ଷଣ୍ଢ ଔଷଧ ଖାଇଦେଲେ ଯୁବକ…ତାପରେ ହେଲା କ’ଣ ?

Published By : Prameya-News7 Bureau | January 13, 2020 IST

 ମେକ୍ସିକୋ ୧୩/୦୧-ଯୌନ କ୍ଷମତା  ବଢାଇବାକୁ ଲୋକେ କେତେ କ’ଣ ତରିକା ଆପଣାଉଛନ୍ତି । ବିଭିନ୍ନ ଖାଦ୍ୟ, ଶାରିରୀକ ବ୍ୟାୟମ ସାଧାରଣ କଥା ହୋଇଥିବାବେଳେ  ଭାଏଗ୍ରା ଭଳି ଅନେକ ପ୍ରକାର ଯୌନ କ୍ଷମତା ବୃଦ୍ଧିକାରୀ ଔଷଧର ବିଜ୍ଞାପନ ଏବଂ ବ୍ୟବସାୟ ବି ଢେର । ତେବେ ଯୌନ କ୍ଷମତା ବୃଦ୍ଧିଲାଗି  ଜଣେ ଯୁବକ ଏପରି କରିପାରନ୍ତି ତାହା ସହଜରେ ବିଶ୍ୱାସ  ହେଉନଥିଲେ ବି  ବି ସତ ।  ଘଟଣାଟି ମେକ୍ସିକୋର ରିନୋସା ସହରରେ ଘଟିଛି ।

{"id":210876,"sizeSlug":"large"}

ଜଣେ ୩୦ ବର୍ଷୀୟା ମହିଳାଙ୍କ ସହ ଯୌନ ସଂପର୍କ ରଖିବାକୁ ଯାଇ  ଜଣେ ଯୁବକ ଉପଭୋଗର ଚରମ ଆକାଂକ୍ଷାରେ କରିଛନ୍ତି ଏପରି କାରନାମା । ଯୌନ ସଂପର୍କରେ ପୁରା ଆନନ୍ଦ ନେବାର ନିଶାରେ ସେ ଭୁଲିଗଲେ ହିତାହିତ ଜ୍ଞାନ । ଷଣ୍ଢଙ୍କୁ ଉତ୍ତେଜିତ କରିବାକୁ ଭେଟେରିନାରୀ ସର୍ଜନମାନେ ଦେଉଥିବ ଔଷଧଟି କିଣି ଆଣି ଖାଇଦେଲେ ସେହି ଯୁବକ । ତାପରେ ହାଲତ ଯାହା ହେଲା ତାହା ବର୍ଣ୍ଣନା କରିବା  କଷ୍ଟ । 

{"id":210877,"width":573,"height":398,"sizeSlug":"large"}

ଷଣ୍ଢଙ୍କ ଔଷଧ ଖାଇଲା ପରେ ଯୁବକ ଜଣକ ଏତେ ଉତ୍ତେଜିତ ହୋଇପଡିଲେ ଯେ, କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା । ତାଙ୍କ ଶରୀର ଅସହ୍ୟଭାବେ ଉତ୍ତେଜିତ ହୋଇପଡିଲା । ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ  ସେହିପରି ଉତ୍ତେଜିତ ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନେବାକୁ ପଡିଲା । ତାଙ୍କୁ ମେକ୍ସିକୋର ସ୍ପେସିଆଲାଇଜ୍ଡ ହସପିଟାଲ ନମ୍ବର ୨୭୦ରେ ଭର୍ତ୍ତି କରାଗଲା ।  କିଛି ଘଣ୍ଟା ନୁହେଁ ତିନିଦିନ ସେ ଡାକ୍ତରଖାନା ବେଡ୍‌ରେ ଛଟପଟ ହେଲେ । ଡାକ୍ତରମାନଙ୍କ ବିଭିନ୍ନ ଔଷଧ ଇଞ୍ଜେକ୍ସନ ବି କାମ ଦେଲାନି  । ଶେଷରେ ଡାକ୍ତରମାନେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲେ । ଯୁବକଙ୍କ ଲିଙ୍ଗରେ ଅସ୍ତ୍ରୋପଚାର କରାଗଲା। ତାପରେ ହିଁ ଯୁବକ ଜଣକ ଉତ୍ତେଜନାରୁ ମୁକ୍ତ ହେଲେ  । ତାଙ୍କ ଯନ୍ତ୍ରଣା ଏବଂ ଶାରିରୀକ ସ୍ଥିତି ସ୍ୱଭାବିକ ଅବସ୍ଥାକୁ ଫେରିଲା ।

{"id":210878,"width":584,"height":313,"sizeSlug":"large"}

 ଯୁବକ ଜଣକ ମେକ୍ସିକୋ ଏବଂ ଆମେରିକା ନିକଟବର୍ତ୍ତୀ ରିନୋସା ବାସିନ୍ଦା । ତେବେ ସେ ସେହି ଷଣ୍ଢ ଓଷଧଟି  ସେ ବୈରାକ୍ରୁଜ ଅଞ୍ଚଳରୁ କିଣିଥିଲେ । ବୈରାକ୍ରୁଜ୍ ସେକ୍ସ ଔଷଧର କଳାବଜାର  ଲାଗି କୁଖ୍ୟାତ । ସେଠାରେ ବିଭିନ୍ନ ପ୍ରକାର ସେକ୍ସ ମେଡିସିନ ପ୍ରଚୁର ମାତ୍ରାରେ ମିଳେ । ସେଠାରୁ ଯୁବକ ଜଣକ କିଣିଥିବା ଷଣ୍ଢଙ୍କ ଯୌନ ଶକ୍ତି ବର୍ଦ୍ଧକ ଔଷଧଟି ହିଁ ଖାଇଥିଲେ । ସେହି ଔଷଧଟିକୁ ଗୋ ଚାଷୀ ମାନେ ସାଧାରଣତଃ କିଣିଥାନ୍ତି । ଏକ ସୁସ୍ଥ ସବଳ ଷଣ୍ଢକୁ  ସେହି ଔଷଧ ଖୁଆଯିବା ପରେ ଏକାଧିକ  ଗାଈଙ୍କୁ ତାସହ ସଙ୍ଗମ ଲାଗି ବ୍ୟବସ୍ଥା କରାଯାଇଥାଏ ।

ଯୁବକ ଜଣକ ଅପରେସନ ପରେ ଉତ୍ତେଜନାରୁ ମୁକ୍ତ ପାଇଥିଲେ ବି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି କି ନା ଜଣା ପଡିନାହିଁ । ତେବେ ଅପରେସନ ପରେ ସେ ତାଙ୍କ ପୂର୍ବ ସ୍ଥିତିକୁ ଫେରି ପାରନ୍ତି  ବୋଲି ଆଶା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.