ସୁଇସାଇଡ୍‌ ନୋଟ୍‌ରେ ମାଲିକଙ୍କ ନାମ, ସାଦା କାଗଜରେ କାହିଁକି ଦସ୍ତଖତ... ?

Published By : Prameya-News7 Bureau | July 01, 2020 IST

ଭଦ୍ରକ ୦୧।୦୭: ଆତ୍ମହତ୍ୟା କଲେ ଏକ ଟ୍ରାକ୍ଟର ଓ ବାଇକ ସୋରୁମର କର୍ମଚାରୀ । ଆତ୍ମହତ୍ୟା ପୂର୍ବରୁ ଶେଷ ଚିଠି ରେ ଲେଖିଲେ ମୃତ୍ୟୁ ର କାରଣ ଓ କେମିତି ନିର୍ଯାତନା ଦେଉଥିଲେ ସୋରୁମ ମାଲିକ । ମାଲିକ ଙ୍କ ନାମ ସହ କେମିତି କରୁଥିଲେ ନିର୍ଯାତନା ସେକଥା ମଧ୍ୟ ଲେଖିଛନ୍ତି । ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଡାହାଣୀଗଢିଆ ଛକ ନିକଟରେ ଥିବା ଗାଡି ଶୋରୁମରେ ।

ସୂଚନାଯୋଗ୍ୟ ଯେ, ଗାବସାହି ଅଞ୍ଚଳର ଚିତ୍ତ ରଞ୍ଜନ ଜେନା ଦୀର୍ଘଦିନ ହେବ ସଂଗୀତା ମୋଟର୍ସ ରେ କାର୍ଯ୍ୟ କରୁଥିଲେ । ସେ ଗତକାଲି ଠାରୁ ଘରୁ ପଳାଇଆସିଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଦେହ ସୋରୂମରୁ ମିଳିଥିଲା । ନିକଟରୁ ଏକ ବିଷ ବୋତଲ ମଧ୍ୟ ମିଳିଛି । ତେବେ ମୃତଦେହ ନିକଟ ରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ଚିତ୍ତ ଙ୍କୁ ମାଲିକ ବିଭିନ୍ନ ପ୍ରକାର ର ମାନସିକ ନିର୍ଯାତନା ଦେଇଥିବା ଲେଖିଛନ୍ତି । ଟ୍ରାକ୍ଟର ନେଇଥିବା ଲୋକ ଙ୍କ ଠାରୁ ବକେୟା ଟଙ୍କା ଆଣିବାକୁ ଚାପ ପକାଉଥିଲେ । ପରେ ଚିତ୍ତ ମଧ୍ୟ ଟଙ୍କା ବାକି ରଖିଥିବା ବହୁ ମାଲିକ ଙ୍କ ନିକଟ ରୁ ଟ୍ରାକ୍ଟର ନେଇଆସିଥିଲେ । ଏମିତି କି ମାଲିକ ତାଙ୍କୁ ମାଡ ମାରୁଥିବା ନିଜ ଶେଷ ଚିଠି ରେ ଲେଖିଛନ୍ତି ।

ପରିବାର ଲୋକେ କହିଛନ୍ତି ଯେ, ସୋରୁମ ମାଲିକ ଚିତ୍ତଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ମଧ୍ୟ କରାଇନେଇଥିଲେ । ଟାଉନ ପୋଲିସ ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନା କୁ ପଠାଇଛି । ତେବେ ସୋରୁମ ମାଲିକଙ୍କ ସହ ଯୋଗାଯୋଗ ହୋଇପାରି ନାହିଂ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.