ଜନ୍ମଦିନରେ ଉପହାର ଦେବାକୁ ୨୦୦୦ କି.ମି ଗଲା ପ୍ରେମିକ, ବଦଳରେ ମିଳିଲା ଦୁଇ ଚାପୁଡ଼ା, ଥାନାରେ ବସାଇଦେଲା ପୋଲିସ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩/୦୧: ସବୁ ପ୍ରେମ କାହାଣୀର ‘ହାପି ଏଣ୍ଡିଂ’ ନଥାଏ। ଆଉ ହଁ ସବୁ ପ୍ରେମ କାହାଣୀ ବି ମିଛ ନୁହେଁ। ପ୍ରେମ ପାଇଁ ଥାନାରେ କଟିଛି ଗୋଟିଏ ରାତି। ଧୂଳିସାତ ହୋଇଛି ସ୍ବପ୍ନ। ପ୍ରେମିକାକୁ ଦେଖାକରିବାକୁ ୨୦୦୦ କିଲୋମିଟର ଯାତ୍ରା ପରେ ବି ହଟହଟ୍ଟା ହେବାକୁ ପଡ଼ିଛି। ନିଜ ପ୍ରେମିକାକୁ ଜନ୍ମଦିନରେ ସର୍ପରାଇଜ୍‌ ଦେବାକୁ ଦୁଇ ହଜାର କିମି ଯାଇଥିଲା ପ୍ରେମିକ। କିନ୍ତୁ ଚିହ୍ନିପାରିଲାନି ଅନ୍‌ଲାଇନ୍‌ ପ୍ରେମିକା। ଅନଲାଇନରେ ଚିହ୍ନା ପରିଚୟ ଓ ପରେ ପ୍ରେମ ହୋଇଥିଲା। କିନ୍ତୁ ପ୍ରେମିକା ଚିହ୍ନିବ କଣ ଥାନାରେ ଅଭିଯୋଗ କରିବାରୁ ପୋଲିସ ପ୍ରେମିକକୁ ନେଇ ଷ୍ଟେସନ୍‌ରେ ବସାଇଦେଲା।

ପ୍ରେମିକାର ଜନ୍ମଦିନରେ ପହଞ୍ଚିବା ପାଇଁ ପ୍ରଥମେ ବେଙ୍ଗାଲୁରୁରୁ ଲକ୍ଷ୍ନୌ ବିମାନରେ ଯିବା ପରେ ସେଠାରୁ ବସ ଯୋଗେ ଲକ୍ଷ୍ମୀପୁରର ଖେରୀରେ ପହଞ୍ଚିଥିଲା ୨୧ ବର୍ଷୀୟ ପ୍ରେମିକ। ଖାଲି ହାତରେ ନୁହେଁ ବରଂ ଚକୋଲେଟ୍‌, ଟେଡି ବିୟର ଓ ଅନ୍ୟାନ୍ୟ ଉପହାର ନେଇ ପହଞ୍ଚିଥିଲା ଯୁବକ। କିନ୍ତୁ ତାକୁ ମିଳିଲା କଣ ଗାଲରେ ଦୁଇ ଚାପଡ଼ ଆଉ ପୋଲିସର ପାହାର।

ସଲାମାନ ଯିଏକି ବେଙ୍ଗାଲୁରୁରେ ଜଣେ ମେକାନିକ୍‌ ଭାବେ କାର୍ଯ୍ୟ କରନ୍ତି। ପ୍ରକୃତରେ ସେ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଳାର ବାସିନ୍ଦା। ରବିବାର ରାତି ପୋଲିସ ଥାନାରେ କଟିବା ପରେ ସୋମବାର ଥାନାରୁ ଘରକୁ ଫେରିଛନ୍ତି ସଲମାନ। ତେବେ ସଲମାନଙ୍କ ବିରୋଧରେ ଯୁବତୀଙ୍କ ଘର ଲୋକ କୌଣସି ଏତଲା ଦେବାକୁ ମନା କରିଥିବା କୋଟାଓ୍ବାଲି ଥାନା ଅଧିକାରୀ କହିଛନ୍ତି। କିନ୍ତୁ ଯୁବକଙ୍କୁ ଚେତାବନୀ ଦେବାକୁ ଯୁବତୀଙ୍କ ବାପା ପୋଲିସକୁ କହିଥିବା ଜଣାପଡ଼ିଛି।

ଯୁବତୀଙ୍କ ସହ ଅନଲାଇନ୍‌ ପ୍ଲାଟଫର୍ମରେ ପ୍ରେମ ହୋଇଥିଲା। ବାର୍ଥ ଡେ ଗିଫ୍ଟ ନେଇ ଆସିବା ପରେ ବି ଯୁବତୀ ଓ ତାଙ୍କ ପରିବାର ତାଙ୍କୁ ଚିହ୍ନିପାରିନଥିଲେ। ଏବେ ସଲମାନଙ୍କ ପାଖରେ ବେଙ୍ଗାଲୁରୁ ଫେରିଯିବା ଛଡ଼ା ଆଉ କିଛି ରାସ୍ତା ନାହିଁ ବୋଲି ଏସ୍‌ଏଚ୍‌ଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.