Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଲକ୍‌ଡାଉନ୍‌ରେ କମ୍ପାନୀ ଟଙ୍କା ଖର୍ଚ୍ଚ କରିଦେବାରୁ ଯୁବକଙ୍କୁ ଶାରୀରିକ ନିର୍ଯ୍ୟାତନା : ପ୍ରାଇଭେଟ୍ ପାର୍ଟରେ ସ୍ପ୍ରେ କରିଦେଲେ ସାନିଟାଇଜର୍

6/07/2020 at 11:35 AM

ପୁନେ ୦୬/୦୭ : ମହାରାଷ୍ଟ୍ର ପୁନେରେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ବିବାଦରେ ଅପହରଣ କରି ଶାରୀରିକ ନିର୍ଯ୍ୟାତନା ଦେଇଥିବା ମାମଲା ସାମ୍ନାକୁ ଆସିଛି | ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, କୋଥରୁଡ଼ରେ ୩୦ ବର୍ଷର ଜଣେ ଯୁବକଙ୍କୁ ୩ଜଣ ଅପହରଣ କରି ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି | ଅପହରଣକାରୀ ଯୁବକଙ୍କ ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର୍ ସ୍ପ୍ରେ କରିଦେଇଥିଲେ | ପୀଡିତ ଯୁବକ ଲକଡାଉନ୍ ସମୟରେ ଦିଲ୍ଲୀରେ କମ୍ପାନୀ ଖର୍ଚ୍ଚରେ ରହୁଥିଲେ | ପୋଲିସ କହିବାନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ କମ୍ପାନୀ ମାଲିକ ମଧ୍ୟ ସାମିଲ୍ ରହିଛି | ପୋଲିସ ମାମଲାର ତଦନ୍ତ ଜାରି ରଖିଛି | ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ |   

ମାମଲା ଜୁନ ୧୩-୧୪ ତାରିଖର | ଜୁଲାଇ ୨ ତାରିଖରେ ପାଡ଼ ପୋଲିସ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା | ପୋଲିସ ସୂଚନା ଅନୁଯାୟୀ, ପୀଡିତ ଯୁବକ ଏକ ଫାର୍ମରେ ମ୍ୟାନେଜର ଭାବେ କାମ କରୁଥିଲେ | ଏହି ଫାର୍ମ ପେଣ୍ଟର୍ସଙ୍କ ପାଇଁ ପ୍ରଦର୍ଶନୀ ଆୟୋଜନ କରିଥାଏ | ସେ ମାର୍ଚ୍ଚ କୌଣସି କାମ ପାଇଁ ଦିଲ୍ଲୀ ଯାଇଥିଲେ | ଠିକ ସେହି ସମୟରେ ହଠାତ ଲକଡାଉନ୍ ହୋଇଯିବାରୁ ସେ ସେଠାରେ ଫସିଗଲେ | ସେ ଏକ ଲଜରେ ରହିଗଲେ ଏବଂ କମ୍ପାନୀ ଖର୍ଚ୍ଚରେ ଖାଇବା ପିଇବା କରୁଥିଲେ |

ଥାନାରେ ରୁଜ୍ଜୁ ହୋଇଥିବା ଏଫଆଇଆର ଅନୁସାରେ, ମେ ୭ ତାରିଖରେ ପୁନେ ଫେରିବା ପରେ କମ୍ପାନୀ ତାଙ୍କୁ ଏକ ହୋଟେଲରେ ୧୭ ଦିନ ଯାଏଁ କ୍ଵାରେଣ୍ଟାଇନରେ ରହିବାକୁ କହିଥିଲା | ଯୁବକଙ୍କ ପାଖରେ ଟଙ୍କା ନ ଥିବାରୁ ତାଙ୍କୁ ନିଜ ଫୋନ ଓ ଦେବିଟ କାର୍ଡ ରିସେପ୍ସନରେ ବନ୍ଧା ରଖିବାକୁ ପଡ଼ିଥିଲେ | ଜୁନ ୧୩ ତାରିଖରେ କମ୍ପାନୀ ଯୁବକଙ୍କୁ ସେହି ଟଙ୍କା ମାଗିଥିଲେ ଯାହା ଲକ ଡାଉନ ସମୟରେ ତାଙ୍କ ପାଇଁ ଖର୍ଚ୍ଚ ହୋଇଥିଲା | ଯୁବକ ତାଙ୍କ ପାଖରେ ଟଙ୍କା ନ ଥିବା କହିବାରୁ ଅଭିଯୁକ୍ତମାନେ ତାଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଅପହରଣ କରିନେଇଥିଲେ | ଅଭିଯୁକ୍ତମାନେ ଯୁବକଙ୍କୁ ଫାର୍ମ ଅଫିସକୁ ନେଇଯାଇ ସେଠାରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ | ତାଙ୍କ ପ୍ରାଇଭେଟ ପାର୍ଟରେ ସାନିଟାଇଜର ପକାଇ କ୍ଷତି ପହଞ୍ଚାଇଥିଲେ | ଏହାପରେ ସେମାନେ ଯୁବକଙ୍କୁ ଛାଡି ଦେଇଥିଲେ | ପରେ ଯୁବକ ନିଜେ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଥିଲେ |

   Related Posts