ଆକାଶରୁ ହେଲା ନୋଟ୍ ବର୍ଷା: ଡ୍ରଗ୍ସ ସେବନ କରି ନିଜ ବାଲକାନିରୁ ଟଙ୍କା ଉଡାଇଲେ ଯୁବକ

Published By : Prameya-News7 Bureau | November 03, 2020 IST

ବେଜିଙ୍ଗ ୦୩/୧୧ : ଚୀନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସୋସିଆଲ୍ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ହେଉଛି। ଜଣେ ବ୍ୟକ୍ତି ଡ୍ରଗ୍ସ ସେବନ କରିବା ପରେ ନିଶାରେ ନିଜର ଟଙ୍କା ବାଲକନିରୁ ତଳକୁ ଫୋପାଡ଼ି ଦେଇଛନ୍ତି। ବ୍ୟକ୍ତି ଜଣକ କୋଠାର ୩୦ତମ ମହଲାରେ ରୁହନ୍ତି। ଉପରୁ ଟଙ୍କା ପଡୁଥିବା ଦେଖି ଲୋକେ ଭାବିଲେ ଆକାଶରୁ ଟଙ୍କା ବର୍ଷା ହେଉଛି। ଟଙ୍କା ଗୋଟେଇବାକୁ ରାସ୍ତାରେ ଲୋକଙ୍କ ଭିଡ ଜମିଗଲା। ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍ ହୋଇଯାଇଥିଲା। ଭିଡ ହଟାଇବାକୁ ଘଟଣାସ୍ଥଳରେ ପୋଲିସ ବି ପହଞ୍ଚିଥିଲା। ପୋଲିସ ଭାବିଲା କେହି ହେଲିକେପ୍ଟରରୁ ଟଙ୍କା ତଳକୁ ପକାଉଛି। କିନ୍ତୁ ତଦନ୍ତ ପରେ ମାମଲା ସାମ୍ନାକୁ ଆସିଥିଲା। ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି। 

blob:https://www.newsweek.com/9b50609d-f149-4097-8b26-157d3edeed4d

ଖବର ଅନୁଯାୟୀ, ମାମଲା ଦକ୍ଷିଣ-ପଶ୍ଚିମ ଚୀନ୍ ଚୋଙ୍ଗକ୍ୱିଙ୍ଗ୍ ଅଞ୍ଚଳର। ପୋଲିସ ଏଠାକାର ଏକ କୋଠାରୁ ଜଣେ ୨୯ ବର୍ଷୀୟ ଯୁବକକୁ ଗିରଫ କରିଛି। ଯୁବକ ଡ୍ରଗ୍ସ ସେବନ କରିବା ପରେ ନିଜ ବାଲକନିରୁ ଟଙ୍କା ବାହାରକୁ ଉଡ଼ାଇଥିଲେ। ସ୍ଥାନୀୟ ମିଡ଼ିଆ ଖବର ଅନୁସାରେ, ଆକାଶରୁ ହେଉଥିବା ଟଙ୍କା ବର୍ଷା ଯୋଗୁଁ ରାସ୍ତାରେ ଟ୍ରାଫିକ ଜାମ ହୋଇଯାଇଥିଲା। ଟଙ୍କା ଉଠାଇବାକୁ ଲୋକଙ୍କ ମଧ୍ୟରେ ଭିଡ଼ାଭିଡ଼ି ହୋଇଥିଲା। ପୋଲିସ ଯୁବକକୁ ଗିରଫ କରି ଯୁବକ ବିରୋଧରେ ନାର୍କୋଟିକ୍ସ ଅପବ୍ୟବହାର ମାମଲା ରୁଜ୍ଜୁ କରିଛି।

{"id":355353,"sizeSlug":"large"}

ଚୀନର ଟ୍ୱିଟର ଭଳି ମାଇକ୍ରୋବ୍ଲଗିଂଗ ସର୍ଭିସ ୱାଇବୋ ସାଇଟରେ ଚୀନ ପୋଲିସ ଲେଖିଛି ଯେ, ଅପରାହ୍ନ ପାଖାପାଖି ସାଢେ ଗୋଟେ ସମୟରେ ଜଣେ ୨୯ ବର୍ଷୀୟ ଶାପିଂଗ୍ବା ଜିଲ୍ଲାର ବୋ ନିଜ ଘରେ ମେଥ୍ ଡ୍ରଗ୍ସ ସେବନ କରିଥିଲେ। ଡ୍ରଗ୍ସ ସେବନ ପରେ ଏହାର ପ୍ରଭାବରେ ନିଜ ଟଙ୍କା ବାଲକନିରୁ ତଳକୁ ପକାଇଥିଲେ। ଆକାଶରୁ ଟଙ୍କା ବର୍ଷା ହେଉଥିବା ଦେଖି ଲୋକେ ଏହାର ଭିଡିଓ ମଧ୍ୟ କରିଥିଲେ। ଏହାପରେ ପୋଲିସ ମାମଲା ସମ୍ପର୍କରେ ସୂଚନା ଦିଆଯାଇଥିଲା। ତେବେ ବୋ ନିଜ ବାଲକନିରୁ କେତେ ଟଙ୍କା ପକାଇଥିଲେ ପ୍ରଶାସନ ସେ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ। ତେବେ ଯେଉଁମାନେ ଟଙ୍କା ଉଠେଇଥିଲେ ସେମାନେ ବୋଙ୍କୁ ତାଙ୍କ ଟଙ୍କା ଫେରାଇଦେବେ ବୋଲି ଆଶା କରାଯାଉଛି। କିନ୍ତୁ ପୋଲିସ ଏବେ ସୁଦ୍ଧା ଏହି ମାମଲାରେ ପବ୍ଲିକକୁ କୌଣସି ସରକାରୀ ଅନୁରୋଧ କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.