୬୬୨ ଫୁଟ୍‌ ଗଭୀର ପାଣିରେ ଶ୍ବାସକ୍ରିୟା ବିନା ପହଁରିଲେ ଯୁବକ, ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ମିଳିଲା ସ୍ଥାନ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଳୀ ୨୬/୧୨: ଶ୍ବାସକ୍ରିୟା ବନ୍ଦ କରି ଗଭୀର ଜଳରାଶିରେ ପହଁରି ବିଶ୍ବ ରେକର୍ଡ ତିଆରି କଲେ ଯୁବକ। ଗୋଟିଏ ନିଶ୍ବାସରେ ୬୬୨ ଫୁଟ୍‌ ପାଣି ଭିତରେ ପହଁରି ଗିନିଜ୍‌ ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡ କଲେ ଡେନ୍‌ମାର୍କର ଜଣେ ସ୍ବିମର ଷ୍ଟିଗ୍‌। ୨ ମିନିଟ୍‌ ୪୨ ସେକଣ୍ଡ ପ୍ରଶ୍ବାସ ନନେଇ ପାଣି ଭିତରେ ପହଁରିଥିଲେ ଷ୍ଟିଗ୍‌।

ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ ମହାସାଗରୀୟ ତଥା ବନ୍ୟଜନ୍ତୁଙ୍କ ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ଏଭଳି ପ୍ରୟାସ କରିଥିଲେ। ଏହି ପ୍ରୟାସ ପାଇଁ ବିଶ୍ବ ରେକର୍ଡ ରଚିଲେ ଷ୍ଟିଗ୍‌। ଷ୍ଟିଗ୍ ଏଭଳି ପ୍ରୟାସ କରୁଥିବା ୩ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜର ଶ୍ବାସକ୍ରିୟା ବନ୍ଦ କରିବାକୁ ଚେଷ୍ଟା କରିବେ।

ଷ୍ଟିଗ୍‌ ଏକ ଟେକ୍‌ନିକର ଉପଯୋଗ କରିଥିଲେ ଯାହାକୁ ଶ୍ବସନ ବିଜ୍ଞାନ ବୋଲି କୁହାଯାଉଛି। ସ୍ବିମିଂ ପୁଲ୍‌ରେ ଷ୍ଟିଗ୍‌ ଏଭଳି ଅଭ୍ୟାସ ଜାରି ରଖିଥିଲେ। ତେବେ ତାଙ୍କର ଏହି ଭିଡିଓ ସେୟାର କରିବା ଓ ସହଯୋଗ କରିବା ପାଇଁ ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଷ୍ଟିଗ୍‌।

ଅନ୍ୟପଟେ ଷ୍ଟିଗଙ୍କ ଏହି ଭିଡିଓ ଦେଖିବା ପରେ ଜଣେ ସୋସିଆଲ୍‌ ମିଡିଆ ୟୁଜର କହିଛନ୍ତି, ‘ ଏହି ଭିଡିଓ ଦେଖିବା ପରେ ମୁଁ ମୋ ଶ୍ବାସକ୍ରିୟା ରୋକିବାକୁ ଚେଷ୍ଟା କରୁଛି।’  ତେବେ ଗିନିଜ୍‌ ବୁକ୍‌ ଅଫ ରେକର୍ଡ ଅନୁସାରେ ଷ୍ଟିଗ୍‌ ଏମିତି ରେକର୍ଡର ଅଧିକାରୀ ଥିଲେ। ଶ୍ବାସକ୍ରିୟା ବନ୍ଦ କରି ଅଧିକ ସମୟ ପହଁରିବା ନେଇ ପୂର୍ବ ରେକର୍ଡ ମଧ୍ୟ ଷ୍ଟିଗ୍‌ଙ୍କ ନାଁରେ ଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.