋଣ୍ଡା ପରିବାରର ସବୁଠାରୁ ଛୋଟ ସାପ ହଳଦିଆ ଆନାକୋଣ୍ଡାକୁ କୁହାଯାଏ | ଏହି ଭିଡିଓରେ ହଳଦିଆ ଆନାକୋଣ୍ଡା ଦେଖିବାକୁ ମିଳିଛି | ଆନାକୋଣ୍ଡା ନିଜ ଶିକାରକୁ ମୋଡି ମାରିଦେଇଥାଏ |

   Related Posts