Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ନିଜ ଘରୁ ଚୋରି କରି ଫସିଲେ ଯୁବକ, ବଡ଼ଭାଇ ଦେଲେ ଥାନାରେ ଏତାଲା

30/01/2019 at 9:17 PM

ରାମନଗର ୩୦/୧- ନିଜଘରୁ ଛୋଟମୋଟ କେହି  ଚୋରି କରିବା ଆମେ ଶୁଣିଛନ୍ତି । ହେଲେ ମୋଟା ଅଂକରେ ଚୋରି କରି ପୁଣି ଥାନା ଯାଏଁ କଥା ଯିବା ଚକିତ ହୋଇଯିବା ଭଳି ଘଟଣା ।

ଏହିଭଳି ଘଟଣା ଘଟିଛି ରାମନଗର ମୋହଲ୍ଲା ଶତାଡ଼ି ଅଂଚଳରେ । ଜଣେ ଯୁବକ ନିଜ ଘରୁ ସାଙ୍ଗ ସହ ମିଶି କରିଛି ଏହି କାଣ୍ଡକାର୍ଖାନା । ଏହି ଚୋରି ଅଭିଯୋଗରେ ଥାନଧିକାରୀ  ଅଭିଯୁକ୍ତଙ୍କୁ ଗିରଫ କରି କରିଛି କୋର୍ଟ ଚାଲାଣ ।

ରାମନଗର ଅଂଚଳର ନଜିମ ବୁର୍କା ନାମକ ଜଣେ ଯୁବକ କରିଥିଲା ଚୋରି । ସାଙ୍ଗ ସହ ମିଶି ନିଜ ଘରୁ ୫.୬ ଲକ୍ଷ ଟଂକା ଚୋରି କରିନେଇଥିବା ଅଭିଯୁକ୍ତଙ୍କ ବଡ଼ ଭାଇ ଥାନାରେ କରିଛନ୍ତି ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ନଜିମଙ୍କ ନାଁରେ ମାମଲା ରୁଜୁ କରି କରିଛି କୋର୍ଟ ଚାଲାଣ ।

ମଙ୍ଗଳବାର ରାତିରେ ନଜିମ  ତାର ଜଣେ ଅନ୍ତରଙ୍ଗ ସାଙ୍ଗ ସହ ମିଶି ଚୋରି କରିଥିଲା । ନିଜଘର ଲକରରୁ ୫.୬ଲକ୍ଷ ଟଂକା ନେଇ କୁଆଡ଼େ ପଳାଇଯାଇଥିଲା । ଏହି ଘଟଣାରେ ନଜିମ କିଛି ଜାଣି ନଥିବା ପରିବାର ଆଗରେ କହିଥିଲା । ସେ ଏହି ଚୋରି ଘଟଣାକୁ ଦିଗଭ୍ରଷ୍ଟ କରିବାକୁ ସେ ପରିବାର ଲୋକଙ୍କୁ ଭୂଆଁ ବୁଲାଇଥିଲା ।

କିନ୍ତୁ ନଜିମ ଉପରେ ବଡ଼ଭାଇର ସନ୍ଦେହ ହୋଇଥିଲା । ନଜିମର ବଡ଼ଭାଇ ଥାନାରେ ନଜିମଙ୍କ ନାଁରେ ଏତାଲା ଦେଵାପରେ ସବୁକଥା ପଦାକୁ ଆସିଥିଲା ।

ନଜିମ ନିଜେ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା କଥା ମାନିଥିବା ବେଳେ ତା ସହିତ ଅନ୍ୟଜଣେ ସାଙ୍ଗ ଥିବା କଥା କହିଛି ।

ପୋଲିସ ନଜିମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କିନ୍ତୁ ଏହି ଘଟଣାରେ ଜଡ଼ିତ ଥିବା ଆଉଜଣେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି ।

   Related Posts