ବିମାନ ତଳେ ଲୁଚି ଦିଲ୍ଲୀରୁ ଲଣ୍ଡନ ପଳାଇଲେ ଯୁବକ : ୬୫୦୦ କିମି ଯାତ୍ରା କଲାପରେ ମଧ୍ୟ ଥିଲେ ଜୀବନ୍ତ
7/07/2019 at 4:50 PM

ଗତ ସପ୍ତାହରେ ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଶବ ବିମାନରୁ ଖସି ପଡିଥିଲା । ପାଖାପାଖି ୩୫୦୦ ଫୁଟ ଉଚ୍ଚରୁ ଶବଟି ତଳେ ପଡିଥିଲା । ଶବ ଏତେ କ୍ଷତବିକ୍ଷତ ହୋଇଯାଇଥିଲା ଯେ ସେ ପୁରୁଷ ନା ମହିଳା ତାହା ମଧ୍ୟ ଜଣାପଡ଼ିନଥିଲା । ଶବଟି ବରଫ ଭଳି ଦେଖାଯାଉଥିଲା । ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ବିମାନର ଲ୍ୟଣ୍ଡିଙ୍ଗ ଗିଅର ଜାଗାରେ ଲୁଚି ଯାତ୍ରା କରୁଥିଲା । ଶବଟି କେନ୍ୟା ଏୟାରଲାଇନ୍ସ ବିମାନରୁ ପଡିଥିଲା । ବିମାନଟି କେନ୍ୟାରୁ ଲଣ୍ଡନ ଯାଉଥିଲା । ପୁଣି ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଜଣେ ଯୁବକ ବିମାନରେ ଲୁଚି ଯାତ୍ରା କରିଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏଠାରେ ଯୁବକ ଜଣକ ବଞ୍ଚି ଯାଇଛନ୍ତି ।
ବିମାନ ତଳେ ଲୁଚି ଯାତ୍ରା କରୁଥିବା ସମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ । ବହୁତ କମ ମାମଲାରେ କ୍ୱଚିତ କିଏ କିଏ ବ଼ଞ୍ଚି ଯାଇଥାନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆଜିଠୁ ୨୩ ବର୍ଷ ପୁର୍ବରୁ ୧୯୯୬ ମସିହାରେ ପ୍ରଦୀପ ସୈନି ନାମକ ଜଣେ ଯୁବକ ଦିଲ୍ଲୀରୁ ଏହିଭଳି ଏକ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ସୌଭାଗ୍ୟବଶତ ପ୍ରଦୀପ ବଞ୍ଚି ଯାଇଥିଲେ । ସୋ ଲଣ୍ଡନରେ ଡ୍ରାଇଭର ଭାବେ କାମ କରନ୍ତି ।
ପ୍ରଦୀପ ବିମାନର ଲ୍ୟଣ୍ଡିଙ୍ଗ ଗିଅର ଲୁଚି ପାଖାପାଖି ୬୫୦୦ କିମି ଦୁର ଯାତ୍ରା କରିଥିଲେ ଏବଂ ସୁରକ୍ଷିତ ଭାବେ ପହଞ୍ଚି ଯାଇଥିଲେ । ବିମାନଟି ୪୦ ହଜାର ଫୁଟ୍ ଉଚ୍ଚରେ ଉଡିଥିଲା । ଏହି ଯାତ୍ରା ସମୟରେ ପ୍ରଦୀପ ମାଇନସ୍ ୬୦ ଡିଗ୍ରୀ ତାପମାତ୍ରାରେ ଯାତ୍ରା କରିଥ୍ଲା ।
କିନ୍ତୁ ପ୍ରଦୀପଙ୍କୁ ବର୍ତ୍ତମାନ ସେ ଯାତ୍ରା ସମ୍ପର୍କରେ କିଛି ମନେ ନାହିଁ । ଏହି ଯାତ୍ରା ସମୟରେ ପ୍ରଦୀପଙ୍କ ସହ ତାଙ୍କ ସାନ ଭାଇ ବିଜୟ ମଧ୍ୟ ଥିଲେ । କିନ୍ତୁ ବିମାନରୁ ପଡି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ୫ ଦିନ ପରେ ଲଣ୍ଡନରୁ ହିଁ ତାଙ୍କ ଶବ ମିଳିଥିଲା ।
ଲଣ୍ଡନରେ ପହଞ୍ଚିବାବେଳେ ୨୨ ବର୍ଷ ବୟସ୍କ ପ୍ରଦୀପ ଚେତାଶୂନ୍ୟ ଅବସ୍ଥାରେ ଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ବହୁତ ଜଲଦି ଭଲ ହୋଇଯାଇଥିଲେ । ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ଲଣ୍ଡନରୁ ବାହାର କରିବାକୁ ପ୍ରସାଶନ ଚେଷ୍ଟା କରିଥିଲା । ଏହା ବିରୋଧରେ ପ୍ରଦୀପଙ୍କୁ ବହୁ ଦିନ ଧରି ଲଢିବାକୁ ପଡିଥିଲା । ଶେଷରେ କୋର୍ଟ ୨୦୧୪ ମସିହାରେ ତାଙ୍କୁ ଲଣ୍ଡନରେ ରହିବାକୁ ଅନୁମତି ଦେଇଥିଲେ । ଲଣ୍ଡନ ଯିବା ପୁର୍ବରୁ ସେ ପଞ୍ଜାବରେ କାର ମେକାନିକ ଭାବେ କାମ କରୁଥିଲେ ।