ମୋତେ ବାହା ନହେଲେ କରିଦେବି ବର୍ବାଦ...ବିବାହିତ ମହିଳାଙ୍କୁ ଧମକାଇଲା ଯୁବକ, ପୂର୍ବରୁ ବି ନିଶାଦେଇ କରିଥିଲା ଦୁଷ୍କର୍ମ

Published By : Prameya-News7 Bureau | February 13, 2019 IST

ଚଣ୍ଡିଗଡ଼ ୧୩/୨- ଜଣେ ବିବାହିତା ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ପରେ ବ୍ଲାକମେଲ କରୁଥିଲା ଯୁବକ । କେବଳ ଏତିକି ନୁହେଁ ଏହି ଭିଡ଼ିଓ ଦେଖାଇ ବାରମ୍ବାର ଶାରୀରିକ ସଂପର୍କ ବି ରଖୁଥିଲା । ଏତିକିରେ କଣ ମନ ବୁଝିଲା , ସବୁବେଳେ ନିଜର କରିବାକୁ ଧମକାଇବା ବି ଆରମ୍ଭ କଲା ।

ମୋତେ ବାହା ନହେଲେ କରିଦେବି ବର୍ବାଦ...ମୁଁ ଆଉ କାହାର ହେବାକୁ ଦେବିନି । ମୋ କଥାରେ ରାଜି ନହେଲେ ଭାଇରାଲ କରିଦେବି ତୋ ଅଶ୍ଳୀଳ ଭିଡ଼ିଓ । ଏମିତି ଅନେକ କଥା କହି ଯୁବକ ବିବାହିତା ମହିଳାଙ୍କୁ କରୁଥିଲା ହଇରାଣ ।

ମହେନ୍ଦ୍ରଗଡ଼ ଅଂଚଳର ଜଣେ ୨୦ ବର୍ଷ ବୟସ୍କ ଜଣେ ମହିଳା ଥାନାରେ ଆଣିଛନ୍ତି ଏଭଳି ଅଭିଯୋଗ । ତାଙ୍କ ସ୍ଵାମୀଙ୍କର ସାଙ୍ଗ ଇନ୍ଦ୍ର କୌଶିକ ଘରକୁ ସବୁବେଳେ ଯିବା ଆସିବା କରୁଥିଲା । ତାଙ୍କ ସ୍ଵାମୀ ଘରେ ନଥିବା ସମୟରେ ଜୁସ୍ ପିଇବା ବାହାନାରେ ନିଶାଦ୍ରବ୍ୟ ପିଇବାକୁ ଦେଇଥିଲା । ଏହି ପାନୀୟ ପିଇବା ପରେ ସେ ବେହୋସ ହୋଇପଡ଼ିଥିଲେ । ବେହୋସ ହୋଇଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଭିଡ଼ିଓ ବି ସୁଟିଂ କରିଥିଲା ଇନ୍ଦ୍ର କୌଶିକ । ଏହି ଭିଡ଼ିଓ ଦେଖାଇ ତାଙ୍କୁ ବି ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।

ଶେଷରେ ତାଙ୍କ ସ୍ଵାମୀଙ୍କୁ ଛାଡ଼ି ବିବାହ କରିବା ପାଇଁ ସେ  ବାଧ୍ୟ କରିଥିଲା । ଏହି ପ୍ରସ୍ତାବରେ ମହିଳା ରାଜି ନ ହେବା ପରେ ସେ ରଖିଥିବା ସମସ୍ତ ଅଶ୍ଳୀଳ ଭିଡ଼ିଓକୁ ତାଙ୍କ ସ୍ଵାମୀଙ୍କ ମୋବାଇଲକୁ ଛାଡ଼ିଦେଇଥିଲା ।

ଏହି ଘଟଣାରେ ସ୍ଥାନୀୟ ଥାନାରେ ପରିବାର ପକ୍ଷରୁ  ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଇନ୍ଦ୍ର କୌଶିକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.