କରଜ ସୁଝି ନପାରି ଆତ୍ମହତ୍ୟା କଲେ ଯୁବକ, ଅସହାୟ ଅବସ୍ଥାରେ ସ୍ତ୍ରୀ ଓ ୨ ସନ୍ତାନ

Published By : Prameya-News7 Bureau | October 16, 2020 IST

ବାଲିପାଟଣା, ୧୬।୧୦: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା କାକରୁଦ୍ରପୁରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ମୃତକ ହେଉଛନ୍ତି କାକରୁଦ୍ରପୁର ଗ୍ରାମର ବେଣୁଧର ବେହେରା ।  ବେଣୁଧର ଘରେ ବେକରେ ଲୁଗା ଲଗାଇ ଝୁଲି ପଡି ଜୀବନ ହାରିଛନ୍ତି ।

ତେବେ ସଙ୍ଗେ ସଙ୍ଗେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ ଡାକ୍ତର | କିନ୍ତୁ କ୍ୟାପିଟାଲ୍‌ ହସ୍ପିଟାଲରେ ବେଣୁଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

{"id":345536,"sizeSlug":"large"}

ବେଣୁଧର ଭୁବନେଶ୍ଵରର ଏକ ଦୋକାନରେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା ମହାମାରୀ ପାଇଁ ତାଙ୍କୁ ଆଉ କାମ ମିଳିଲା ନାହିଁ । ଦୁଇ-ତିନି ମାସ ହେବ ବେଣୁଧର ଘରେ ବସି ରହିଥଲେ । ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବେଣୁଧର ଚାପଗ୍ରସ୍ତ ହୋଇଥିଲେ । ଧାର କରଜରେ ବେଣୁଧର ବୁଡ଼ି ଯାଇଥିଲେ । ଯାହାଦ୍ଵାରା ବେକରେ ଲୁଗା ଲଗାଇ ବେଣୁଧର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

କରୋନା ମହାମାରୀ ଅନେକଙ୍କର ରୋଜଗାର ଛଡାଇ ନେଇଛି । ବେଣୁଧରଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଅଛନ୍ତି । ବେଣୁଧରଙ୍କର ମୃତ୍ୟୁ ପରେ ଏମାନେ ନିରାଶ୍ରୟ ହୋଇ ପଡ଼ିଛନ୍ତି । ଏମାନଙ୍କୁ ସରକାର ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.