Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବାଇକ ଭାଇଜରରେ ସୁସାଇଡ଼୍ ନୋଟ ଲଗାଇ ନଦୀକୁ ଡ଼େଇଁପଡ଼ିଲେ ଯୁବକ, ପୋଲିସ ଘରକୁ ଜଣାଇଲା ଏହି ଖବର

13/02/2019 at 7:33 PM

ପଂଚାଳଘାଟ ୧୩/୨- ଘରୋଇକଳିକୁ ନେଇ ଗଙ୍ଗା ନଦୀକୁ ଡ଼େଇଁ  ଆତ୍ମହତ୍ୟା କରିଛି ଜଣେ ଯୁବକ ।  ଆତ୍ମହତ୍ୟା କରିବା ପୂର୍ବରୁ ବାଇକ ଭାଇଚରରେ ନିଜର ସୁସାଇଡ଼୍ ନୋଟ ଅଠାମାରି ଲଗାଇଦେଇଥିବା ଜଣାଯାଇଛି ।

ମୃତକ ହେଲେ ଭଗୁଆ ନଗାଲା ନିବାସୀ ୩୨ ବର୍ଷ ବୟସ୍କ ମଦନ ମୋହନ ସିଂ । ସେ ମାଆକୁ ନେଇ କୁମ୍ଭମେଳା ବୁଲିବାକୁ ଯାଇଥିଲେ । ସେ ଫେରିବାପରେ କୌଣସି କାରଣରୁ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା । ଝଗଡ଼ାହେବା ପରେ ଘରୁ ରାଗିକି ବାହାରିଯାଇଥିଲା । ଆସିବାବେଳେ ଗଙ୍ଗାନଦୀରେ ମରିବାକୁ ଧମକାଇ ଦେଇଆସିଥିଲା । ଏହି ଘଟଣାରେ ସ୍ତ୍ରୀ କୌଣସି ଅଘଟଣ ଘଟିବା ଆଶଙ୍କାରେ   ଜଣେ ସଂପର୍କୀୟ ଶଶ୍ଵରଙ୍କୁ ତାଙ୍କ ପିଛେ ପିଛେ ପଠାଇଥିଲା ।

ମଦନ ମୋହନ ଗଙ୍ଗାନଦୀର ପଂଚାଳ ପୋଲ ନିକଟରେ ଗାଡ଼ି ରଖିଥିଲା । ନିଜ ବାଇକ ଭାଇଚରରେ ଲେଖିଥିବା ସୁସାଇଡ଼ ନୋଟକୁ ଅଠାରେ ଲଗାଇଦେଇଥିଲା । ତା ପରେ ଆତ୍ମହତ୍ୟା କରିବାକୁ ଗଙ୍ଗାନଦୀକୁ ଡ଼େଇଁ ପଡ଼ିଥିଲା ।

ସେତେବେଳକୁ ରାତି ୧୦.୩୦ । କାଁ ଭାଁ ଲୋକ ରାସ୍ତାରେ ଯିବା ଆସିବା କରୁଥିଲେ । ଏହିସମରେ ମଦନ ପୋଲତଳକୁ ଡ଼େଇଁପଡ଼ିବା କିଛି ପ୍ରତ୍ୟେକଦର୍ଶୀ ଦେଖିଥିବା କଥା କହିଛନ୍ତିୋ ।

ଏହି ଘଟଣାରେ ପୋଲିସ ମଦନଙ୍କ ବାଇକ ଜବତ କରିଥିଲା । ବାଇକରେ ଲଗାଯାଇଥିବା ସୁସାଇଡ଼ ନୋଟରେ ମଦନ ସବୁ ଠିକଣା, ଫୋନ ନମ୍ବର ମଧ୍ୟ ଲେଖିଯାଇଥିଲେ । ଏହି ଫୋନ ନମ୍ବରକୁ ଆଧାର କରି ପ୍ରଥମେ ଘରକୁ ଖବର  ଜଣାଇଥିଲା  ପୋଲିସ ।

ଏହି ଘଟଣାରେ ପୋଲିସ ବାଇକକୁ ଜବତ କରିବା ସହ ଘର ଲୋକଙ୍କୁ ହସ୍ତାନ୍ତରିତ କରିଛି ଶବ ।

   Related Posts