କରୋନା କାଳରେ ମଜାଦାର ଯୋଗାଡ: ପ୍ରେସର କୁକରରୁ ସିଧା ଷ୍ଟିମ୍ ନେଉଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬/୦୯ : ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି କରୋନା କାଳରେ ବାଷ୍ପ ନେବା ପାଇଁ ଏକ ମଜାଦାର ଯୋଗାଡ କରିଛନ୍ତି । ବ୍ୟକ୍ତି ଜଣକ ପ୍ରେସର କୁକରରୁ ବାଷ୍ପ ନେଇଛନ୍ତି । ବ୍ୟକ୍ତି ଜଣକ ନିଜ ବେକ, ହାତ ଏବଂ ଛାତିରେ ଭଲ ଭାବେ ବାଷ୍ପ ନେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।

{"id":334884,"sizeSlug":"large"}

ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଗ୍ୟାସରେ ଏକ କୁକର ବସିଛି । କୁକରର ହ୍ୱିସିଲରେ ଏକ ପାଇପ୍ ଲଗାଯାଇଛି । ଏହି ପାଇପକୁ ଆଉ ଏକ କୁକରର ହ୍ୟାଣ୍ଡେଲ ସହ ସଂଯୁକ୍ତ କରାଯାଇଛି । ସେଥିରୁ ବାଷ୍ପ ବାହାରୁଚି ଏବଂ ବ୍ୟକ୍ତି ଜଣକ ବାଷ୍ପ ନେଉଛନ୍ତି ।

{"id":334880,"sizeSlug":"large"}

କରୋନା କାଳରେ ଏହିଭଳି ସ୍ବଦେଶୀ ଯୋଗାଡ ଦ୍ୱାରା ସଂକ୍ରମଣରୁ ରକ୍ଷା ପାଇହେବ । ଏହା ବହୁତ ପ୍ରଭାବଶାଳୀ ପ୍ରମାଣିତ ହେଉଛି । ୟୁଜର୍ସଙ୍କୁ ଏହି ବାଷ୍ପ ନେବା ପଦ୍ଧତି ବହୁତ ପସନ୍ଦ ଆସିଛି । ଏହା ପୂର୍ବରୁ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି କୁକରର ବାଷ୍ପରୁ ପନିପରିବା ସାନିଟାଇଜ କରୁଥିଲେ । କିନ୍ତୁ ଭିଡିଓ ଦେଖିବା ପରେ ଅନେକ ଲୋକ କହିଥିଲେ ଯେ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହିଭଳି ପରୀକ୍ଷଣରୁ ବଞ୍ଚିବା ଉଚିତ୍ । କାରଣ ଏକ ଛୋଟ ଭୁଲ ଏକ ବଡ ଦୁର୍ଘଟଣାର କାରଣ ହୋଇପାରେ । ତେବେ ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ଦେଖୁଛନ୍ତି ।

{"id":334874,"sizeSlug":"large"}

ଏହି ଭିଡିଓକୁ ସେପ୍ଟେମ୍ବର ୨୩ ତାରିଖରେ ପୋଷ୍ଟ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଲକ୍ଷ ଲକ୍ଷ ଥର ଦେଖାଯାଇଛି । ଅନେକ ଥର ଏହାକୁ ରିଟ୍ୱିଟ ମଧ୍ୟ କରାଯାଇଛି । ଲୋକେ ଏହି ଚମତ୍କାର ଯୋଗାଡକୁ ଦେଖି ବହୁତ ଖୁସି ଏବଂ ଏହାକୁ ନେଇ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.