ଦିଲ୍ଲୀ ସଂସଦ ଭବନରେ ଛୁରି ଧରି ପଶିବାକୁ ଉଦ୍ୟମ କରି ଗିରଫ ହେଲେ ଯୁବକ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨୯: ଦିଲ୍ଲୀ ସଂସଦ ଭବନରେ ଛୁରି ଧରି ପଶିବାକୁ ଉଦ୍ୟମ କରି ଗିରଫ ହେଲେ ଯୁବକ । ଆଜି ସଂସଦ ଭବନ ୧ନମ୍ବର ଗେଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଏହି ଯୁବକ । ସଂସଦ ଭବନକୁ ଛୁରୀ ଧରି ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ କାବୁ କରାଯାଇଛି । ଗିରଫ ଯୁବକଙ୍କୁ ପାର୍ଲାମେଣ୍ଟ ପୋଲିସ ଷ୍ଟେସନରେ ପଚରାଉଚରା ଚାଲିଛି ।

{"id":75282}

ଧରାପଡିଥିବା ଯୁବକ ହେଉଛନ୍ତି ସାଗର ଇନସା । ସେ ଦିଲ୍ଲୀର ଲକ୍ଷ୍ମୀନଗରର ବାସିନ୍ଦା। ଡେରା ସଚ୍ଚା ସୋଦା ମୁଖ୍ୟ ଗୁରମିତ ରାମରହିମଙ୍କ ସମର୍ଥକ ହେଉଛନ୍ତି ସାଗର ଇନସା । ଆଜି ଦିନ ପ୍ରାୟ ୧୧ଟା ବେଳେ ଇନସା ଏକ ବାଇକରେ ସଂସଦ ଅଞ୍ଚଳକୁ ଛୁରୀ ଧରି ଆସିଥିଲା । ଗାଡ଼ି ରଖି ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲା । ହେଲେ ତାର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଜଣାପଡ଼ିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.