ସାନ ଭାଇର ପତ୍ନୀ ବାରମ୍ଵାର ଆଣୁଥିଲେ ଯୌନ ନିର୍ଯ୍ୟାତନା ଅଭିଯୋଗ, ସୋସିଆଲ ମିଡ଼ିଆରେ ୪ପୃଷ୍ଠାର ସୁସାଇଡ଼ନୋଟ ଲେଖି ଯୁବକ କଲେ ଆତ୍ମହତ୍ୟା
18/12/2018 at 4:47 PM

ସୋନିପଥ ୧୮/୧୨ ः ଆଜିକାଲିକେବଳ ମହିଳାମାନେ ନିର୍ଯ୍ୟାତିତ ହେଉଛନ୍ତି ତା ନୁହେଁ , ପୁରୁଷମାନେ ମଧ୍ୟ ନିର୍ଯ୍ୟତିତ ହେବା ଘଟଣାଦେଖିବାକୁ ମିଳୁଛି । ମହିଳାମାନେ ମଧ୍ୟ ପୁରୁଷଙ୍କୁ ସମାନ ଭାବରେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି,ପୁରୁଷମାନେ ଅନ୍ୟକିଛି ସମାଧାନର ବାଟ ନ ପାଇ ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି । ଏଭଳି ଏକ ଘଟଣାଘଟିଛି ହରି୍ୟାଣାର ସୋନିପଥରେ । ମହିଳା ଜଣକ ଅର୍ଥ ଲାଳସାରେ ପଡ଼ି ବାରମ୍ଵାର ନିଜର ଦେଢଶୁରଙ୍କ ନାଁରେଯୌନନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ଅର୍ଥଦାବୀ କରୁଥିଲେ । ଫଳରେ ସଂପୃକ୍ତ ଦେଢସୁର ପରିସ୍ଥିତିକୁସାମନା କରି ନପାରି ଆତ୍ମହତ୍ୟା କରିଛନ୍ତି ।
ଆତ୍ମହତ୍ୟା କରିଥିବାବ୍ୟକ୍ତି ଜଣକ ନିଜ ସୁସାଇଡ଼ ନୋଟରେ ଲେଖିଛନ୍ତି- ତାଙ୍କ ସାନଭାଇ ସ୍ତ୍ରୀ ସବୁବେଳେ ପଇସା ପାଇଁ ଯୌନନିର୍ଯ୍ୟାତନାର ଧମକ ଦେଉଥିଲା । ୨୦୧୫ ମସିହାରେ ଥାନାରେ ତାଙ୍କ ନାଁରେ ଯୌନନିର୍ଯ୍ୟାତନା ଅଭିଯୋଗମଧ୍ୟ କରିଥିଲେ ମହିଳା । ଏହି ମାମଲାର ସମାଧାନ ପାଇଁ ଥାନା ଅଧିକାରୀଙ୍କ ମଧ୍ୟସ୍ଥତାରେ ମହିଳାଙ୍କୁସେ ୭ ଲକ୍ଷ ଟଂକା ଦେଇଥିଲେ। ଥରକରେ ସରି ନ ଥିଲା ଘଟଣା । ପୁଣିଥରେ ୨୦୧୫ ମସିହା ମେ ମାସ ୧୫ ତାରିଖରେ ଅନୂରୁପ ଭାବେ ତାଙ୍କନାଁରେ କେସ ଦାୟର ହୋଇଥିଲା । ସେ ଘରେ ଥିବା ସମୟରେ ତାଙ୍କ ସାନଭାରର ସ୍ତ୍ରୀ ତାଙ୍କୁ କେସରେ ଫସାଇବାପାଇଁ ଜାବୋଡ଼ି ଧରିଥିଲା । ଏହି ଘଟଣାକୁ ମଧ୍ୟ ପଡ଼ୋଶୀମାନଙ୍କୁ ଡ଼ାକି ଦେଖାଇଥିଲା । ଏହି କେସର ସମାଧାନପାଇଁ ସଂପୃକ୍ତ ମହିଳା ତଥା ଭାଇବୋହୂ ଆହୁରି ୧୫ ଲକ୍ଷ ଦାବୀ କରିଥିଲା । ୨୦୧୬ ମସିହା ଅକ୍ଟୋବର ୨୬ତାରିଖରେ ୧୫ ଲକ୍ଷ ଟଂକା ଦେବା ପରେ କୋର୍ଟରେ ସେ ବୟାନ ବଦଳାଇଥିଲେ ।
ଏତିକିରେ ବି କଥା ସରିନ ଥିଲା । ପୁଣିଥରେ ସେହିଭଳି ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଯୁବକ ଜଣକ ଅତିଷ୍ଠ ହୋଇ ପ୍ରଶାସନକୁଚିଠି ଲେଖି ଜଣାଇବା ସହ ସୋସିଆଲ ମିଡ଼ିଆରେ ଦୀର୍ଘ ଚାରି ପୃଷ୍ଠାର ନିଜର ସୁସାଇଡ଼ନୋଟ୍ ଲେଖି ଆତ୍ମହତ୍ୟାକରିଛନ୍ତି ।
ସେ ମଧ୍ୟ ଆହୁରି ଲେଖିଛନ୍ତି, ତାଙ୍କ ସାନ ଭାଇର ପତ୍ନୀ ଏହିସବୁ ଘଟଣା କରିବା ପଛରେ କିଛି ମହିଳା ଓ ସାନଭାଇର ଶଶ୍ଵରଘର ଲୋକ ସଂପୃକ୍ତଅଛନ୍ତି । ସ୍ଥାନୀୟ ପ୍ରଶାସନକୁ କେବଳ ଚିଠି ଲେଖିନାହାଁନ୍ତି, ସେ ମଧ୍ୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳ,ଏସପିଙ୍କୁ ଚିଠି ଲେଖି ସବୁ କଥା ଜଣାଇଛନ୍ତି । ସେ ଚିଠିରେ ନିଜ ପରିବାରର ସୁରକ୍ଷା କଥାଲେଖିଛନ୍ତି । ଯଦି ପ୍ରଶାସନ ତାଙ୍କ ପରିବାରକୁ ସୁରକ୍ଷା ନ ଦିଏ ତାହେଲେ ସମୂହ ଆତ୍ମହତ୍ୟା ପାଇଁଅନୁମତି ଦେବା କଥା ଲେଖିଛନ୍ତି ।
ଫେସବୁକ ପେଜରେ ମରିବାପୂର୍ବରୁ ଯେଉଁ ସୁସାଇଡ଼ନୋଟ୍ ଲେଖିଛନ୍ତି, ସେଥିରେ ତାଙ୍କ ବାପା-ମାଆ, ଧର୍ମପତ୍ନୀ, ପିଲାଙ୍କୁ ସଂପୃକ୍ତମହିଳା ଜଣକ ଯେମିତି ହଇରାଣ ନ କରନ୍ତି ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜିଲ୍ଲାପ୍ରଶାସନ ପାଖରେ ନିବେଦନ କରିଛନ୍ତି ।