ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
19/09/2018 at 12:43 PM

ବାଲେଶ୍ବର ୧୯/୯:ବାଲେଶ୍ବର ଜିଲ୍ଲା ଔପଦା ଥାନା ମଇଁଷାଦଳି ଗ୍ରାମରେ ଏକ ଜଙ୍ଗଲରୁ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ବଙ୍ଗାଳୀ ଦଣ୍ଡପାଟ ଏବଂ ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡ଼ିଛି। ମୃତ ଯୁବକ ତାଙ୍କ ମାମୁଁଙ୍କ ଘରେ ରହି ଶ୍ରମିକ ଭାବରେ କାମ କରିଆସୁଥିଲେ। ଆଜି ସକାଳେ ତାଙ୍କ ମୃତ ଦେହ ଏକ ଗଛରେ ଝୁଲୁଥିବା ଦେଖି ଔପଦା ଥାନାକୁ ଖବର ଦିଆଯାଇଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଏହା ହତ୍ୟା ବୋଲି ଘର ଲୋକେ ଔପଦା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଔପଦା ପୋଲିସ୍ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021