Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏକତରଫା ପ୍ରେମରେ ବିଫଳ ହୋଇ ନାବାଳିକାଙ୍କ ଉପରେ ଏସିଡ଼ ଢ଼ାଳିଲେ ଯୁବକ, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ନାବାଳିକା ଭର୍ତ୍ତି

ହାଥରସ ୧୦/୨- ଏକତରଫା ପ୍ରେମରେ ବିଫଳ ହୋଇ ଯୁବକ ଢ଼ାଳିଲେ ନାବାଳିକା ଉପରେ ଏସିଡ଼ । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତିକଲେ ପରିବାର ଲୋକ ।

ଭାଲେଣ୍ଟାଇନ ସପ୍ତାହ ଚାଲିଥିବା ଏଭଳି ଅଭାବନୀୟ ଘଟଣା ଘଟିଛି ସାଦାବାଦର ନାକାମ ଗାଁରେ । ଜଣେ ଯୁବକ ପ୍ରେମରେ ପାଗଳ ହୋଇ କରିଛି ଏପରି କାମ ।

ନାବାଳିକା ପ୍ରେମ କରିବାକୁ ମନା କରିବାରୁ ପଡ଼ୋଶୀ ଯୁବକ ଏପରି କରିଥିଲା । ନାବାଳିକାଙ୍କୁ ଯୁବକ ଅନେକ ଥର ପ୍ରେମ ନିବେଦନ କରିଥିଲେ । କିନ୍ତୁ ନାବାଳିକା ତାଙ୍କୁ ପ୍ରେମ କରିବାକୁ ମନା କରିବାରୁ ଘଟିଛି ଏଭଳି ଅଘଟଣ ।

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାପରେ ଯୁବକ ପ୍ରପୋଜ ଡ଼େ ରେ ମଧ୍ୟ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ । କିନ୍ତୁ ନାବାଳିକା ମଧ୍ୟ ସେଦିନ ମନା କରିଦେଇଥିଲା ।

ଗତକାଲି ରାତିରେ ଯୁବତୀଙ୍କ ଘରକୁ ଆସି ପୁଣିଥରେ ପ୍ରେମ ନିବେଦନ କରିଥିଲେ ଯୁବକ । ଯୁବକ ଏପରି ହଇରାଣ କରୁଥିବାରୁ ନାବାଳିକା ଘରେ ସମସ୍ତଙ୍କୁ କହିଦେବା କଥା କହିଥିଲେ । ଯୁବକ ଏହି କଥାରେ ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ଉପରକୁ ଫୋପାଡ଼ିଥିଲେ ଏସିଡ଼ ।

ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଏହି ଘଟଣାରେ ପୋଲିସରେ ମାମଲା ରୁଜୁ କରିବା ପରେ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯୁବତୀ ।

469 Views

   ସମ୍ବନ୍ଧିତ ଖବର