Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୩୦୫ ଦିନ ଦେହରେ ରହିଲା କରୋନା ଭୂତାଣୁ, ୪୩ ଥର ପଜିଟିଭ୍‌ ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରିଦେଇଥିଲେ ୭୨ ବର୍ଷୀୟ ବୃଦ୍ଧ

24/06/2021 at 6:58 PM

ଲଣ୍ଡନ ୨୪/୬: କରୋନା ଭୂତାଣୁକୁ ନେଇ ଏକ ଦୁର୍ଲଭ ମାମଲା ମିଳିଛି। ବ୍ରିଟେନ୍‌ର ଜଣେ ୭୨ ବର୍ଷୀୟ ବୃଦ୍ଧ ପାଖାପାଖି ୧୦ ମାସ (୩୦୫ ଦିନ) ଧରି କରୋନା ପଜିଟିଭ୍‌ ଥିଲେ। ଲଗାତାର କରୋନା ସଂକ୍ରମଣ ହେବାର ଏହା ସବୁଠୁ ଦୀର୍ଘ ସମୟ ବୋଲି କୁହାଯାଉଛି। ବିଶେଷଜ୍ଞମାନେ ଏନେଇ ଗୁରୁବାର ସୂଚନା ଦେଇଛନ୍ତି। ପଶ୍ଚିମ ଇଂଲଣ୍ଡରେ ବ୍ରିଷ୍ଟଲର ଅବସରପ୍ରାପ୍ତ ଡ୍ରାଇଭିଂ ଇନଷ୍ଟ୍ରକ୍ଟର ଡେଭ୍‌ ସ୍ମିଥ୍‌ କହିଛନ୍ତି, ତାଙ୍କର ୪୩ ଥର ଟେଷ୍ଟରେ ମଧ୍ୟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୭ ଥର ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେ ନିଜର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଯୋଜନା କରିଥିଲେ ବୋଲି କହିଛନ୍ତି ।

ସ୍ମିଥ ବିବିସି ଟିଭିକୁ କହିଛନ୍ତି, ‘ମୁଁ ମୋ ନିଜକୁ ଅବସର ଦେଇ ଦେଇଥିଲି। ପରିବାରକୁ ଡାକି ସମସ୍ତଙ୍କୁ ଗୁଡବାୟ ମଧ୍ୟ କହିଦେଇଥିଲି।’  ଡେଭ୍‌ଙ୍କ ସ୍ତ୍ରୀ ଲିଣ୍ଡା ଯିଏକି ଘରେ କ୍ବରେଣ୍ଟାଇନ୍‌ରେ ରହୁଥିଲେ ସେ କହିଛନ୍ତି, ‘ଏମିତି ସମୟ ଆସିଥିଲା ଆମକୁ ଲାଗିଲା ନାହିଁ ଯେ ସେ ଏହି କରୋନାକୁ ହରାଇ ପାରିବେ। ଗୋଟିଏ ବର୍ଷ ପୂରା ଭୟରେ କଟିଲା।’ ସେହିଭଳି ବ୍ରିଷ୍ଟଲର ଜଣେ ସଂକ୍ରମାକ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦୀର୍ଘ ୧୦ ମାସ ସ୍ମିଥଙ୍କ ଶରୀରରେ ସକ୍ରିୟ କରୋନା ଭୂତାଣୁ ଥିଲା। ତେବେ ସ୍ମିଥ ଆଣ୍ଟିବଡି କକ୍‌ଟେଲ୍‌ ନେବା ପରେ ସୁସ୍ଥ ହୋଇପାରିଲେ ବୋଲି ସେ କହିଛନ୍ତି।

ଯଦିଓ ବ୍ରିଟେନ୍‌​‌ରେ ଏହି କକ୍‌ଟେଲକୁ ବ୍ୟବହାର କରାଯାଇନଥିଲା ତଥାପି ସ୍ମିଥଙ୍କ ପାଇଁ ଏହାକୁ ବିଶେଷ ଭାବେ ସ୍ବିକୃତୀ ମିଳିଥିଲା ବୋଲି ଜଣେ ଡାକ୍ତର କହିଛନ୍ତି। ସ୍ମିଥଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ଖୁସିରେ ବିମୋହିତ ହୋଇପଡ଼ିଥିଲେ। ମଦ ବୋତଲ ଧରି ନାଚିଥିଲେ ସ୍ମିଥ୍‌ । ସ୍ମିଥ୍‌ ଗାର୍ଡିଆନକୁ  ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେତେବେଳେ ଶୋଇବା ପାଇଁ ଯାଉଥିଲି ପ୍ରକୃତରେ ବହୁତ କଷ୍ଟ ହେଉଥିଲା। ମୋତେ ଲାଗୁଥିଲା ମୁଁ ମୃତ୍ୟୁ ଦ୍ବାରରେ ଛିଡ଼ା ହୋଇଛି। ଏପରିକି ମୋ ସ୍ତ୍ରୀ ୫ ଥର ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ମଧ୍ୟ କରିଦେଇଥିଲେ।’

  ଏହା ସହ ତାଙ୍କର ଓଜନ ୧୧୭ କେଜିରୁ ୬୪ କେଜିକୁ କମିଆସିଥିଲା। ଏମିତିକି ସ୍ମିଥ୍‌ ନିଜେ ଛିଡ଼ା ହୋଇପାରୁନଥିଲେ ବୋଲି କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘ ୩୦୫ ଦିନ ପରେ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଲାଗିଲା ଯେମିତି ନୂଆ ଜୀବନ ପାଇଗଲି। ରିଜେନେରନ୍ ଆଣ୍ଟିବଡି  କକ୍‌ଟେଲ୍‌ ନେବାର ୪୫ ଦିନ ଏବଂ ସଂକ୍ରମିତ ହେବାର ୩୦୫ ଦିନ ପରେ କରୋନା ରିପୋର୍ଟ ନେଗେଟିଭ୍‌ ମିଳିଥିଲା । ଏହା ପରେ ସ୍ମିଥ ନିଜ ପତ୍ନୀ ଲିଣ୍ଡାଙ୍କ ସହ ସ୍ୟାମ୍ପେନ୍‌ ବୋତଲ ଖୋଲି ଖୁସି ମନାଇଥିଲେ।   

   Related Posts