Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଏମିତି କେବଳ ପାକିସ୍ତାନରେ ସମ୍ଭବ ! ମିଛ ସମ୍ମାନ ପାଇଁ ଚୋରି ସନ୍ଦେହରେ ନିଜ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ହତ୍ୟା କଲା ରାକ୍ଷସ

17/10/2021 at 10:52 PM

ପେଶାଓ୍ବାର ୧୭/୧୦:  ଚୋରି ସନ୍ଦେହରେ ନିଜ ସ୍ବାମୀ ଏବଂ ଦୁଇ ଝିଅଙ୍କୁ ଗୁଳି ମାରି ହତ୍ୟା କଲା ୫୦ ବର୍ଷୀୟ ବ୍ୟକ୍ତି। ମିଛ ସମ୍ମାନ ବଞ୍ଚାଇବାକୁ ଯାଇ ହତ୍ୟା ଘଟଣାର ଏହା ଏକ ସଦ୍ୟତମ ଉଦାହରଣ। ତେଣୁ ଏହାକୁ ସମ୍ମାନ ନୁହେଁ ମିଥ୍ୟା ସମ୍ମାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ଘଟଣା ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତ କାଲୁ ଖାନ ଥାନା ଅଞ୍ଚଳରେ ଘଟିଛି। ମାରଦାନ ହସ୍ପିଟାଲ ପରିସରରୁ ନବଜାତକକୁ ଚୋରି କରିଥିବା ସନ୍ଦେହରେ ୫୦ ବର୍ଷୀୟ ଜନ ବାହାଦୂର ନିଜ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ଗୁଳି ମାରି ହତ୍ୟା କରିଛି।  ବାହାଦୂର ନିଜ ସମ୍ପର୍କୀୟ ତୋୟବ ଜାନ ସହ ମିଶି ୩ ଜଣଙ୍କୁ ହତ୍ୟା କରିଛି। ମା ଓ ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି।

ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦେଶର କବୟଲୀ ଅଞ୍ଚଳରେ ପରିବାର ଭିତରେ ଏମିତି ହତ୍ୟା ଏବେ ସାମାନ୍ୟ ଘଟଣାରେ ପରିଣତ ହୋଇଛି। ମିଥ୍ୟା ସମାନାର୍ଥେ ଏମିତି ବର୍ଷକୁ ଏକ ହଜାରରୁ ଅଧିକ ମହିଳା ଏବଂ ପାଖାପାଖି ୬୦୦-୮୦୦ ପୁରୁଷଙ୍କୁ ହତ୍ୟା କରାଯାଉଛି।

   Related Posts